କ୍ଷୀର ସଂଗ୍ରହ ପାଇଁ ଓ ପରିବହନ ନେଇ କଟକଣା ନାହିଁ । କୁକୁଡା ଫାର୍ମ ଚାଲିପାରିବ । ପଶୁ ଖାଦ୍ୟ ଉତ୍ପାଦନ, ପରିବନହ ଓ ବଣ୍ଟନ ଉପରେ କିଛି ରୋକ୍ ନାହିଁ । ସାମାଜିକ ଦୂରତ୍ୱ ପାଳନ କରି ମନରେଗା କାର୍ଯ୍ୟକୁ ଅନୁମତି ଦିଆଯାଇଛି । ଶ୍ରମିକମାନେ ମାସ୍କ ବ୍ୟବହାର କରିବାକୁ କୁହାଯାଇଛି। କେବଳ ଜରୁରୀ ସେବା ପାଇଁ ଘରୋଇ ଗାଡି ବ୍ୟବହାରକୁ ଅନୁମତି ମିଳିପାରିବ । ଏ କ୍ଷେତ୍ରରେ 4 ଚକିଆ ଗାଡିରେ ଜଣେ ଡ୍ରାଇଭର ସହ ପଛ ସିଟରେ ଜଣେ ଯାଇପାରିବେ । ଦୁଇ ଚକିଆରେ କେବଳ ଜଣେ ଯିବେ । କୋରୋନା ଚିହ୍ନଟ ହୋଇଥିବା 9 ଜିଲ୍ଲାର ସହାରାଞ୍ଚଳରେ ଘରୋଇ ଗାଡିକୁ ଜରୁରୀ ସେବା ପାଇଁ ବ୍ୟବହାର କରାଯିବନି । ସମସ୍ତ ମାଲବାହୀ ଗାଡି ଯାତାୟତ କରିପାରିବ । ଦମକଳ ଓ ଆଇନ ଶୃଙ୍ଖଳା ରକ୍ଷା ପାଇଁ ନିୟୋଜିତ ଗାଡି ଚଳାଚଳରେ କୌଣସି ପ୍ରତିବନ୍ଧକ ନାହିଁ । ଟ୍ରକ ଚଳାଚଳ ଯୋଗୁଁ ହାଇୱେରେ ଏକ ନିର୍ଦ୍ଧାରିତ ବ୍ୟବଧାନରେ ଢାବା ଓ ଟ୍ରକ୍ ମରାମତି ଦୋକାନ ଖୋଲା ରହିବ । ଆସନ୍ତା 20 ତାରିଖରୁ ସମସ୍ତ ହସ୍ପିଚାଲ, ନର୍ସିଂହୋମ, କ୍ଲିନିକ୍, ପାଥୋଲାବ୍ , ରକସିନ ଓ ମେଡିକାଲ ଯୋଗାଣ ଓ ବିକ୍ରୟ ଜାରି ରହିବ ।
ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ, ସମସ୍ତ ବ୍ୟାଙ୍କ ଶାଖା, ଏଟିଏମ୍ କେନ୍ଦ୍ର, ବୀମା କମ୍ପାନି କାର୍ଯ୍ୟାଳୟ ଖୋଲା ରହିବ । ଡାକ ସେବା ସହ ପୋଷ୍ଟ ଅଫିସ ମଧ୍ୟ ଖୋଲା ରହିବ । ପିଡିଏସ୍ ସାମଗ୍ରୀ ଯୋଗାଣ କେନ୍ଦ୍ର ସହ ଗ୍ରୋସରୀ ଫଳ, ପନିପରିବା, କ୍ଷୀର, ମାଛ, ମାଂସ, ପଶୁ ଖାଦ୍ୟ, ବିହନ, ସାର, କୀଟନାଶକ ଦୋକାନ ଖୋଲା ରହିବ । ଏସବୁ ସାମଗ୍ରୀର ପରିବହନ ମଧ୍ୟ ହେବ । ରେଷ୍ଟୁରାଣ୍ଟ ଓ ଢାବା ଗୁଡିକ ହୋମ୍ ଡେଲିଭରି କରିପାରିବେ । ଅନଲାଇନ୍ ଡେଲିଭରି ସର୍ଭିସ୍, କୋରିୟର ସର୍ଭିସ୍ ଓ ହୋମ ଡେଲିଭରି କାର୍ଯ୍ୟ ଚାଲିବ । ଖାଦ୍ୟ ଓ ଗ୍ରୋସରୀ ସାମଗ୍ରୀ ବିକୁଥିବା ବିଗ୍ ବଜାର, ରିଲାଏନ୍ସ ଫ୍ରେସ୍, ଓମଫେଡ୍, ଚିଲିକା ଫ୍ରେସ୍ ଆଦି ଖୋଲା ରହିବ । ଶୀତଳ ଭଣ୍ଡାର, ୱେୟାର ହାଉସିଂ ସେବା ଆଦି ଖୋଲା ରହିବ । କୋରୋନା ହଟସ୍ପଟ ଖୋର୍ଦ୍ଧା ଜିଲ୍ଲାର ନିଷିଦ୍ଧାଞ୍ଚଳରେ ଉପରୋକ୍ତ କୋହଳ ନୀତି କାର୍ଯ୍ୟକାରୀ ହେବନି । ହୋମ୍ କ୍ୱାରେଣ୍ଟାଇନ ଉଲ୍ଲଘଂନ କଲେ କଠୋର କାର୍ଯ୍ୟାନୁଷ୍ଠାନ ହେବ । ଲକ ଡାଉନ ନିୟମ ଭଙ୍ଗ ନେଇ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଜିଲ୍ଲାପାଳ, ପୋଲିସ କମିଶନର, ତହସିଲଦାର, ବିଡିଓ ପଦକ୍ଷେପ ନେବାକୁ କୁହାଯାଇଛି ।
