ଭୁବନେଶ୍ୱର: ବିଧାନସଭା ନିୟମ ଭଙ୍ଗ କରି ହରଡ଼ ଘଣାରେ ଡାକ୍ତର ଲଳିତ ବେହେରା । ବିଧାନସଭା ପରିସରରେ ଥିବା ଜୋନାଲ ଡିସପେନସାରୀରେ ଜଣେ ରୋଗୀଙ୍କୁ ଚିକିତ୍ସା କରିଥିବା ଯୋଗୁଁ ତାଙ୍କୁ ଚାକିରୀରୁ ନିଲମ୍ବିତ କରାଯାଇଛି । ତେବେ ତୃତୀୟ କୋରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଡାକ୍ତର ଲଳିତ ବେହେରା ଆସିଥିବା ନେଇ ଜଣାପଡ଼ିବା ପରେ ତାଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।
ତେବେ ଲଳିତ ଉଚ୍ଚ ଅଧିକାରୀଙ୍କ ବିନା ଅନୁମତିରେ ସହର ଛାଡ଼ିପାରିବେ ନାହିଁ । ସମୟ ଅନୁସାରେ ସେ କ୍ୟାପିଟାଲ ହସ୍ପିଟାଲରେ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରିବେ ବୋଲି ନିର୍ଦ୍ଦେଶ ଦେଇଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।
ତେବେ ଆଜି ଏନେଇ ଜଣାପଡ଼ିବା ପରେ ବାଚସ୍ପତି କହିଥିଲେ ତୃତୀୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଜଣେ ବିଧାନସଭା କର୍ମଚାରୀ ଆସିଛନ୍ତି । ତେଣୁ ବିଧାନସଭା ଅଧିବେଶନ ଲୋକସେବା ଭବନର କନଭେନସନ ହଲ୍କୁ ସ୍ଥାନାନ୍ତର କରାଯାଇଥିବା ନେଇ ସୂଚନା ଦେଇଥିଲେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ।
