ଏପ୍ରିଲ-୨ ତାରିଖ ସୁଦ୍ଧା ୨୩ଟି କୋଚ୍ର ରୂପାନ୍ତର ହୋଇ ସାରିଛି । ସେଗୁଡ଼ିକ ମଧ୍ୟରେ ମଞ୍ଚେଶ୍ୱର ଓ ଖୋର୍ଦ୍ଧାରୋଡ଼ରେ ଗୋଟିଏ ଲେଖାଏଁ, ପୁରୀରେ ପାଞ୍ଚଟି, ଭୁବନେଶ୍ୱର ଓ ସମ୍ବଲପୁର ଠାରେ ଛଅଟି ଲେଖାଏଁ ଏବଂ ବିଶାଖାପାଟଣାରେ ୪ଟି କୋଚ୍ ।
କ୍ୱାରେନ୍ଟାଇନ୍ କୋଚରେ କଣ ସବୁ ରହିଛି ସୁବିଧା ?
ଜଣେ ବ୍ୟକ୍ତିର ଏଥି ନିମନ୍ତେ ଯାହା ଅବଶ୍ୟକୀୟ ସେବା ଏହି କୋଚ୍ରେ ପରିବର୍ତ୍ତନ କରି କରାଯାଇଛି । ଝରକା ନିକଟରେ ମଶାରୀ, ଗୋଟିଏ କୋଚ୍ରେ ଗୋଟିଏ ଗାଧୁଆଘର ଏବଂ ତିନିଟି ପାଇଖାନାର ବ୍ୟବସ୍ଥା, ମଝି ସିଟ୍କୁ ବାହାର କରାଯିବା, ଗୋଟିଏ କୋଚରେ ୬ଟି ଲିକୁଇଡ଼୍ ସାବୁନ, ଡିସପେନ୍ସର, ୪ଟି ବୋତଲ ହୋଲଡର, ପ୍ରତ୍ୟେକଟି କୋଚ୍ ମଧ୍ୟରେ ୩ଟି ଡଷ୍ଟବିନ୍, ଲାପଟପ୍ ଓ ମୋବାଇଲ ଚାର୍ଜିଙ୍ଗ୍ ସୁବିଧା, ତକିଆ ଏବଂ ବେଡ଼୍ସିଟ୍, ଗମନାଗମନ ପଥରେ ଦୁଇପଟରୁ ପ୍ଲାଷ୍ଟିକ୍ ପର୍ଦା, ଗାଧୁଆଘରେ ମଗ୍ ଓ ବାଲ୍ଟି ଇତ୍ୟାଦି ଯୋଗାଇ ଦିଆଯିବ ।ଏ
ହି ସୁବିଧା ବ୍ୟତୀତ ଆବଶ୍ୟକୀୟ ମେଡିକାଲ୍ ସୁବିଧା ଯଥା ଅକ୍ସିଜେନ୍ ସିଲିଣ୍ଡର ଯୋଗାଇ ଦିଆଯିବ । ପ୍ରତ୍ୟେକ କୋଚ୍ର ପ୍ରଥମ କ୍ୟାବିନ୍ ଭଣ୍ଡାରଘର / ପାରାମେଡ଼ିକ ଅଞ୍ଚଳ ଏବଂ ଅନ୍ୟ କେବିନ୍ ଗୁଡ଼ିକ ରୋଗୀମାନଙ୍କ ପାଇଁ ବ୍ୟବହାର କରାଯିବ ।
କେଉଁଠି ରଖାଯିବ କ୍ୱାରେନ୍ଟାଇନ୍ କୋଚ ?
ଏହି କୋଚ୍ ଗୁଡ଼ିକ ରୂପାନ୍ତର ହେବା ପରେ ଏହାକୁ ଟ୍ରେନ୍ ରୂପରେ ବିଭିନ୍ନ ଷ୍ଟେସନ୍ରେ ରଖାଯିବ ଯେଉଁଠାରେ ମେଡିକାଲ୍ ସୁବିଧା ଉପଲବ୍ଧ ହେଉଥିବ । ଭୁବନେଶ୍ୱର-୩ଟି ଟ୍ରେନ୍, ଖୋର୍ଦ୍ଧାରୋଡ଼୍ରେ-୨ଟି ଟ୍ରେନ୍, ଟିଟିଲାଗଡ଼-୧ଟି ଟ୍ରେନ୍, ବିଶାଖାପାଟଣାରେ ୩ଟି ଟ୍ରେନ୍, ବିଜୟନଗରମ୍ରେ ୧ଟି ଟ୍ରେନ୍, କଟକରେ ୧ଟି ଟ୍ରେନ୍ ଏବଂ ପୁରୀରେ ୨ଟି ଟ୍ରେନ୍ ରଖାଯିବାର ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏପ୍ରିଲ-୧୫ ସୁଧା ଏହି କୋଚ୍ଗୁଡ଼ିକର ରୂପାନ୍ତର ପ୍ରକ୍ରିୟା ସାରିବାକୁ ଲକ୍ଷ ରଖାଯାଇଛି । ପୂର୍ବ ତଟ ରେଳପଥ ତାର ସମସ୍ତ ସାଧନ ବିନିଯୋଗ କରି ଏହି କାର୍ଯ୍ୟପୁରଣ କରିବାକୁ ନିଷ୍ପତ୍ତି ନେଇଛି ।
ଦେଶରେ କୋଭିଡ଼୍-୧୯ ସଂକ୍ରମଣକୁ ରୋକିବା ନିମନ୍ତେ ଭାରତୀୟ ରେଳପଥ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦେବାକୁ ପଦକ୍ଷେପ ନେଇଛି । ନିୟମିତ ଭାବେ ଆବଶ୍ୟକୀୟ ପଦାର୍ଥର ପରିବହନ, ଗରିବ ଲୋକଙ୍କୁ ଖାଦ୍ୟପଦାର୍ଥ ଯୋଗାଣ, ମାସ୍କ ଓ ସାନିଟାଇଜରର ତିଆରିକରିବା ଇତ୍ୟାଦି ବ୍ୟତୀତ ଭାରତୀୟ ରେଳପଥ ବର୍ତ୍ତମାନ ଏହାର ଟ୍ରେନ୍ କୋଚ୍ଗୁଡ଼ିକୁ ସଂଗରୋଧ/ପୃଥକୀକରଣ ପାଇଁ ବ୍ୟବହାର କରିବା ନିମନ୍ତେ ବର୍ତ୍ତମାନ କାର୍ଯ୍ୟ ଆରମ୍ଭ କରିଛି ।