ଏଭଳି କିଛି ସାଙ୍ଘାତିକ ଅଭିଯୋଗ ଆଣି ପରିବହନ ବିଭାଗକୁ କାଠ ଗଡା ଟାଣିଛନ୍ତି ସୁଶ୍ରୀ ଅଟୋମୋଟିଭସ । ଘଟଣା ଅନୁଯାୟୀ 2016 ମସିହାରେ ସରକାର ଗାଡି ଡିଲର ମାନଙ୍କୁ ଟ୍ରେଡ଼ ଲାଇସେନ୍ସ ଫି ଓ ରୋଡ ଟ୍ୟାକ୍ସ ବାବଦକୁ ଅର୍ଥ ଆଦାୟ କରିବାକୁ ଅନୁମତି ଦେଇଥିଲେ । ଫଳରେ ସରକାରୀ ଛାତ୍ର ଛାୟାରେ ରହି ଡିଲର ମାନେ ଏହି ଅନୁମତିର ସୁଯୋଗ ନେଇ ଗ୍ରାହକ ମାନଙ୍କ ଠାରୁ ଆଦାୟ କରିଥିଲେ ମନ ଇଛା ଅର୍ଥ । ବିଭାଗର ଏହି ସର୍କୁଲାରକୁ ବିରୋଧ କରି 2017 ମସିହାରେ ଶ୍ରୀ ଅଟୋମୋଟିଭସ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ମାମଲାର ବିଚାର କରି ମାନ୍ୟବର ଉଚ୍ଚ ନ୍ୟାୟାଳୟ ସରକାରଙ୍କ ଉକ୍ତ ନିଷ୍ପତ୍ତି କୁ ଅସିଦ୍ଧ ଘୋଷଣା କରିଛନ୍ତି।
ଏହି ଷଡଯନ୍ତ୍ରରେ ସାମିଲ ଥିଲେ ଜିଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଠୁ ନେଇ ରାଜ୍ୟ ପରିବହନ ମୁଖ୍ୟାଳୟର କମିଶନର ପର୍ଯ୍ୟନ୍ତ । ତେବେ ବର୍ତ୍ତମାନ ପ୍ରଶ୍ନ ଉଠୁଛି ମାନ୍ୟବର ଉଚ୍ଚ ନ୍ୟାୟଳୟଙ୍କ ଛାଟ ପରେ ସରକାରୀ ଅର୍ଥ ଅନିୟମିତତାରେ ଲିପ୍ତ ଏକାଧିକ ଗାଡି ଡିଲର ଓ ଏହି ଲୁଟକୁ ପ୍ରୋତ୍ସାହନ ଦେଉଥିବା ସରକାରୀ ବାବୁ ମାନଙ୍କ ବିରୋଧରେ ସରକାର କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ନା ରାଜ୍ୟରେ ଘଟୁଥିବା ଅନ୍ୟ ଘଟଣା ପରି ସବୁ ଜାଣି ନ ଜାଣିପରିବାର ଅଭିନୟ କରି ନିଜେ ଦାୟିତ୍ୱ ସାରି ଦେଉଛି ବିଭାଗ ।
ପରିବହନ ବିଭାଗର ଜାଣତରେ ହୋଇଥିବା ଏ 200 କୋଟି ଟଙ୍କାର ଅର୍ଥ ହରିଲୁଟ କୁ ନେଇ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ତାଗିଦ ପରେ ଚେତିବ ତ ବିଭାଗ । ପରିବହନ ବିଭାଗର ଗୋଟିଏ ପରେ ଗୋଟିଏ ଦୁର୍ନୀତି ଲୋକ ଲୋଚନକୁ ଆସିବ ସହିତ ବିଭାଗୀୟ ବଡ଼ପଣ୍ଡା ମାନଙ୍କ କାମ ବଦଳରେ ଟଙ୍କା ନେଉଥିବାର ଭିଡ଼ିଓ ଜନ ସାଧାରଣରେ ପ୍ରସାରିତ ହୋଇସାରିଥିଲେ ସରକାର ଚୁପ ବସିବା ସାଧାରଣରେ ପ୍ରଶ୍ନବାଚି ସୃଷ୍ଟି କରିଛି ।
ଅଧିକା ପଢନ୍ତୁ ଓଡିଶା ଖବର :