ପ୍ରକାଶଥାଉ କି, ୨୦୧୩ରେ ରାଜ୍ୟରେ ଚୁକ୍ତିଭିତ୍ତିକ ନିଯୁକ୍ତି ବ୍ୟବସ୍ଥା ଲାଗୁ କରି ଓଡ଼ିଶା ସରକାର ସରକାରୀ ନିଯୁକ୍ତି କ୍ଷେତ୍ରରେ ଗୋତି ଶ୍ରମିକ ପ୍ରଥାର ଆରମ୍ଭ କରିଥିଲେ । ରାଜ୍ୟ ସରକାର ଏହି ଠିକା ନିଯୁକ୍ତି ପକ୍ରିୟାକୁ ନିଜେ ଆରମ୍ଭ କରି ଏକ ଐତିହାସିକ ଭୁଲ କରିଥିଲେ । ଶେଷରେ ଦୀର୍ଘ ୯ବର୍ଷ ପରେ ଠିକା ବ୍ୟବସ୍ଥାକୁ ଉଠାଇ ଦିଆଗଲା ବୋଲି ଘୋଷଣା କରି ବାଃ ବାଃ ନେବାର ଅର୍ଥ କିଛି ବୁଝା ପଡୁନାହିଁ । ଏହା ପଛର କାରଣ ଯେ, ଗତବର୍ଷ ଠିକା ନିଯୁକ୍ତି ଉଚ୍ଛେଦ ପ୍ରସଙ୍ଗରେ ମାନ୍ୟବର ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଥିବା କାରଣରୁ ରାଜ୍ୟରେ ଠିକା ନିଯୁକ୍ତିରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ନିୟମିତ କରିବା ପାଇଁ ରାଜ୍ୟ ସରକାର ବାଧ୍ୟ ହୋଇଛନ୍ତି । ରାଜ୍ୟରେ ୮ଲକ୍ଷ ୮୦ହଜାରରୁ ଊର୍ଦ୍ଧ୍ୱ ଯୁବକ ଯୁବତୀ ଓଡ଼ିଶା ସରକାରଙ୍କ ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜ ନାମ ରେଜିଷ୍ଟ୍ରିଭୁକ୍ତ କରି ନିଯୁକ୍ତି ନିମନ୍ତେ ଅପେକ୍ଷା କରିଛନ୍ତି । ଅପରପକ୍ଷରେ ନିଯୁକ୍ତି ମିଳୁନଥିବାରୁ ରାଜ୍ୟ ସରକାରଙ୍କ ଏହି ସଂସ୍ଥାରେ ନିଜର ନାମ ପଞ୍ଜୀକରଣ କରିବା ପାଇଁ ଓଡ଼ିଶାର ଯୁବକ ଯୁବତୀମାନେ ଆଗ୍ରହ ପ୍ରକାଶ କରୁନାହାନ୍ତି ବରଂ ବେସରକାରୀ ସଂସ୍ଥା ଓ କିଛି ନିଯୁକ୍ତି ଦଲାଲମାନଙ୍କ ପାଖରେ ନିଜ ନାମକୁ ପଞ୍ଜୀକରଣ କରିବାକୁ ଶ୍ରେୟ ମଣୁଛନ୍ତି । ଏଥି ନେଇ ସରକାର ସ୍ପଷ୍ଟୀକରଣ ଦେବା ପାଇଁ ଶ୍ରୀ ମିଶ୍ର ପ୍ରଶ୍ନ ଉଠାଇଛନ୍ତି ।
ଠିକା ନିଯୁକ୍ତି ସମ୍ପର୍କରେ ବିଜେପି ବାରମ୍ବାର ନବୀନ ସରକାରଙ୍କୁ ପ୍ରଶ୍ନ କରିଛି । କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନବାବୁଙ୍କ ପାଖରେ ଠିକା ନିଯୁକ୍ତିର କୌଣସି କାଗଜ ନଥିବା ଦର୍ଶାଇଛନ୍ତି।ଠିକା ନିଯୁକ୍ତି ଦେଇନଥିଲେ ବୋଲି କହିଆସୁଥିବାବେଳେ ଆଜି କିପରି ନବୀନବାବୁ ଠିକା ନିଯୁକ୍ତି ଉଠେଇ ଦେଲେ ବୋଲି ଶ୍ରୀ ମିଶ୍ର କହିଛନ୍ତି । ଯଦି ସରକାରଙ୍କ ପାଖରେ ଠିକା କର୍ମଚାରୀଙ୍କ ରିପୋର୍ଟ ନାହିଁ ତାହାଲେ ସରକାରୀ କିପରି ସ୍ଥାୟୀ ନିଯୁକ୍ତି ଦେଲେ । ସରକାରଙ୍କ ପାଖରେ ଓଡ଼ିଶାର କେତେ କୃଷକ, କେତେ ଭାଗଚାଷୀ ଅଛନ୍ତି ଏହାର ଜବାବ ରଖିବାକୁ ଶ୍ରୀ ମିଶ୍ର ଦାବି କରିଛନ୍ତି । ୨୩ବର୍ଷର ସରକାରଙ୍କ ପାଖରେ ଓଡ଼ିଶା ସମ୍ପର୍କରେ କୌଣସି ତଥ୍ୟ ନାହିଁ । “ଓଡିଶାରେ ଚାଷ କଲେ ଧାନ ବିକ୍ରି ହୁଏ ନାହିଁ କି ପାଠ ପଢ଼ିଲେ ଏଠି ନିଯୁକ୍ତି ନାହିଁ” ବୋଲି ଶ୍ରୀ ମିଶ୍ର କହିଛନ୍ତି । ଓଡ଼ିଶାର ଯୁବକ ଯୁବତୀଙ୍କୁ ଚାକିରୀ ଦେବାକୁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଅସମର୍ଥ ।