Naba Das Death Case | ଆଜି ସରୁଛି ଅଭିଯୁକ୍ତ ଗୋପାଳର ଦ୍ବିତୀୟ ପର୍ଯ୍ୟାୟ ରିମାଣ୍ଡ ଅବଧି
ଜନବସତି ମୁହାଁ ହାତୀପଲ, ବ୍ୟାପକ ଫସଲ ନଷ୍ଟ
ଅନୁଗୁଳ: କିଛିଦିନର ନୀରବତା ପରେ ପୁଣି ଜଙ୍ଗଲୀ ହାତୀପଲ ଜନବସତି ମୁହା ହୋଇଥିବା ଦେଖିବାକୁ ମିଳିଛି । ଏଭଳି କିଛି ଦୃଶ୍ୟ ଆଜି ସକାଳେ ଅନୁଗୁଳ ପୁଲପଡା ସାଆନ୍ତରାପୁର ଖ’ ଅଞ୍ଚଳରେ ଦେଖିବାକୁ ମିଳିଛି । ପ୍ରାୟ ୮ ରୁ ୧୦ ଟି ହାତୀ ଗାଁ ସୀମା ଜଙ୍ଗଲ ଦେଇ ଜନବସତି ମୁହାଁ ହେଉଥିବାବେଳେ ଗ୍ରାମବାସୀମାନେ ସେମାନଙ୍କୁ ଘଉଡ଼ାଇବାକୁ ଉଦ୍ୟମ କରିଛନ୍ତି ।
ହାତୀ ପଲ ଦୀର୍ଘ ସମୟ ଧରି ଗାଁ ସୀମାରେ ଘୁରି ବୁଲିବା ପରେ ପୁଣି ଜଙ୍ଗଲକୁ ଫେରି ଯାଇଥିବା ଜଣାପଡିଛି । ଏହାସହ ଗାଁ ସୀମାରେ ଥିବା ଵିଲରେ ହାତୀ ପଲ ପଶି ଅନେକ କ୍ଷୟକ୍ଷତି କରିଥିବା ଅଭିଯୋଗ ହୋଇଛି । ହାତୀପଲଙ୍କ ପାଦ୍ରୁଭାବ ଦେଖିବାକୁ ମିଳିଛି । ତେବେ ଗ୍ରାମବାସୀ ଭୟଭୀତ ଅବସ୍ଥାରେ ଅଛନ୍ତି ।
Download Argus News App
