ନୂଆଦିଲ୍ଲୀ: କାୟା ବିସ୍ତାର କରି ଚାଲିଛି ମହାମାରୀ କୋରୋନା ଭାଇରସ।ସମଗ୍ର ବିଶ୍ୱରେ ଆତଙ୍କ ସ୍ରୁଷ୍ଟି କରିଥିବା ଏହି ଭାଇରସ କବଳରୁ ବର୍ତ୍ତୀ ପାରିନି ଭାରତ। କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ବର୍ତ୍ତମାନ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 15 ହଜାର ଟପିଥିବା ବେଳେ 507 ଜଣ ମୃତ୍ୟୁବରଣ କରିଛନ୍ତି। ମିଳିଥିବା ତଥ୍ୟ ଅନୁସାରେ ବର୍ତ୍ତମାନ ଦେଶରେ 15 ହଜାର 712 ଜଣ ଆକ୍ରାନ୍ତ ହୋଇଥିବା ବେଳେ 507 ଜଣଙ୍କ ଜୀବନ ଯାଇଛି।
ସେହିପରି ଭାବେ 2231 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସବୁଠାରୁ ଅଧିକ ଆକ୍ରାନ୍ତଙ୍କ ସଂଖ୍ୟା ମହାରାଷ୍ଟ୍ରରେ 3651 ହୋଇଥିବା ବେଳେ ଏଠି 211 ଜଣ ପ୍ରାଣ ହରେଇଛନ୍ତି। ହେଲେ 14 ଦିନ ଭିତରେ ଦେଶର 45 ଟି ଜିଲ୍ଲାରୁ କୌଣସି ପଜିଟିଭ ମାମଲା ଆସିନାହିଁ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି। ହେଲେ ଦେଶରେ ସବୁଠୁ ଅଧିକ ଚିନ୍ତା ବଢେଇଛି ନିଜ୍ଜାମୁଦ୍ଦୀନ ଘଟଣା। ଏହାରି କାରଣରୁ 23 ଟି ରାଜ୍ଯରେ କରୋନା ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଇଛି।
