କରୋନା ସଙ୍କଟ ସମୟରେ ପ୍ରଧାନମନ୍ତ୍ରୀଙ୍କ ବଡ଼ ଘୋଷଣା
ସମ୍ୱଲପୁର: ସମ୍ବଲପୁର ବୁର୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୫ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ବୁର୍ଲା ଭିମସାରରେ ଚିକିତ୍ସା କରାଯାଉଛି ।
ପ୍ରାପ୍ତ ସୂଚନା ଅନୁଯାୟୀ ସମ୍ବଲପୁର ଜିଲ୍ଲା କ୍ଷେତରାଜପୁର ଅଞ୍ଚଳର ସୌରଭ ଅଗ୍ରୱାଲ ତାଙ୍କ ସ୍ତ୍ରୀ ନେହା ଅଗ୍ରୱାଲ, ମା ମଂଜୁଲତା ଅଗ୍ରୱାଲ, ୭ ବର୍ଷର ପୁଅ ରିତ ଅଗ୍ରୱାଲ ,୯ ବର୍ଷର ଝିଅ ରିତିକା ଅଗ୍ରୱାଲ ଓ ପଡୋଶୀ ବନ୍ଧୁଙ୍କ ସ୍ତ୍ରୀ ପୂଜା ଶର୍ମାଙ୍କ ସହିତ ଝାରସୁଗୁଡା ଶ୍ୟାମ ମନ୍ଦିରକୁ ଦର୍ଶନ ନିମନ୍ତେ ଯାଇଥିଲେ ।
ସେଠାରୁ ଦର୍ଶନ ସାରି ନିଜର ଇକୋ ସ୍ପୋର୍ଟସ ଗାଡ଼ିରେ ଘରକୁ ଫେରୁଥିବା ସମୟରେ ଶାସନ ରେଙ୍ଗାଲି ନିକଟରେ ଏକ ଟ୍ରକକୁ ପଛପଟୁ ଧକା ଦେଇଥିଲା। ଫଳରେ ସମସ୍ତେ ଗୁରୁତର ଭାବେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲେ।