ଭୁବନେଶ୍ୱର: କୋରୋନା ମହାମାରୀରର ଯୁଦ୍ଧକୁ ଜିତୁଛି ଓଡ଼ିଶାରେ । ପୁଣି ୫ ଜଣ କୋରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ବିଭାଗ ପକ୍ଷରୁ ଟ୍ୱିଟରରେ ଦିଆଯାଇଥିବା ସୂଚନା ଅନୁଯାୟୀ ଏହି ୫ ଜଣଙ୍କୁ ଭୁବନେଶ୍ୱରରୁ ଚିହ୍ନଟ କରାଯାଇଥିଲା।
ଟ୍ୱିଟ୍ କରାଯିବା ଅବସରରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି, “ଆମେ ଖୁସିର ସହ ଜଣାଇବାକୁ ଚାହୁଁଛୁ ଯେ, ଭୁବନେଶ୍ୱରରୁ ଚିହ୍ନଟ ହୋଇଥିବା ୫ ଜଣ କୋଭିଡ୍-୧୯ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି ଏବଂ ସେମାନଙ୍କ ନମୁନା ନେଗେଟିଭ୍ ଆସିଛି। ସମସ୍ତଙ୍କ ପ୍ରୟାସ କ୍ରମେ ଓଡ଼ିଶା କୋରୋନା ଲଢ଼େଇ ଜିତୁଛି।”
ଗତକାଲି ବମିଖାଲର ଜଣେ ୩୫ ବର୍ଷର ଯୁବକ ‘କୋରୋନା’ ଆକ୍ରାନ୍ତ ବୋଲି ଚିହ୍ନଟ ହେବା ପରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୫୫ ରେ ପହଞ୍ଚିଥିଲା। ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଛି। ଆଜିର ୫ ଜଣ ସୁସ୍ଥଙ୍କୁ ମିଶାଇଲେ ଏଯାଏ ମୋଟ ୧୮ ଜଣ ସୁସ୍ଥ ହେଲେଣି। ଅର୍ଥାତ ୩୬ ଜଣଙ୍କଠାରେ ବର୍ତ୍ତମାନ ମଧ୍ୟ କୋରୋନା ସକ୍ରିୟ ରହିଛି।
ନୂଆଦିଲ୍ଲୀ: ବାତ୍ୟା ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀଙ୍କ ବଡ଼ ଆହ୍ବାନ । ପ୍ରଭାବିତ ହେବାକୁ ଥିବା ରାଜ୍ୟମାନଙ୍କରେ ଯେଉଁ ବି ସରକାର ଥାଉ ନା କାହିଁକି ପ୍ରଶାସନକୁ ସହଯୋଗ କରିବା ସହ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହେବାକୁ ବିଜେପି କର୍ମୀଙ୍କୁ ଦେଇଛନ୍ତି ଆହ୍ବାନ ।
କହିଛନ୍ତି ବିଜେପି ପାଇଁ ଦଳ ଠାରୁ ଦେଶ ବଡ଼ । ଏହା ହିଁ ଏକ ସମର୍ପିତ ଭାଜପା କାର୍ଯ୍ୟକର୍ତ୍ତାଙ୍କ ସଂସ୍କାର ବୋଲି ସେ କହିଛନ୍ତି । ସମ୍ଭାବ୍ୟ ବାତ୍ୟାକୁ ଦେଖି ଉପକୂଳରେ ଥିବା ରାଜ୍ୟ ସରକାରଙ୍କୁ ଲୋକଙ୍କ ସୁରକ୍ଷା ନିମନ୍ତେ କାର୍ଯ୍ୟ କରିବାକୁ କହିବା ସମୟରେ ଏପରି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।
