ପୋଲିସ ପକ୍ଷରୁ ୭,୮୦୦ଟି କଫ ସିରଫ ଜବତ କରିବା ସହ ୫୭ ଜଣ ବ୍ୟବସାୟୀଙ୍କୁ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଗିରଫ କରାଯାଇଛି। ଏନେଇ ବରଗଡ ପୋଲିସ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ବିଲନୀରେ ସୂଚନା ଦେଇଛନ୍ତି ବରଗଡ ଅତିରିକ୍ତ ଏସପି ତପନ କୁମାର ମହାନ୍ତି।
ଅଧିକ ପଢନ୍ତୁ ଓଡିଶା ଖବର
ବରଗଡ଼: ବରଗଡ଼ରେ ବୃଦ୍ଧି ପାଉଛି ନିଶା କାରବାର। ବିପୁଳ ପରିମାଣର କଫସିରଫ ଜବତ। ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ 57ଜଣଙ୍କୁ ଗିରଫ କରାଯାଇଥିବା ସୂଚନା। ବରଗଡ଼ ଏସପି ବରଗଡ଼ ଜିଲ୍ଲାକୁ ସମ୍ପୂର୍ଣ୍ଣ ନିଶାମୁକ୍ତ କରିବା ପାଇଁ ଏକ ସ୍ବତନ୍ତ୍ର ସ୍କ୍ବାର୍ଡ ଗଠନ କରି ବିଭିନ୍ନ ସ୍ଥନାରେ ଚଢାଉ ନିର୍ଦ୍ଦେଶ ଦେଇଛନ୍ତି।
ପୋଲିସ ପକ୍ଷରୁ ୭,୮୦୦ଟି କଫ ସିରଫ ଜବତ କରିବା ସହ ୫୭ ଜଣ ବ୍ୟବସାୟୀଙ୍କୁ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଗିରଫ କରାଯାଇଛି। ଏନେଇ ବରଗଡ ପୋଲିସ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ବିଲନୀରେ ସୂଚନା ଦେଇଛନ୍ତି ବରଗଡ ଅତିରିକ୍ତ ଏସପି ତପନ କୁମାର ମହାନ୍ତି।
ଅଧିକ ପଢନ୍ତୁ ଓଡିଶା ଖବର
ଅର୍ଗସ ବ୍ୟୁରୋ : ଦୀର୍ଘ ୨୩ବର୍ଷ ଶାସନରେ ଓଡିଶାର ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି । ସ୍ୱାସ୍ଥ୍ୟ ବିଭାଗରେ କାର୍ଯ୍ୟରତ ସେବିକା, ଫାର୍ମାସିଷ୍ଟ, ଅନ୍ୟାନ୍ୟ ବୈଷୟିକ କର୍ମଚାରୀ, ତୃତୀୟ ଶ୍ରେଣୀ, ଚତୁର୍ଥ ଶ୍ରେଣୀ ବର୍ଗର କର୍ମଚାରୀ ନିଜର ଆବଶ୍ୟକତା ପୂରଣ ପାଇଁ ଧର୍ମଘଟ ବା ଧାରଣା ଦେଇଥାନ୍ତି । କିନ୍ତୁ ଏବେ ବିନା ମେଘରେ ଗରଜିଲା ଭଳି ରାଜ୍ୟ ସରକାର ସ୍ୱାସ୍ଥ୍ୟ କର୍ମଚାରୀମାନଙ୍କ ଉପରେ ଏସମା ଲଗାଇ ନାଲିଆଖି ଦେଖାଇଛନ୍ତି । ରାଜ୍ୟରେ ଏବେ କୌଣସି ବନ୍ୟା ଓ ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ନଥିବାବେଳେ କାହିଁକି ସେବା ପରିଚାଳନା ଆଇନ(ଏସମା) ଲାଗୁ କରୁଛନ୍ତି ରାଜ୍ୟ ସରକାର ତାହା ବୁଝାପଡୁନି ।
ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ରାଜ୍ୟ ସରକାରଙ୍କର ଏତେ ଭୟ କାହିଁକି? ସରକାର ଜାଣି ରଖିବା ଦରକାର ଜୋର ଜବରଦସ୍ତ କରି ସ୍ୱାସ୍ଥ୍ୟ କର୍ମଚାରୀଙ୍କଠାରୁ ସ୍ୱାସ୍ଥ୍ୟସେବା ଆଦାୟ କରାଯାଇ ପାରିବନାହିଁ । ଅସମୟରେ “ଏସମା” ଲାଗୁ କରିବା ରାଜ୍ୟ ସରକାରଙ୍କ ଅଜଣା ଡରକୁ ପ୍ରକାଶ କରୁଛି ବୋଲି ରାଜ୍ୟ ମୁଖପାତ୍ର ଦିଲୀପ ମଲ୍ଲିକ କହିଛନ୍ତି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଶ୍ରୀ ମଲ୍ଲିକ କହିଛନ୍ତି ଯେ, ଅତୀତ ଦିନରେ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ପ୍ରତି ରାଜ୍ୟ ସରକାର ବାରମ୍ବାର ଅବହେଳା କରି ଆସିଛନ୍ତି । ଆଗାମୀ ଦିନରେ କାଳେ ସ୍ୱାସ୍ଥ୍ୟ କର୍ମଚାରୀ ତାଙ୍କର ଅଧିକାରକୁ ନେଇ ଆନ୍ଦୋଳନ କରିବେ ସେଥିପାଇଁ ରାଜ୍ୟ ସରକାର “ଏସମା” ଲଗାଇ ଥିବା ସ୍ପଷ୍ଟ ଜଣାପଡୁଛି । ଆଗକୁ ସାଧାରଣ ନିର୍ବାଚନ ଥିବା କାରଣରୁ ସରକାରଙ୍କୁ ଭୟ ଘାରିଛି । ରାଜ୍ୟରେ ଆବଶ୍ୟକ ସଂଖ୍ୟକ ସ୍ୱାସ୍ଥ୍ୟ କର୍ମଚାରୀ ନାହାନ୍ତି ।
