ଭୁବନେଶ୍ୱର: ବିଜେଡି ଓ କଂଗ୍ରେସର ଛାମୁଆଁ ସଙ୍ଗଠନ ପଦବୀ ଖାଲି । କିଏ ଧରିବ ଏହି ପଦବୀର ମଙ୍ଗ । ଏହାକୁ ନେଇ ଆରମ୍ଭ ହୋଇଛି କଳ୍ପନା ଜଳ୍ପନା । ଆଗକୁ ପୌର ନିର୍ବାଚନ ଥିବା ବେଳେ ଏବେଠାରୁ ପ୍ରସ୍ତୁତି ଆରମ୍ଭ କଲେଣୀ ଉଭୟ ଦଳ । ସେପଟେ ବିଜେପିର ସଭ୍ୟ ସଂଗ୍ରହ ଅଭିଯାନ ଶେଷ ହୋଇଥିବା ବେଳେ ସାଙ୍ଗଠନିକ ନିର୍ବାଚନ ପାଇଁ ରହିଛି ବେଶ ସମୟ ବାକି ।
କିଏ ଧରିବ ବିଜେଡିର ଛାତ୍ର, ଯୁବ ଓ ମହିଳା ସଙ୍ଗଠନର ମଙ୍ଗ । କାହାକୁ ଏହି ପଦବୀରେ ବସାଇବେ ଦଳରେ ସୁପ୍ରିମୋ । ଏହାକୁ ନେଇ ଏବେ ବିଜେଡିରେ ଆରମ୍ଭ ହୋଇଛି ଜୋରଦାର ଲବି । ଯୁବ ଓ ମହିଳା ବିଜେଡି ପଦବୀରେ ଥିବା ଅମରେଶ ପତ୍ରୀ ଓ ମୀନତି ବେହେରାଙ୍କୁ ନୂଆ ଦାୟିତ୍ୱ ମିଳିଛି । ତେଣୁ ତାଙ୍କ ସ୍ଥାନରେ ନୂଆ ମୁହଁ ଦେବାକୁ ହାଇକମାଣ୍ଡ ସ୍ଥିର କରିଛନ୍ତି । ଯୁବ ବିଜେଡି ସଭାପତି ଦୌଡରେ ଅଛନ୍ତି ବିଧାୟକ ଚନ୍ଦ୍ରସାରଥୀ ବେହେରା, ପ୍ରୀତିରଞ୍ଜନ ଘଡେଇ ଓ ଦେବଶ ଆଚାର୍ଯ୍ୟଙ୍କ ପରି ଯୁବ ବିଧାୟକ । ସେହିପରି ମହିଳା ବିଜେଡିର ସଭାପତି ଦୌଡରେ ଅଛନ୍ତି ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ, ଲତିକା ପ୍ରଧାନଙ୍କ ପରି ନେତ୍ରୀ । ଛାତ୍ର ବିଜେଡିର ସଭାପତି ପାଇଁ ମଧ୍ୟ ଏକାଧିକ ଆଶାୟୀ ରହିଛନ୍ତି । ତେବେ ଆସନ୍ତା ୧ ତାରିଖରେ ବିଜେଡିର କାର୍ଯ୍ୟକାରୀଣୀ ବୈଠକ ବସୁଥିବା ବେଳେ ୨ ତାରିଖରୁ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆ ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ କରିବେ । ତେବେ ଛାମୁଆଁ ସଙ୍ଗଠନର ପୁର୍ନଗଠନ କଥା ଦଳର ସୁପ୍ରିମୋ ଠିକ ସମୟରେ ଚିନ୍ତା କରି ଘୋଷଣା କରିବେ ବୋଲି କହିଛନ୍ତି ବିଜେଡି ବିଧାୟିକା ତଥା ସରକାରୀ ଦଳର ମୁଖ୍ୟସଚେତକ ପ୍ରମିଳା ମଲ୍ଲିକ ।
ଅନ୍ୟପଟେ ରାଜ୍ୟରେ ମୁଖ୍ୟ ବିରୋଧୀ ଦଳ ସ୍ଥାନ ହରାଇଥିବା କଂଗ୍ରେସର ସଙ୍ଗଠନ ରାଜ୍ୟରେ ବିପର୍ଯ୍ୟୟ । ଦଳ ଆଡୁ ମୁହଁ ଫେରାଇ ନେଲେଣୀ କର୍ମୀ ଓ ନେତା । ଏପରି ସ୍ଥିତିରେ ଦଳକୁ ପୁଣିଥରେ ଅଂଟା ସଳଖ କରି ଛିଡା କରିବା ପାଇଁ ଦଳ ପ୍ରସ୍ତୁତି ଆରମ୍ଭ କରିଛି । ଏପରିକି ଚଳିତ ବର୍ଷ ୪୦ ଲକ୍ଷରୁ ଅଧିକ ସଭ୍ୟ ସଂଗ୍ରହ କରିବା ଲକ୍ଷ୍ୟରେ ରହିଛି କଂଗ୍ରେସ । ବିଦେଶ ଗସ୍ତରେ ଥିବା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓଡିଶା ଫେରିବା ପରେ ଦଳର ଗୁରୁତ୍ୱପୂର୍ଣ ବୈଠକ ବସି ଦଳ ତାର ରଣନୀତି ତିଆରି କରିବ ବୋଲି କହିଛନ୍ତି ବରିଷ୍ଠ ନେତା ତଥା ବିଧାୟକ ସୁରେଶ କୁମାର ରାଉତରାୟ । ସେପଟେ ଦଳର ଛାମୁଆଁ ସଙ୍ଗଠନ ପଦବୀରେ କେହି ନଥିବା ବେଳେ ଦଳର ହାଇକମାଣ୍ଡଙ୍କ ଆଗାମୀ ରଣନୀତି ପରେ ଦଳ ଏହା ଉପରେ ବିଚାର କରିବେ ବୋଲି କହିଛନ୍ତି ପୂର୍ବତନ ଯୁବ କଂଗ୍ରେସ ସଭାପତି ସଂଗ୍ରାମ ଜେନା ।
