ନବରଙ୍ଗପୁର: ମହାମାରୀର ରୂପ ନେଇଛି କୋରୋନା । ଏ ମୁହୂର୍ତ୍ତରେ ଯେତେ ସମ୍ଭବ ସଚେତନ ରହିବା ପାଇଁ କେନ୍ଦ୍ର ସରକାର, ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ ଏବଂ ସୋସିଆଲ ମିଡିଆରେ ସମସ୍ତେ ସଚେତନର ବାର୍ତ୍ତା ଦେଇଚାଲିଛନ୍ତି । ତେବେ ଏନେେଇ ନୂତନ ପ୍ରୟାସ ଆରମ୍ଭ କରିଛି ନବରଙ୍ଗପୁର ଜିଲ୍ଲା ବିଜେପି । ଭଏସ୍ କଲ ମାଧ୍ୟମରେ ସଚେତନତା କରାଉଛନ୍ତି ଜିଲ୍ଲାବାସୀଙ୍କୁ । ଜିଲା ସଭାପତି ଜଗଦୀଶ ବିଷୋୟୀ , ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ , ଗତ ନବରଙ୍ଗପୁର ନିର୍ବାଚନ ମଣ୍ଡଳୀର ବିଧାୟକ ପାର୍ଥି ଗୋୖରୀ ଶଙ୍କର ମାଝୀ , ନବରଙ୍ଗପୁର ସାଂସଦ ପାର୍ଥି ବଳଭଦ୍ର ମାଝୀ ଏବଂ ଜିଲା ଯୁବ ମର୍ଚ୍ଚା ସଭାପତି କାହ୍ନୁ ଦାସ୍ ୱେବ କଲ ବା ଭଏସ୍ କଲ ମାଧ୍ୟମରେ ଜିଲ୍ଲାର ପ୍ରାୟ 1 ଲକ୍ଷରୁ ଉର୍ଦ୍ଧ୍ବ ଜନସାଧାରଣ ଙ୍କୁ ଫୋନର ଭଏସ୍ କଲ ମାଧ୍ୟମରେ ସଚେତନତାର ବାର୍ତ୍ତା ପହଞ୍ଚାଉଛନ୍ତି ।
ଏହି ଭଏସ୍ କଲ ମାଧ୍ୟମରେ ଜିଲ୍ଲାବାସୀଙ୍କୁ ନିଜ ଘରେ ରହିବା ସହ , ସାମାଜିକ ଦୂରତା ଅବଲମ୍ବନ କରିବା , ଗହଳି ପୁର୍ଣ୍ଣ ଜାଗାକୁ ନଯିବା , ହାତକୁ ସାବୁନ କିମ୍ବା ହେଣ୍ଡଓ୍ୱାସ୍ରେ ବାରମ୍ବାର ହାତ ଧୋଇବା , ନିଜେ ସଚେତନ ରହି ଅନ୍ୟକୁ ସଚେତନ କରାଇବା , ଆଖପାଖ ଅଞ୍ଚଳର କୌଣସି ଲୋକ ଭୋକିଲା ନରଖିବା , କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ନିର୍ଦ୍ଦେଶକୁ ମାନିବା , ଯଦି କୌଣସି ଅସୁବିଧା ଉପୁଜେ ତାହେଲେ ଜିଲ୍ଲା ପ୍ରଶାସନ ଏବଂ ପୋଲିସ ବିଭାଗ କୁ ଯୋଗାଯୋଗ କରିବା ଭଳି ବିଭିନ୍ନ ବାର୍ତ୍ତା ଭଏସ୍ କଲ ମାଧ୍ୟମରେ ଜିଲ୍ଲବାସୀ ଙ୍କୁ ଦେଇଛନ୍ତି ।
ଏଥିସହିତ ପୋଲିସ , ସ୍ୱାସ୍ଥ୍ୟ ବିଭାଗ ଏବଂ କାର୍ଯ୍ୟରତ ସାମ୍ବାଦିକଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କହି ଅଶେଷ ଅଶେଷ ଧନ୍ୟବାଦ୍ ଜାଣାଇବା ସହ ନବରଙ୍ଗପୁର ଜିଲ୍ଲା ର ଆଦିଶକ୍ତି ମାଁ ଭଣ୍ଡାର ଘରଣୀ ନବରଙ୍ଗପୁର ଜିଲ୍ଲବାସୀ ଙ୍କୁ ଏହି ମାହାମାରି କୋରୋନା କବଳରୁ ରକ୍ଷା କରିବା ପାଇଁ ସମସ୍ତଙ୍କ ସାହ ହୁଅନ୍ତୁ ବୋଲି ପାର୍ଥନା ମଧ୍ୟ କରିଛନ୍ତି ।
