ଛେଳି ଚରାଇବାକୁ ଯାଇଥିଲେ, ପଥରରେ ଶୋଇଥିବାବେଳେ ଫସିଗଲା ମୁଣ୍ଡ

ନବରଙ୍ଗପୁର: ପଥରେ ସନ୍ଧିରେ ଫସିଲା ୧୨ ବର୍ଷର ନାବାଳକର ମୁଣ୍ଡ । ଦୀର୍ଘ 10 ଘଣ୍ଟା ଉଦ୍ୟମ ପରେ ସୁରକ୍ଷିତ ଭାବେ ନାବାଳକକୁ ଉଦ୍ଧାର କରିଛି ଅଗ୍ନିଶମ ବିଭାଗ । କଳାହାଣ୍ଡି ଜୟପାଟଣା ବ୍ଲକ୍ କରାଘାଟି ଗାଁରେ ଘଟିଛି ଏଭଳି ଘଟଣା । ନାବାଳକ ଜଣକ ପାହାଡ଼କୁ ଛେଳି ଚରାଇବା ପାଇଁ ଯାଇଥିବାବେଳେ ପଥର ଉପରେ ଶୋଇପଡ଼ିଥିଲା । ତେବେ ଅସାବଧାନତା ଯୋଗୁଁ ପଥର ସନ୍ଧିରେ ମୁଣ୍ଡ ଫସି ଯାଇଥିଲା । ଘଟଣା ଜଣାପଡ଼ିବା ପରେ ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ବତ୍ତର୍ମାନ ନାବାଳକକୁ ଚିକିତ୍ସା ପାଇଁ ତେନ୍ତୁଳିଖୁଣ୍ଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।
ରାସ୍ତାକଡକୁ ଖସିଲା ବସ୍, ୨୦ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ

ଅର୍ଗସ ବ୍ୟୁରୋ: ବାଘମାରି ସିମୋର ରାସ୍ତା ମଝିରେ ଭାରସାମ୍ୟ ହରାଇ ରାସ୍ତା କଡକୁ ଖସିଲା ଯାତ୍ରୀବାହୀ ବସ୍। ବସଟି ବାଙ୍କୀରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ଭାରସାମ୍ଯ ହରାଇ ରାସ୍ତା କଡରେ ଖସି ପଡିଥିଲା। ଏଥିରେ 20ଯାତ୍ରୀ ଆହାତ ହୋଇଥିବା ବେଳେ 3 ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ସମସ୍ତଙ୍କୁ ଖୋର୍ଦ୍ଧା ଜିଲ୍ଲା ହସ୍ପିଟାଲ ରେ ଭର୍ତି କରାଯାଇଥିବ
Download Argus News App
