ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ
ଗଞ୍ଜାମର ସମସ୍ତ ପ୍ରଵେଶ ପଥରେ ସିସି କ୍ୟାମେରା ଓ ମାଜିଷ୍ଟ୍ରେଟ ମୁତୟନ ରହିବେ
ଗଞ୍ଜାମ : ଗଞ୍ଜାମର ସମସ୍ତ ପ୍ରଵେଶ ପଥରେ ଲାଗିବ ସିସି କ୍ୟାମେରା । ମୁତୟନ ରହିବେ ମାଜିଷ୍ଟ୍ରେଟ । ସମସ୍ତ ଯାନ ବାହାନ ଯାଞ୍ଚ କରାଯିବ । ମାଲବାହୀ ଗାଡିର ଡ୍ରାଇଭର ଓ ହେଲପର ପରିଚୟ ପତ୍ର ଦେଖାଇଲେ ଜିଲ୍ଲା ଭିତରକୁ ପ୍ରବେଶ କରିବେ । ମାଲବାହୀ ଗାଡିରେ ଯାତ୍ରୀ ପରିବହନ କରିଥିଲେ ଡ୍ରାଇଭରକୁ ଗିରଫ କରାଯିବ ଓ ଗାଡିକୁ ଜବତ କରାଯିବ । କେବଳ ସେତିକି ନୁହେଁ, କର୍ମଚାରୀମାନଙ୍କ ପାଇଁ ମଧ୍ୟ କଡା ନିର୍ଦେଶ ଜାରି ହୋଇଛି । କୌଣସି କର୍ମଚାରୀ ମୁଖ୍ୟାଳୟ ଛାଡି ପାରିବେ ନାହିଁ । ଆବଶ୍ୟକ ବେଳେ କର୍ମଚାରୀ କାର୍ଯ୍ୟ ନକଲେ ତାକୁ ମହାମାରୀ କାନୁନରେ ଗିରଫ କରାଯିବ ବୋଲି ଜିଲ୍ଲା ଲୋକ ସଂପର୍କ ଅଧିକାରୀ ସୂଚନା ଦେଇଛନ୍ତି ।
ସେହିପରି କୌଣସି ବାହାର ଲୋକ ଜିଲ୍ଲାରେ ମାସ୍କ କିମ୍ବା ଅନ୍ୟାନ୍ୟ ସାମଗ୍ରୀ ବଣ୍ଟନ କଲେ ତାଙ୍କୁ ଏଥିରୁ ନିବୃତ କରାଯିବ । ସବୁ ଦୋକାନୀ ମାସ୍କ ନାହିଁତ ସଉଦା ନାହିଁ ଫଳକ ଲଗାଇଵେ । ଜିଲ୍ଲାରେ ମାସ୍କ ନ ଲଗେଇ ଥିବା ଲୋକଙ୍କଠାରୁ 1ଲକ୍ଷ 17 ହଜ଼ାର ଟଙ୍କା ଜୋରିମାନା ଆଦାୟ କରାଯାଇଛି। ମାସ୍କ ନ ଲଗେଇ ଥିବା ଲୋକଙ୍କ ଠାରୁ 2ଶହ ରୁ ଅଧିକା ଜୋରିମାନା କରାଯାଇ ପାରିବ ନାହିଁ ବୋଲି ଜିଲ୍ଲାପ୍ରଶାସନ ସ୍ଥିର କରିଛି। ଏହି ବୈଠକରେ ପିଡି ଡ଼ିଆରଡିଏ, ଏଡିଏମ, ବ୍ରହ୍ମପୁର ଉପ ଜିଲ୍ଲାପାଳ, ଛତ୍ରପୁର ଉପ ଜିଲ୍ଲାପାଳଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଯୋଗଦେଇଥିବା ଜିଲ୍ଲା ଲୋକ ସମ୍ପର୍କ ଅଧିକାରୀଙ୍କ ସୂଚନା ଦେଇଛନ୍ତି ।
Download Argus News App
