ଭୁବନେଶ୍ୱର: ଓଡ଼ିଶାରେ ଗତକାଲି ତୃତୀୟ କୋରୋନା ପଜେଟିଭ୍ ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଜଣେ ବିଧାନସଭା କର୍ମଚାରୀ ଆସିଛନ୍ତି। ମାର୍ଚ୍ଚ 31 ପରିବର୍ତ୍ତେ ୩୦ ତାରିଖରେ ବ୍ୟୟ ମଞ୍ଜୁରୀ ବିଲ୍ ଆସିଥାନ୍ତା କିନ୍ତୁ ଗତକାଲି ରାତିରେ ବିଧାନସଭାର ଜଣେ କର୍ମଚାରୀ ତୃତୀୟ କୋରୋନା ପଜେଟିଭ୍ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଛନ୍ତି । ତେଣୁ ସମସ୍ତ କର୍ମଚାରିଙ୍କୁ କ୍ୱାରେଣ୍ଟାଇନ୍ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି ।
ବିଧାନସଭା ପରିବର୍ତ୍ତେ ଲୋକସଭା ଭବନର କନଭେନସନ ହଲ୍ରେ ବିଧାନସଭା ବସିବ ବୋଲି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଏହି ସୂଚନା ଦେଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ବିଧାୟକ ମାନେ ଦୁଇମିଟର ଦୂରତା ରକ୍ଷା କରି ବସିବେ ଏବଂ ସବୁ ଦଳର ନେତାଙ୍କ ଅନୁରୋଧ କରାଯାଇଛି ଯେ ନିଜ ଦଳର 30 ପ୍ରତିଶତ ବିଧାୟକଙ୍କୁ ନେଇକି ଆସିବେ । ବିଧାୟକମାନଙ୍କୁ ନ ଅଟକାଇବା ପାଇଁ ସମସ୍ତ ଜିଲ୍ଲାପାଳ ଓ ଏସିପଙ୍କୁ ମଧ୍ୟ ଜଣାଇଦିଆଯାଇଛି ।
