ଅର୍ଗସ ବ୍ୟୁରୋ: ରାଜ୍ୟରେ ଗୋଟେ ପଟେ ସଂକ୍ରମଣ ହାର କ୍ରମାଗତ ଭାବରେ ଖସୁଥିବାବେଳେ ମୃତ୍ୟୁ ସଂଖ୍ୟାରେ ଲାଗୁନି ବ୍ରେକ୍ । ଗତ 24 ଘଣ୍ଟାରେ 57 ଜଣଙ୍କ ମୁଣ୍ଡ ନେଇଛି କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୪୧୫କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୦ ଜଣ ରହିଥିବା ବେଳେ ବରଗଡ଼, ଗଞ୍ଜାମ, ନୟାଗଡ଼, ପୁରୀ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୫ଜଣ ଲେଖାଏଁ ରହିଛନ୍ତି । ଢେଙ୍କାନାଳ, କଳାହାଣ୍ଡି ଓ କୋରାପୁଟ ଜିଲ୍ଲାରୁ ୪ଜଣ ଲେଖାଏଁ, ଅନୁଗୁଳ ଓ ମୟୁରଭଞ୍ଜ ଜିଲ୍ଲାରୁ ୩ଜଣ ଲେଖାଏଁ ରହିଛନ୍ତି । ସେହିପରି ବାଲେଶ୍ୱର, କଟକ, ଦେବଗଡ଼, ରାୟଗଡ଼ା ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।
Details of cases confirmed as death due to Covid-19, after due completion of death audit process:
1.A 32 years old Male of Angul District.
2.A 30 years old Male of Angul District.
3.A 34 years old Male of Angul District.
4.A 39 years old Male of Balasore District. — H & FW Dept Odisha (@HFWOdisha) July 8, 2021
ସୂଚନାଯୋଗ୍ୟ, ଆଜି ରାଜ୍ୟରେ 2542 କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । କ୍ୱାରେନଣ୍ଟାଇନରୁ 1458 ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣ 1084 ଚିହ୍ନଟ ହୋଇଛନ୍ତି । ଆଜକୁ ମିଶାଇ ରାଜ୍ୟରେ ମୋଟ 932330 ପଜିଟିଭ ଚିହ୍ନଟ ହୋଇଥିବାବେଳେ 900282 କରୋନାରୁ ସୁସ୍ଥ ହୋଇଛନ୍ତି । ଏବେ 27580ଟି ଆକ୍ଟିଭ କେସ୍ ରହିଛି ।
11.A 76 years old Male of Bhubaneswar who was also suffering from Hypertension, Diabetes Mellitus.
12.A 77 years old Female of Bhubaneswar who was also suffering from Diabetes Mellitus, Psychotic Disorder.
13.A 53 years old Female of Bhubaneswar. — H & FW Dept Odisha (@HFWOdisha) July 8, 2021
22.A 36 years old Male of Ganjam District.
23.A 45 years old Male of Ganjam District who was also suffering from Diabetes Mellitus & Hypertension.
24.A 39 years old Male of Ganjam District. — H & FW Dept Odisha (@HFWOdisha) July 8, 2021