ସାଧାରଣ ନିର୍ବାଚନ ପରେ ଏବେ ସଙ୍ଗଠନ ବଢ଼ାଇବା ଚିନ୍ତା । ନୂଆ ସଭ୍ୟଙ୍କୁ ନିଜ ଦଳକୁ ଆଣି ସଙ୍ଗଠନ ବଢାଇବା ପାଇଁ ରାଜ୍ୟର 2 ପ୍ରମୁଖ ଦଳର ପ୍ରୟାସ । ତେବେ ଏହା ଭିତରେ କିଏ ଧରିବ ଛାମୁଆ ସଙ୍ଗଠନର ମଙ୍ଗ ଏହାକୁ ନେଇ ବିଜେଡି ଓ କଂଗ୍ରେସରେ ଆରମ୍ଭ ହୋଇଗଲାଣୀ ଲବି ।
ସୁବର୍ଣ୍ଣପୁର: ସାଂଘାତିକ ରୂପ ନେଉଛି ଜେଲ କର୍ମଚାରୀଙ୍କ ଅନଶନ । ସୋମବାରଠାରୁ ଆନ୍ଦୋଳନରେ ବସିଥିବା ଜେଲ କର୍ମଚାରୀ ଅସୁସ୍ଥ ହୋଇ ମେଡିକାଲରେ ଭର୍ତ୍ତି ହେଉଛନ୍ତି । ବାରିପଦାରୁ ସୋନପୁର ସବୁଠି ସମାନ ଦୃଶ୍ୟ । ସୋନପୁର ସବ୍ ଜେଲରେ ଜେଲ କର୍ମଚାରୀଙ୍କ ଆମରଣ ଅନଶନ ଚାଲିଥିବାବେଳେ ଆଜି ଅନେକ ଜେଲ କର୍ମଚାରୀ ଅସୁସ୍ଥ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି।
ଦୁଇ ଦିନ ହେଲା ଆମରଣ ଅନଶନ ଚାଲିଥିବାବେଳେ କିଛି ଖାଇନଥିବାରୁ ଅସୁସ୍ଥ ଅନୁଭବ କରିବାରୁ ସମସ୍ତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । 5 ଦଫା ଦାବି ଅନଶନରେ ବସିଛନ୍ତି ଜେଲ କର୍ମଚାରୀ । ସୋନପୁର ଜେଲର ୧୧ ଜଣ କର୍ମଚାରୀ ଅନଶନରେ ବସିଥିବାବେଳ ୭ ଜଣ ଅସୁସ୍ଥ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।
ଆହୁରି ପଢନ୍ତୁ ଓଡିଶା ଖବର...
ଭୁବନେଶ୍ୱର: ଏସିଆନ ଗେମ 2022 । ଭାରତକୁ ଆଉ ଏକ ସ୍ବର୍ଣ୍ଣ ପଦକ । 25 ମିଟର ରାପିଡ଼ ଫାୟାର ପିସ୍ତଲ ସୁଟିଙ୍ଗରେ ସ୍ବର୍ଣ୍ଣ ଜିତିଲେ ଭାରତୀୟ ମହିଳା ଟିମ୍ । ପଦକ ସଂଖ୍ୟା 16 କୁ ବୃଦ୍ଧି ପାଇଛି । ଏହା ଭାରତର ଚତୃର୍ଥ ସ୍ବର୍ଣ୍ଣ ପଦକ । ଏପର୍ଯ୍ୟନ୍ତ 4 ଟି ସୁନା, 5 ଟି ରୌପ୍ୟ, 7 ଟି ବ୍ରୋଞ୍ଚ ପଦକ ମିଳିଛି ।
ଆହୁରି ପଢନ୍ତୁ ଖେଳ ଖବର...
ଅର୍ଗସ ବ୍ୟୁରୋ: ଇରାକରେ ଏକ ବିବାହ ଉତ୍ସବରେ ଅଗ୍ନିକାଣ୍ଡ ହୋଇଛି । ନିଆଁରେ ଜଳି 100 ଜୀବନ୍ତ ଦଗ୍ଧ ହୋଇଥିବା ସୂଚନା ରହିଛି । ଭୟଙ୍କର ଅଗ୍ନିକାଣ୍ଡରେ କନ୍ୟା ଓ ବର ମୃତ । 150 ରୁ ଅଧିକ ଆହତ ମେଡିକାଲରେ ଚିକିତ୍ସିତ ହେଉଥିବାବେଳେ ବିବାହ ମଣ୍ଡପରେ ଫସିଥିବା ଲୋକଙ୍କୁ ଉଦ୍ଧାର ଜାରି ରହିଛି । ଅଗ୍ନିଶମ କର୍ମଚାରୀଙ୍କ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ବାଣ ଫୁଟିବାରୁ ବିବାହ ମଣ୍ଡପରେ ନିଆଁ ଲାଗିଥିବା ଆଶଙ୍କା କରାଯାଉଛି ।
ଆହୁରି ପଢନ୍ତୁ ବିଦେଶ ଖବର...