ନବ ଦାସଙ୍କୁ ହତ୍ୟା କରିବାର ଡେମୋ ଦେଖାଉଛି ଗୋପାଳ
ପୁଣି 14 ପଜେଟିଭ୍ ଚିହ୍ନଟ
ଅର୍ଗସ ବ୍ୟୁରୋ : ସକାଳୁ ସକାଳୁ ରାଜ୍ୟରେ ପୁଣି 14 କୋରୋନା ପଜେଟିଭ୍ ଚିହ୍ନଟ। ଏହି ସଂକ୍ରମିତଙ୍କ ମଧ୍ୟରୁ ଗଞ୍ଜାମର 12, ସୁନ୍ଦରଗଡ଼ରୁ 1 ଓ ଭଦ୍ରକର ଜଣେ ବୋଲି ସୂଚନା ମିଳିଛି। ଏହି କ୍ରମରେ ଭଦ୍ରକରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା 83ରେ ପହଁଚିଲା। ସେହିପରି ସୁନ୍ଦରଗଡ଼ରେ 13 ଓ ଭଦ୍ରକରେ 25 ଛୁଇଁଲା। ଏତଦ୍ ବ୍ୟତୀତ ଭଦ୍ରକର ଆକ୍ରାନ୍ତ ସୁରତ ଫେରନ୍ତା। ସେ ତିହିଡି ବ୍ଲକର ବୋଲି ଜଣା ପଡ଼ିଛି।
ରାଜ୍ୟରେ ଏବେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 284କୁ ବୃଦ୍ଧି ହୋଇଛି। ସେମାନଙ୍କ ମଧ୍ୟରୁ 219 ଜଣ ବିଭିନ୍ନ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ବେଳେ 63 ଜଣ ସୁସ୍ଥ ହୋଇ ଘରକୁ ଫେରିଲେଣି ଓ 2 ଜଣ ମୃତ୍ୟୁବରଣ କରିଛନ୍ତି। ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ସୂଚନା ମିଳିଛି।
Download Argus News App
