ବିଶ୍ୱାସ : ଆଜିର ଦିବ୍ୟବାଣୀରେ "ବୈରାଗ୍ୟ"
ଗୋଷ୍ଠୀସଂଘର୍ଷରେ ଜଣେ ମୃତ
ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ରାଇପଡା ଗାଁରେ କାଜୁ ଜଙ୍ଗଲକୁ ନେଇ ଗୋଷ୍ଠୀ ସଂଘର୍ଷ ହୋଇଥିବା ବେଳେ , ଏହି ଗୋଷ୍ଠୀ ସଂଘର୍ଷରେ ଜଣଙ୍କର ମୃତ୍ୟୁ ଘଟିଥିବା ଦେଖିବାକୁ ମିଳିଛି ।
ତେବେ ଘଟଣା ସ୍ଥଳରେ ଚାନ୍ଦପୁର ପୋଲିସ ପହଂଚି ତଦନ୍ତ ଚଳାଇଛି । ହତ୍ୟାର ଶିକାର ହୋଇଥିବା ମୃତକ ଜଣକ ହେଲେ ରାଇପଡା କବାରି ସାହି ର 55 ବର୍ଷିୟ ଦୁର୍ଗା ପ୍ରଧାନ । ତେବେ ଏହି ଗୋଷ୍ଠୀ ସଂଘର୍ଷରେ 14 ଜଣ ଆହତ ହୋଇ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣା ପଡ଼ିଛି ।
ପୂର୍ବରୁ କାଜୁ ଫିଲଡ଼ ନିଲାମ ନେଇ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ରହିଥିବା ବେଳେ ଆଜି ଏହାକୁ ନେଇ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଦେଖିବାକୁ ମିଳିଥିଲା l
Download Argus News App
