ସହାୟତା ଅପେକ୍ଷାରେ ଅକ୍ଷୟ ...
ବ୍ରହ୍ମପୁର: ପୁଣି ପ୍ରବାସୀ ଓଡ଼ିଆଙ୍କ ମୃତ୍ୟୁ । ଏଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଧରାକୋଟ ବ୍ଲକର ସିଙ୍ଗିପୁର ଗ୍ରାମରେ । ଗତ ୨୯ ତାରିଖରେ ମାଲିକଙ୍କ ଡାକରା ପାଇଁ ନିଜ ଜନ୍ମ ମାଟି ଛାଡି ଦାଦନ ଖଟିବାକୁ ଯାଇଥିବା ଟୁକୁନା ଗୌଡ଼ ସୁରାଟ ଯାଇଥିଲେ । ଏକ କାରଖାନାରେ କାଯ୍ୟରତ ଥିବା ସମୟରେ କାରଖାନାର ବାହାରେ ବିଶ୍ରାମ ନେଉଥିଲେ ।ସେହି ସମୟରେ ଗତ ୬ ତାରିଖ ଭୋର ୫ଟାରେ ଏକ ମାଲ ବୋଝେଇ ଟ୍ରକ ପଛ ପଟୁ ଟୁକୁନାକୁ ଚାପି ଦେଇଥିଲା ।
ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କ ପ୍ରାଣବାୟୁ ଉଡି ଯାଇଥିଲା। ଏହାପରେ କମ୍ପାନୀ ମାଲିକଙ୍କୁ ଫୋନ କରାଯାଇଥିଲେ ମଧ୍ୟ ସେ ସହଯୋଗ କରିନଥିବା ସେଠାରେ ଥିବା ଟୁକୁନାଙ୍କ ବଡ଼ ଭାଇଙ୍କ ସହ ଗ୍ରାମବାସିମାନେ କହିଛନ୍ତି । ତେଣୁ ସୁରଟାକୁ ଯାଇ ବିନା ଇନ୍ସୁରାନ୍ସରେ କାଯ୍ୟ କରୁଥିବା ଦାଦନ ଯେ କେତେ ସୁରକ୍ଷିତ ଏଥିରୁ ସ୍ୱଷ୍ଟ ସୂଚନା ମିଳୁଛି । ତେବେ ଏହା ପୂର୍ବରୁ ଅନେକ ପ୍ରବାସୀ ଓଡ଼ିଆଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି ।