ଭୁବନେଶ୍ଵର : ଆସନ୍ତା ଏକ ସପ୍ତାହ ପର୍ଯ୍ୟନ୍ତ ରାଜ୍ୟରେ ଜାରି ରହିବ ଗ୍ରୀଷ୍ମ ପ୍ରବାହ । ବିଭିନ୍ନ ସ୍ଥାନରେ ଖରା ବଢ଼ିବ । ରାଜ୍ୟରେ ଅନେକ ସ୍ଥାନରେ ପାରଦ 40 ଡିଗ୍ରି ଉପରେ ରହିବ। ବାୟୁର ଆର୍ଦ୍ରତା କମ୍ ରହିବା ସହ ଗତି ମଧ୍ୟ କମ୍ ରହିବ। ଫଳରେ ପ୍ରବଳ ଗରମ ଅନୁଭୂତ ହେବ। ଆସନ୍ତା 30 ଓ 31 ତାରିଖରେ ରାଜ୍ୟର କିଛି ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ଥିଲେ ମଧ୍ୟ ତାତିରୁ ଆଶ୍ବସ୍ତି ମିଳିବ ନାହିଁ। ମୋଟ୍ ଉପରେ ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ରାଜ୍ୟବାସୀଙ୍କୁ ତାତିରୁ ନିସ୍ତାର ନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ କରିଛି ।
ଗତ 3 ଦିନ ହେଲା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଲାଗି ରହିଥିବା ବେଳେ ବିଭିନ୍ନ ସ୍ଥାନରେ ପ୍ରବଳ ଗରମ ଓ ଗୁଳୁଗୁଳି ଅନୁଭୂତ ହୋଇଥିଲା। ମାଲକାନଗିରିରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା 40 ଡିଗ୍ରି ଛୁଇଁଥିବା ବେଳେ ଟିଟିଲାଗଡ଼ ଓ ଅନୁଗୁଳରେ 39ଡିଗ୍ରି ଅତିକ୍ରମ କରିଛି। ସେହିଭଳି ରାଜ୍ୟର ଅନେକ ସ୍ଥାନରେ ତାପମାତ୍ରା 38 ଡିଗ୍ରି ଉପରେ ରହିଥିଲା। ଗତ 2ରୁ 3ଦିନ ତାପମାତ୍ରା କୁ ତୁଳନା କଲେ, ରାଜ୍ୟର ପ୍ରତିଟି ଜିଲ୍ଲାରେ ତାପମାତ୍ରା 1ରୁ 2ଡିଗ୍ରି ବୃଦ୍ଧି ପାଇଛି। ଆଗାମୀ ଦିନଗୁଡ଼ିକରେ ରାଜ୍ୟର ତାପମାତ୍ରା 3ରୁ 4ଡିଗ୍ରି ପର୍ଯ୍ୟନ୍ତ ବଢ଼ି 42 ଡିଗ୍ରିକୁ ଛୁଇଁପାରେ ବୋଲି ଆକଳନ କରାଯାଉଛି।
ରାଜ୍ୟରେ ଏବେ ଗ୍ରୀଷ୍ମପ୍ରବାହ ଜାରି ରହିବ। 30 ଓ 31 ତାରିଖ ବେଳକୁ ରାଜ୍ୟର କିଛି ସ୍ଥାନରେ ପାଗ ମେଘୁଆ ରହିବ। କିଛି ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ବି ସମ୍ଭାବନା ରହିଛି। ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ଗଜପତି, ଗଞ୍ଜାମ, ବୌଦ୍ଧ, ଅନୁଗୁଳ, ମୟୂରଭଞ୍ଜ ଓ କେଉଁଝର ଜିଲ୍ଲାର କେତେକ ସ୍ଥାନରେ କାଳବୈଶାଖୀ ବର୍ଷା ହେବ। ଏହି ସମୟରେ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ବର୍ଷା ସହ ପବନର ବେଗ ଘଣ୍ଟା ପ୍ରତି 30ରୁ 40କିମି ରହିବ। କନ୍ଧମାଳ, ବୌଦ୍ଧ, କଟକ, ଯାଜପୁର, କେନ୍ଦ୍ରାପଡ଼ା ଓ ଭଦ୍ରକ ଆଦି ଅଞ୍ଚଳରେ କୁଆପଥର ବର୍ଷା ହେବାର ବି ସମ୍ଭାବନା ରହିଛି ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି।
