Bhakti: Bhabare Bhagabata | EP -437 | Argus News
ପୁଣି ମାତିଲେ ମଦ ମାଫିଆ, ବିପୁଳ ପରିମାଣର ମଦ ଜବତ

ରାୟଗଡ଼ା: ଲକଡାଉନର ଭରପୁର ଫାଇଦା ଉଠାଇ ମାଲେ ମାଲ ଆଶାରେ ଦେଶୀ ମଦ ମାଫିଆ । ରାୟଗଡା ଜିଲ୍ଲା ଗୁଣୁପୁର ଓ ରମାନଗୁଡା ଅଞ୍ଚଳରେ ଏବେ ବେଶ ସକ୍ରିୟ ଅଛନ୍ତି ଏହି ମାଫିଆମାନେ । ଗୁଣୁପୁର ଅବକାରୀ ବିଭାଗ ଗୁଣୁପୁର ଗାନ୍ଧିନଗର ଓ ରମାନଗୁଡା ଅଞ୍ଚଳରେ ଚଢ଼ାଉ କରି ବିପୁଳ ପରିମାଣରେ ଦେଶୀ ମଦ, ପୋଚ ସହ ବିୟର ବୋତଲ ଜବତ କରିଛି ।
ରମାନଗୁଡାରୁ ଚନ୍ଦ୍ର ଶେଖର ସେଠୀ, ଗାନ୍ଧିନଗରରୁ ଭରତ ନାଗ ଓ ଶିଵ ଲିମାଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ୨ଟି ସ୍କୁଟି ଜବତ କରାଯାଇଛି । ତେବେ ଏହା ପୂର୍ବରୁ ମଧ୍ୟ ଅନେକ ସ୍ଥାନରୁ ଏଭଳି ଚିତ୍ର ସାମ୍ନାକୁ ଆସିଥିବାବେଳେ ଏହାକୁ ନେଇ ବିରୋଧ କଲେବି କେହି ଶୁଣୁନଥିବା ଅଭିଯୋଗ ହୋଇଛି ।
Download Argus News App
