ନୂଆଦିଲ୍ଲୀ : ଧୀରେଧୀରେ ସମୁଦ୍ରରେ ବଳ ଗୋଟାଇ ଅଧିକ ଘନୀଭୂତ ହେବରେ ଲାଗିଛି ବାତ୍ୟା ‘ଅମ୍ଫାନ୍’। ଆଜି ସନ୍ଧ୍ୟା ୫ଟା ୩୦ ସୁଦ୍ଧା ଏହା ସମୁଦ୍ର ଭିତରେ ଏକ ସୁପର ସାଇକ୍ଲୋନରେ ପରିଣତ ହେବ। ଏହାର ପ୍ରଭାବରେ ସମୁଦ୍ର ଭିତରେ ୨୨୦ରୁ ୨୬୫ କି.ମି ବେଗରେ ପବନ ବହିବାର ସମ୍ଭାବନା ରହିଛି। ୨୦ ତାରିଖ ଅପରାହ୍ନ/ସଂଧ୍ୟାରେ ଦିଘା-ହାତିଆ ମଧ୍ୟରେ ସ୍ଥଳଭାଗ ଛୁଇଁବା ବେଳେ ଏହାର ତୀବ୍ରତା କମିଯିବ।
ଏବେ ସମ୍ଭାବ୍ୟ ବାତ୍ୟା ଅମ୍ଫାନ ପାରାଦୀପଠାରୁ ୭୯୦ କି.ମି. ଦୂରରେ ରହିଛି। ସେହିପରି ଦିଘାଠାରୁ ଦକ୍ଷିଣ ଓ ଦକ୍ଷିଣ-ପଶ୍ଚିମରେ ଏହା ୯୪୦ କି.ମି. ଦୂରରେ ରହିଛି। ଧୀରେଧୀରେ ବାତ୍ୟା ଅମ୍ଫାନ ଅତି ଭୀଷଣ ରୂପ ଧାରଣ କରିବା ପରେ ଏହା ଉତ୍ତର-ଉତ୍ତରପୂର୍ବ ଦିଗକୁ ମୁହାଁଉଛି। ଏବେ ଏହାର ଘଣ୍ଟାପ୍ରତି ବେଗ ୧୩ କି.ମି. ରହିଥିବା ନେଇ IMD DG ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି।
୨୦ ତାରିଖରେ ବାତ୍ୟା ‘ଅମ୍ଫାନ’ପଶ୍ଚିମବଙ୍ଗର ଦିଘା ଓ ବାଂଲାଦେଶର ହାଟିଆ ଦ୍ୱୀପ ଭିତରେ ଭେରି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମ ରୂପରେ ସ୍ଥଳଭାଗ ଛୁଇଁବ ବୋଲି ଆଇଏମ୍ଡି ପୂର୍ବାନୁମାନ କରିଥିଲା। ସେହି ଅନୁସାରେ ବର୍ତ୍ତମାନ ବାତ୍ୟାଟି ଆଗକୁ ବଢୁଛି। ଆଇଏମ୍ଡି ପୂର୍ବରୁ ଦେଇଥିବା ସୂଚନା ଅନୁଯାୟୀ, ଓଡ଼ିଶା ଉପରେ ମଧ୍ୟ ‘ଅମ୍ଫାନ’ର ପ୍ରଭାବ ପଡ଼ିବ। ବିଶେଷତଃ ଉତ୍ତର ଓଡ଼ିଶାରେ ଏହାର ପ୍ରଭାବ ଅନୁଭୂତ ହେବ। ଏହା ପ୍ରଭାବରେ ରାଜ୍ୟରେ ଆଜି ସନ୍ଧ୍ୟାରୁ ବର୍ଷା ଓ ପବନ ଆରମ୍ଭ ହେବ। ଉତ୍ତର ଓଡ଼ିଶାରେ ଅତିପ୍ରବଳ ବର୍ଷା ହେବା ସହ ପବନର ବେଗ ୧୯ ତାରିଖରେ ଘଣ୍ଟାପ୍ରତି ୭୫ରୁ ୮୫ ରହିବ ଏମିତିକି ୯୫ କିଲୋମିଟର ମଧ୍ୟ ଛୁଇଁ ପାରେ। ତେବେ ୨୦ ତାରିଖ ଅପରାହ୍ନରେ ପବନର ବେଗ ଘଣ୍ଟାପ୍ରତି ୧୧୦ରୁ ୧୨୦ ଓ ବେଳେ ବେଳେ ୧୩୫ କିଲୋମିଟର ଛୁଇଁପାରେ ବୋଲି ପୂର୍ବାନୁମାନ କରିଥିଲା ପାଣିପାଗ ବିଭାଗ। ଓଡ଼ିଶାର ଦୁଇ ବନ୍ଦର ପାରାଦୀପ ଏବଂ ଧାମରାରେ ଦୁଇ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି। ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ଯିବାକୁ ମଧ୍ୟ ବାରଣ କରାଯାଇଛି।