ଅର୍ଗସ ବ୍ୟୁରୋ: ଦିନକ ପରେ ଦିନିକିଆ ବିଶ୍ବକପ୍ ଖେଳାଯିବାକୁ ଥିବାବେଳେ ମଙ୍ଗଳବାର ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ଭାରତୀୟ ବ୍ୟାଟିଂ କିମ୍ବଦନ୍ତି ସଚିନ ତେନ୍ଦୁଲକରଙ୍କୁ ଗ୍ଲୋବାଲ୍ ବ୍ରାଣ୍ଡ୍ ଆମ୍ବାସାଡର୍ ନିଯୁକ୍ତ କରିଛି। ରେକର୍ଡ ୬ଟି ବିଶ୍ବକପ୍ରେ ଖେଳିଥିବା ସଚିନ ଗୁରୁବାର ଇଂଲଣ୍ଡ-ନ୍ୟୁଜିଲାଣ୍ଡ୍ ମ୍ୟାଚ୍ ପୂର୍ବରୁ ବିଶ୍ବକପ୍ ଟ୍ରଫି ସହିତ ପଡ଼ିଆକୁ ପ୍ରବେଶ କରି ଏହାକୁ ଆନୁଷ୍ଠାନିକ ଉଦ୍ଘାଟନ କରିବେ ବୋଲି ମଧ୍ୟ ଘୋଷଣା କରାଯାଇଛି। ‘୧୯୮୭ ବିଶ୍ବକପ୍ରେ ବଲ୍ ବୟ ଥିବାବେଳେ ୬ଟି ସଂସ୍କରଣରେ ଭାରତର ପ୍ରତିନିଧିତ୍ବ କରିଛି। ବିଶ୍ବକପ୍ ସବୁବେଳେ ମୋ ହୃଦୟରେ ସ୍ବତନ୍ତ୍ର ସ୍ଥାନ ହୋଇ ରହିଛି।
୨୦୧୧ ମସିହାରେ ବିଶ୍ବକପ୍ ଜିତିବା ମୋ କ୍ରିକେଟ୍ ଯାତ୍ରାରେ ସବୁଠାରୁ ଗୌରବମୟ ମୁହୂର୍ତ୍ତ ହୋଇ ରହିଛି’ ବୋଲି ସଚିନ ପ୍ରକାଶ କରିଥିବା ଆଇସିସି ଏକ ପ୍ରେସ୍ ବିଜ୍ଞପ୍ତିରେ ପ୍ରକାଶ କରିଛି। ଏକାଧିକ ସ୍ବତନ୍ତ୍ର ଦଳ ଏବଂ ଖେଳାଳି ଏଥର ବିଶ୍ବକପ୍ରେ ଅଂଶଗ୍ରହଣ କରୁଥିବାବେଳେ ଏହାକୁ ନେଇ ମୁଁ ଉତ୍ସାହିତ। ଏଥରର ସଂସ୍କରଣ ମଧ୍ୟ ଯୁବ ବାଳକ ଓ ବାଳିକାଙ୍କୁ ଖେଳକୁ ଆସିବାକୁ ଉତ୍ସାହ ଯୋଗାଇବ ଏବଂ ନିଜ ନିଜ ଦେଶକୁ ସର୍ବୋଚ୍ଚ ସ୍ତରରେ ପ୍ରତିନିଧିତ୍ବ କରିବାକୁ ପ୍ରେରିତ କରିବ ବୋଲି ସଚିନ କହିଛନ୍ତି।
ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର
ଭୁବନେଶ୍ୱର: କୃଷି ସଚିବ ଅରବିନ୍ଦ ପାଢ଼ୀଙ୍କୁ ସ୍କ୍ରଵ ଟାଇଫସ । ଦୁଇ ଦିନ ତଳେ ପଜିଟିଭ ଚି଼ହ୍ନଟ ହୋଇଛନ୍ତି ଅରବିନ୍ଦ । କ୍ୟାପିଟାଲ୍ ହସ୍ପିଟାଲ ପକ୍ଷରୁ ସୂଚନା । ରକ୍ତ ପରୀକ୍ଷା ନମୁନାରୁ ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ। ଆକ୍ରାନ୍ତ ପରେ ଘରେ ରହି ଚିକିତ୍ସିତ ହେଉଛନ୍ତି ଅରବିନ୍ଦ।
୨-୩ଟି ଜିଲ୍ଲାକୁ ଛାଡ଼ିଦେଲେ, ରାଜ୍ୟବ୍ୟାପି ମାଡ଼ିଗଲାଣି ସ୍କ୍ରବ ଟାଇଫସ। କେବଳ ଗ୍ରାମାଞ୍ଚଳ ନୁହେଁ, ସହରାଞ୍ଚଳକୁ ବି ବ୍ୟାପିଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨୨ ହଜାର ୭୭ ଜଣଙ୍କର ସ୍କ୍ରବ ଟାଇଫସ ପରୀକ୍ଷା ହୋଇଥିବାବେଳେ ଚିହ୍ନଟ ହୋଇଛନ୍ତି ୨ ହଜାର ୮ ଶହ ୨୦ରୋଗୀ ଚିହ୍ନଟ ହୋଇଛନ୍ତି।
ଅଧିକ ପଢନ୍ତୁ ଓଡ଼ିଶା ଖବର
ବାଲେଶ୍ୱର: ପ୍ରେମିକାର ପ୍ରତାରଣା ସହିନପାରି ବିଷ ପିଇ ପ୍ରେମିକର ଆତ୍ମହତ୍ୟାର ଲାଇଭ ଭିଡ଼ିଓ ଏବେ ସୋସିଆଲ ମିଡିଆରେ ବେସ ଭାଇରାଲ ହେଉଥିବା ବେଳେ ଏହି ଘଟଣା ଏବେ ଖଇରା ଥାନା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଏଭଳି ଏକ ଦୁଃଖଦ ଘଟଣା ବାଲେଶ୍ୱର ଜିଲ୍ଲା ଖଇରା ଥାନା ନହଙ୍ଗ ମହାଳିକ ସାହିରେ ଦେଖିବାକୁ ମିଳିଛି। ଗାଁର ଗୟାଧର ମହାଳିଙ୍କ ଏକମାତ୍ର ପୁଅ କମଳାକାନ୍ତ ପ୍ରେମିକାର ପ୍ରତାରଣା ସହିନପାରି ସାତଦିନ ପୂର୍ବରୁ ବିଷବିପିଇ ଅସୁସ୍ଥ ହୋଇପଡିଥିଲେ। ଚିକିତ୍ସା ପାଇଁ ତାଙ୍କୁ ପ୍ରଥମେ ଖଇରା ପରେ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କ ଅବସ୍ଥା ଗୁରୁତର ହେଵାରୁ ତାଙ୍କୁ କଟକ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା।
କମଳାକାନ୍ତ ସାତଦିନ ମୃତ୍ୟୁ ସହିତ ସଂଗ୍ରାମ କରି ଶେଷରେ ମୃତ୍ୟୁବରଣ କରିଛନ୍ତି। କମଳାକାନ୍ତ ବିଷ ପିଉଥିବାର ଲାଇଭ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି। ପ୍ରେମିକାର ପ୍ରତାରଣା ପାଇଁ କମଳାକାନ୍ତ ଆତ୍ମହତ୍ୟା କରିଥିବା ପରିବାର ଏବଂ ସମ୍ପର୍କୀୟ ଅଭିଯୋଗ କରିଛନ୍ତି। ଅନ୍ୟପଟେ ଉକ୍ତ ପ୍ରେମିକା ଖଇରା ବ୍ଲକ ସିମୁଳିଆ ଥାନା ଅଧିନ ଗରସଙ୍ଗ ଅଞ୍ଚଳରେ ହୋଇଥିବା ବେଳେ ସେ ଗରସଙ୍ଗ କଲେଜରେ ପଢ଼ୁଥିବା ବେଳେ କମଳାକାନ୍ତ ପ୍ରେମିକାକୁ ଦେଖା କରିବାକୁ କଲେଜ ନିକଟକୁ ଯାଇଥିଲେ । ସେଠାରେ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା ଏବଂ ପରେ କମଳାକାନ୍ତ ଘରକୁ ଆସି ବିଷ ପିଇବା ସହିତ ବିଷ ପିଇବାର ଭିଡ଼ିଓ ଉକ୍ତ ପ୍ରେମିକାକୁ ପଠାଇବା ସହିତ ସୋସିଆଲ ମିଡିଆରେ ଛାଡିଥିଲେ। ଉଭୟଙ୍କ ମଧ୍ୟରେ ୪ବର୍ଷ ହେବ ପ୍ରେମ ସମ୍ପର୍କ ଥିବା ପରିବାର ଏବଂ ସମ୍ପର୍କୀୟ କହିଛନ୍ତି।
ଅଧିକ ପଢନ୍ତୁ ଓଡ଼ିଶା ଖବର