ଅଧିକ ପଢନ୍ତୁ :ସ୍ଥଳଭାଗକୁ ମାଡି ଆସୁଛି ବାତ୍ୟା ମିଗଜୋମ
ଭୁବନେଶ୍ୱର: ସ୍ଥଳଭାଗକୁ ମାଡି ଆସୁଛି ବାତ୍ୟା 'ମିଗଜୋମ' । ଭୀଷଣ ରୂପ ନେଇ ସ୍ଥଳଭାଗ ଛୁଇଁବ । ଆସନ୍ତାକାଲି ଆନ୍ଧ୍ରପ୍ରଦେଶରେ ଲ୍ୟାଣ୍ଡଫଲ୍ କରିବା ଆଶଙ୍କା । ଏହି ସମୟରେ ପବନରେ ବେଗ ଘଣ୍ଟାକୁ ୯୦ରୁ ୧୦୦ କିଲୋମିଟର ରହିବ । ବର୍ତ୍ତମାନ ଏହି ବାତ୍ୟା ପୁଡୁଚେରୀରୁ ପ୍ରାୟ ୨୧୦ ଓ ଚେନ୍ନାଇରୁ ୧୫୦ କିଲୋମିଟର ଦୂରରେ ରହିଛି । ସମୁଦ୍ର ମଧ୍ୟରେ ବଳ ଗୋଟାଇବା ସହ ଘଣ୍ଟାକୁ ପ୍ରାୟ ୮ କିଲୋମିଟର ବେଗରେ ଗତି କରୁଛି ବାତ୍ୟା 'ମିଗଜୋମ' । କାଲି ମଧ୍ୟାହ୍ନ ସମୟରେ ଆନ୍ଧ୍ରର ନେଲୋର୍ ଓ ମଚ୍ଛଲିପଟ୍ଟନମ ମଧ୍ୟରେ ଲ୍ୟାଣ୍ଡଫଲ ନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ । ଓଡ଼ିଶାରେ ମଧ୍ୟ ରହିବ ବାତ୍ୟାର ପ୍ରଭାବ ।
ଅଧିକ ପଢନ୍ତୁ : `ମିଚାଓଙ୍ଗ୍' ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ଖୋଲାହେଲା ବିପର୍ଯ୍ୟୟ ପରିଚାଳନା ପ୍ରକୋଷ୍ଠ
ଆଜିଠୁ ବର୍ଷା ଆରମ୍ଭ ହେବ ଏବଂ ୫ ତାରିଖରେ ପ୍ରବଳ ବର୍ଷିବ । ୭ ତାରିଖ ଯାଏ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ବେଶି ପ୍ରଭାବିତ ହେବ ଦକ୍ଷିଣ ଓଡ଼ିଶା । ପବନର ଭୟ ନଥିଲେ ବି ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ଗଞ୍ଜାମ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଚାଷ ନଷ୍ଟ ହେବାର ଆଶଙ୍କା ଥିବାରୁ କୃଷି ବିଭାଗ ପକ୍ଷରୁ ଚାଷୀଙ୍କୁ ସଚେତନ କରାଇଛି । ଧାର କରଜ କରି ଏକର ଏକର ଜମିରେ ଧାନ ଚାଷ କରିଥିବା ଚାଷୀ ଏବେ ଚିନ୍ତାରେ । ସେପଟେ ଉଦ୍ଧାର କାର୍ଯ୍ୟ ପାଇଁ ପ୍ରସ୍ତୁତ ଅଛନ୍ତି NDRF ଟିମ୍ । ଓଡ଼ିଶା, ମଧ୍ୟପ୍ରଦେଶ, ତାମିଲନାଡୁ ଓ ପୁଡୁଚେରୀ ପାଇଁ ୧୮ଟି ଟିମ୍ ନିଯୁକ୍ତ କରାଯାଇଛି । ଆଉ ୧୦ଟି ଟିମକୁ ଆଲର୍ଟ ମୋଡରେ ରଖାଯାଇଛି ।