ଅର୍ଗସ ବ୍ୟୁରୋ: ଜାତମୁଣ୍ଡିଆ ସୁବର୍ଣ୍ଣପୁର ବ୍ରିଜ ଉପରେ ବସ ଝୁଲିରହିଛି । ବସଟି ଅନୁଗୁଳରୁ ଭୁନେଶ୍ୱର ଯାଉଥିଲା। ଏହି ସମୟରେ ବସଟି ବ୍ରିଜ ତଳକୁ ଖସିବାରେ ଲାଗିଲା। ଭଗବାନଙ୍କ କୃପାରୁ ଦୁର୍ଘଟଣାରେ ଅଳ୍ପକେ ବର୍ତ୍ତିଲେ ସମସ୍ତ ଯାତ୍ରୀ। ବସଟି ସମ୍ପୂର୍ଣ୍ଣ ଭାବରେ ନଖସି ଅଧାରେ ଝୁଲିରହିଥିଲା। ସମସ୍ତ ଯାତ୍ରୀ ସୁରକ୍ଷିତ ଭାବେ ବସରୁ ବାହାରି ଆସିଛନ୍ତି। ପରେ ସମସ୍ତେ ପହଞ୍ଚି ଗାଡିକୁ ବାହାର କରିବା ପାଇଁ ଲାଗିପଡିଛନ୍ତି।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ନବରଙ୍ଗପୁର : ପୁଣି ଓଡିଶା ମୁହାଁ ହୋଇଛନ୍ତି ଛତିଶଗଡ଼ ହାତୀପଲ । ନବରଙ୍ଗପୁର ଜିଲ୍ଲା ରାଇଘର ସୀମାନ୍ତ ରେ ଛତିଶଗଡ଼ ଉଦନ୍ତୀ ସୀତା ଅଭାୟରଣ୍ୟ ହାତୀପଲ ଓଡ଼ିଶା ଜଙ୍ଗଲ ମଧ୍ୟକୁ ଆସି ଉପଦ୍ରବ କରିଛନ୍ତି । ନବରଙ୍ଗପୁର ଓ ଛତିଶଗଡ ସୀମାନ୍ତ କୁନ୍ଦେଇ ଏବଂ ଖଲାରୀ (ଛତିଶଗଡ) ମଝିରେ ଥିବା ଜଙ୍ଗଲରେ ଛତିଶଗଡ଼ ରୁ ୩୦ ରୁ ୪୦ ହାତୀପଲ ପସିଆସିଥିବା ସୂଚନା ମିଳିଛି ।
ଅଧିକ ପଢନ୍ତୁ : ଗାଁ ମୁଣ୍ଡରେ ହାତୀପଲ
ହାତୀ ପଲ ପଶି ଆସିଥିବାରୁ ସ୍ଥାନୀୟ ଅଞ୍ଚଳର ମକା ଚାଷୀ ଏବଂ ଗ୍ରାମବାସୀ ଭୟଭୀତ ହୋଇ ରହିଛନ୍ତି । ହାତୀପଲ ଦିନରେ ଜଙ୍ଗଲ ମଧ୍ୟରେ ରହୁଛନ୍ତି ରାତି ହେଲେ ମକା କ୍ଷେତ ମଧ୍ୟକୁ ଆସୁଛନ୍ତି ଏବଂ ବ୍ୟାପକ ଫସଲ ନଷ୍ଟ କରୁଛନ୍ତି । ବେଳେ କୁନ୍ଦେଇ ବନ ବିଭାଗ ହାତୀପଲ ଉପରେ ନଜର ରଖିବା ସହ ଗ୍ରାମବାସୀ ଙ୍କୁ ହାତୀପଲ ର ଅତି ନିକଟତର ନ ହେବାକୁ ସଚେତନ କରୁଛନ୍ତି ।
ଅର୍ଗସ ବ୍ୟୁରୋ: ଓଡ଼ିଶାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅନୁରାଗ ଠାକୁର । ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ ଦଳୀୟ କର୍ମୀଙ୍କ ପକ୍ଷରୁ ଭବ୍ୟ ସ୍ବାଗତ କରାଯାଇଥିଲା । ଏହାପରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପ୍ରେସମିଟ୍ କରିବେ ଦୁଇ କେନ୍ଦ୍ରମନ୍ତ୍ରୀ । ଉତ୍କଳ ବିଶ୍ବବିଦ୍ୟାଳୟରେ ନେହରୁ ଯୁବ କେନ୍ଦ୍ର ସଂଗଠନ ପକ୍ଷରୁ ଆୟୋଜିତ ‘‘ମୋ ମାଟି ମୋ ଦେଶ’’ କାର୍ଯ୍ୟକ୍ରମରେ ସାମିଲ୍ ହେବେ ।
ଅପରାହ୍ନରେ ଭୁବନେଶ୍ବରରେ ଆୟୋଜିତ ହେବାକୁ ଥିବା ଦୈନିକ ସମ୍ବାଦପତ୍ର ‘ସମ୍ବାଦ’ର ୪୦ ବର୍ଷ ପୂର୍ତ୍ତି ସମାରୋହରେ ଅତିଥି ଭାବେ ଯୋଗ ଦେବେ । ଅନ୍ୟପଟେ ପ୍ରଜାତନ୍ତ୍ର ପ୍ରଚାର ସମିତି ପକ୍ଷରୁ ଆୟୋଜିତ ହେବାକୁ ଥିବା ଓଡ଼ିଆ ଦୈନିକ ‘ପ୍ରଜାତନ୍ତ୍ର’ର ପ୍ରଥମ ପ୍ରକାଶନର ଶତବାର୍ଷିକୀ ସମାରୋହରେ ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।
ଅଧିକ ପଢ଼ନ୍ତୁ ଓଡିଶା ଖବର: