ମୋରଦାବାଦ ଶ୍ରୀରାମ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ
ପୁଣି ଓଡ଼ିଶା ପାଇଁ ୧୭୯ କୋଟିର ସହାୟତା ଘୋଷଣା କଲା କେନ୍ଦ୍ର
ନୂଆଦିଲ୍ଲୀ: ଓଡ଼ିଶାକୁ ପୁଣି ମିଳିଲା 179.64 କୋଟି ଟଙ୍କା । ଆପଦକାଳୀନ ପରିସ୍ଥିତିରେ ଏନଡିଆରଏଫ ଫଣ୍ଡରୁ ମିଳୁଥିବା ଟଙ୍କା ପୁଣିଥରେ ଦେବାକୁ କେନ୍ଦ୍ର ନିଷ୍ପତ୍ତି ନେଇଛି । 2019ରେ ଆସିଥିବା ବାତ୍ୟା, ଭୂମିକମ୍ପ ଏବଂ ଅନ୍ୟାନ୍ୟ ଦୈବୀ ଦୁର୍ବିପାକ ପାଇଁ 8 ରାଜ୍ୟକୁ 5,751.27 କୋଟି ଟଙ୍କାର ସହାୟତା ରାଶି ଘୋଷଣା କରିଛି କେନ୍ଦ୍ର ।
ଆଜି ଏନେଇ ଗୃହମନ୍ତ୍ରୀ ଅମିତ ଶାହଙ୍କ ନେତୃତ୍ୱରେ ଏକ ଉଚ୍ଚ ସ୍ତରୀୟ ବୈଠକରେ ନିଷ୍ପତ୍ତି ହୋଇଛି । ତେବେ ବାତ୍ୟା ‘ବୁଲବୁଲ’ ଜନିତ କ୍ଷୟକ୍ଷତି ସହାୟତା ବାବଦକୁ ଓଡ଼ିଶାକୁ 179.64 କୋଟି ଏନଡିଆରଏଫ୍ ଫଣ୍ଡରୁ ମିଳିଛି ।
8 ରାଜ୍ୟ ମଧ୍ୟରେ ରହିଛି ବିହାର, କେରଳ, ମହାରାଷ୍ଟ୍ର, ନାଗାଲାଣ୍ଡ, ଓଡ଼ିଶା, ରାଜସ୍ଥାନ ଓ ପଶ୍ଚିମବଙ୍ଗକୁ ମୋଟ 5,751.27 କୋଟିର ସହୟତା ଘୋଷଣା କରିଛି କେନ୍ଦ୍ର ।
Download Argus News App