ଅର୍ଗସ ବ୍ୟୁରୋ: ପୂର୍ବତଟ ରେଳପଥ ବାତ୍ୟା ସାଇକ୍ଲୋଥନ୍ ମିଚାଓଙ୍ଗ୍ ଏବଂ ଏହାର ପ୍ରଭାବରେ ସାମ୍ଭାବ୍ୟ ବିପର୍ଯ୍ୟୟ ପରିଚାଳନା ପାଇଁ ଭୂମି କାର୍ଯ୍ୟ ରକ୍ଷଣାବେକ୍ଷଣର ପ୍ରସ୍ତୁତି କରିଛି। ପାଣିପାଗ ବିଭାଗର ପୂର୍ବାନୁମାନ ଏବଂ ବିପର୍ଯ୍ୟୟର ପରିଚାଳନାର ଅଭିଜ୍ଞତାର ସୁଯୋଗ ନେଇ ପୂର୍ବତଟ ରେଳପଥ ମଧ୍ୟରେ ଯଦି ବାତ୍ୟା ମିଚାଓଙ୍ଗ୍ ଦ୍ୱାରା ଟ୍ରେନ୍ ଟ୍ରାଫିକ୍ ଏବଂ ରେଲୱେ ଟ୍ରାକ ପ୍ରଭାବିତ ହୁଏ ତେବେ ତାହାର ଶୀଘ୍ର ପୁନରୁଦ୍ଧାର ପାଇଁ ଯୋଜନା କରିଛି। ପୂର୍ବତଟ ରେଳପଥ ମୁଖ୍ୟାଳୟ ରେଳ ସଦନ ସହିତ ରେଳ ମଣ୍ଡଳ ମୁଖ୍ୟାଳୟ ବିଶାଖାପାଟନମ୍, ଖୋର୍ଦ୍ଧା ରୋଡ୍ ଏବଂ ସମ୍ବଲପୁର ଠାରେ 24 ଘଣ୍ଟିଆ ବିପର୍ଯ୍ୟୟ ପରିଚାଳନା ସେଲ୍ ଖୋଲାଯାଇଛି।
ସମ୍ବେଦନଶୀଳ ସ୍ଥାନଗୁଡିକର ନିରନ୍ତର ମନିଟରିଂ ଏବଂ ଟ୍ରାକ୍, ସିଗନାଲ୍ ସିଷ୍ଟମ୍ ଏବଂ ଓଭର ହେଡ଼ ବିଦ୍ୟୁତ ସରବରାହ ଇତ୍ୟାଦି ଶୀଘ୍ର ପୁନରୁଦ୍ଧାର ପାଇଁ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ମନୋଜ ଶର୍ମା ଅଧିକାରୀମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦେବା ସହିତ ଶୀଘ୍ର କାର୍ଯ୍ୟସମ୍ପାଦନ କରିବାକୁ କହିଛନ୍ତି।
ହେଲ୍ପଲାଇନ ନମ୍ବର:
ଭୁବନେଶ୍ୱର: 0674 - 2301525, 2301626, 2303060,
ଟ୍ରେନ୍ ବାତିଲ୍:
ବାତ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଗତକାଲିର ବିଜ୍ଞପ୍ତି ସହିତ ଆଉ କିଛି ଟ୍ରେନ୍ ବାତିଲ କରାଯାଇଛି। ଏହି ଟ୍ରେନ୍ ଗୁଡିକ ହେଉଛି…
-17482 ତିରୁପତି-ବିଳାସପୁର ଏକ୍ସପ୍ରେସ ତିରୁପତିରୁ 03.12.2023 ରେ
-17481 ବିଳାସପୁର-ତିରୁପତି ଏକ୍ସପ୍ରେସ ବିଳାସପୁରରୁ 05.12.2023 ରେ
-17480 ତିରୁପତି-ପୁରୀ ଏକ୍ସପ୍ରେସ ତିରୁପତିରୁ 04.12.2023 ରେ
- 17479 ପୁରୀ - ତିରୁପତି ଏକ୍ସପ୍ରେସ ପୁରୀରୁ ୬ରେ
- 12509 ବେଙ୍ଗାଲୁରୁ-ଗୌହାଟୀ ଏକ୍ସପ୍ରେସ ବେଙ୍ଗାଲୁରୁରୁ 6 ଏବଂ 7 ଡିସେମ୍ବର।
- 18190 ଏର୍ଣ୍ଣାକୁଲମ -ଟାଟା ଏକ୍ସପ୍ରେସ ଏର୍ଣ୍ଣାକୁଲମ ଠାରୁ 06.12.2023 ରେ।
ଅଧିକ ପଢ଼ନ୍ତୁ ଭାରତ ଖବର