ସାଇକେଲରେ ଡ୍ୟୁଟି କରନ୍ତି ମହିଳା ଏସଆଇ
ଚାଳ ଛପର ବେଳେ ବେକରେ ପଶିଲା ଦା',ବୃଦ୍ଧ ଗୁରୁତର

ପରଜଙ୍ଗ: ଚାଳ ଛପର ତିଆରି ବେଳେ ଅଘଟଣ ଘଟି ବେକରେ ପଶିଲା ଦା' । ଫଳରେ ବୃଦ୍ଧ ଗୁରୁତର ହୋଇଛନ୍ତି । ଗୁରୁତର ଜଣଙ୍କ କାମାକ୍ଷାନଗର ଥାନା ବାଇସିଙ୍ଗା ଗ୍ରାମର ତ୍ରିଲୋଚନ ବେହେରା । ସୂଚନାଅନୁଯାୟୀ, ତ୍ରିଲୋଚନ ନିଜ ଗାଁରେ ପ୍ରଫୁଲ୍ଲ ସାହୁଙ୍କ ଘର ତିଆରି କରୁଥିବା ବେଳେ ଅସାବଧାନତା କାରଣରୁ ଦା'ଟି ତ୍ରିଲୋଚନଙ୍କ ବେକରେ ପଶି ଯାଇଥିଲା ।
ଫଳରେ ଗୁରୁତର ଅବସ୍ଥାରେ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ କାମାକ୍ଷାନଗର ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ତ୍ରିଲୋଚନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି ।
Download Argus News App