ଏହି ଅଭାବ ଭିତରେ ଦାୟିତ୍ୱ ତୁଲାଉଥିବା କର୍ମଚାରୀଙ୍କ ପ୍ରାପ୍ୟ ପୂରଣ ପାଇଁ ରାଜ୍ୟ ସରକାର କାହିଁକି ବ୍ୟବସ୍ଥା କରୁନାହାନ୍ତି । ଯଦି ଗୋଟିଏ କର୍ମଚାରୀ ଉଚିତ ପ୍ରାପ୍ୟ ପାଇବ ତାହାଲେ ସେ ଲୋକଙ୍କୁ ଉଚିତ ସେବା ଯୋଗାଇ ପାରିବ କିନ୍ତୁ ରାଜ୍ୟ ସରକାର ନାଲିଆଖି ଦେଖାଇ ସେବା ଆଦାୟ କରିବା କଥା ଭାବୁଛନ୍ତି ତାହା ତାଙ୍କର ଭ୍ରମ । “ଏସମା” ଲାଗୁ ନିଷ୍ପତିରୁ ସରକାର ନିବୃତ ରହିବା ଉଚିତ ହେବ ବୋଲି ଶ୍ରୀ ମଲ୍ଲିକ କହିଛନ୍ତି ।
ଅର୍ଗସ ବ୍ୟୁରୋ : ଗୋ ଚାଲାଣର ନୂଆ ତରିକା, ଜାତୀୟ ରାଜପଥରେ ଗାଡି ବଦଳରେ ଗାଁ ରାସ୍ତା ଦେଇ ଚଲାଇ ଚଲାଇ ଗୋ ଚାଲାଣ କରାଯାଉଛି । ସୋର ଥାନା ପାଖର ପଞ୍ଚାୟତ ମଲ୍ଲିପୁର ଛକ ନିକଟରୁ ୨୦ ଟି ଗୋରୁଙ୍କୁ ଉଦ୍ଧାର କରାଯାଇଥିବା ବେଳେ ସାତ ଜଣଙ୍କୁ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି ସୋର ପୋଲିସ । ଆଜି ମଧ୍ୟାହ୍ନ ସମୟରେ ବେତଡ଼ାରୁ ସାହସପୁରାକୁ ୨୦ଟି ଗୋରୁଙ୍କୁ ଚଲାଇ ଚଲାଇ ୭ ଜଣ ବ୍ୟକ୍ତି ଚଲାଇ ଚଲାଇ ନେଉଥିବା ବେଳେ ସ୍ଥାନୀୟ ଗୋସେବକ ମାନେ ସେମାନଙ୍କୁ ଅଟକାଇ ସୋର ପୋଲିସକୁ ଖବର ଦେଇଥିଲେ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ୨୦ ଟି ଗୋରୁଙ୍କୁ ଉଦ୍ଧାର କରି ସୋର ଗୋଶାଳାରେ ରଖିବା ସହିତ ୭ ଜଣଙ୍କୁ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ଗୋରୁ ବେପାରୀ ମାନେ ଗୋଚାଲାଣ ପାଇଁ ଏହିପରି ଭାବରେ କିଛି ଲୋକଙ୍କୁ ଦରମା ଦେଇ ଚଲାଇ ଚଲାଇ ଗୋଚାଲାଣ କରୁଥିବାର ଅଭିଯୋଗ କରିଛନ୍ତି ସ୍ଥାନୀୟ କିଛି ଗୋସେବକ । ପୋଲିସ ସଠିକ ଭାବେ ତଦନ୍ତ କରି ସେମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ଦାବି ହୋଇଛି ।
ଅର୍ଗସ ବ୍ୟୁରୋ: ବାତ୍ୟା ମିଗଜୋମ୍ ତାଣ୍ଡବ ରଚିବା ପରେ ଇଏ ହେଉଛି ତା ପରର ଦୃଶ୍ୟ । ଯୁଆଡେ ଆଖି ବୁଲାଇବ ଚାରିଆଡେ ପାଣି ପାଣି । ତଳିଆ ଅଞ୍ଚଳ ଠାରୁ ଆରମ୍ଭ କରି ବଡ ବଡ ଆପାର୍ଟମେଣ୍ଟ ସବୁଠି ପାଣି ଭର୍ତ୍ତି ହୋଇଛି । ଲୋକେ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି । ରାସ୍ତା ନାଳ ସବୁ ଏକ ହୋଇଯାଇଛି । ଯିଏ ଯେଉଁଠି ସିଏ ସେଇଠି ।
ବାତ୍ୟା ମିଗଜୋମ୍ ପ୍ରଭାବରେ ଏବେ ପାଣି ଘେରରେ ପୁରା ଚେନ୍ନାଇ ସହର । ସହରରେ କେଉଁଠି ଦଶଫୁଟ ପାଣି ତ କେଉଁଠି କୋଡିଏ ଫୁଟ୍ ପର୍ଯ୍ୟନ୍ତ ପାଣି ଜମି ରହିଛି । ଅନେକ ଲୋକ ବାତ୍ୟା ପ୍ରଭାବରେ ଏବେ ଜଳବନ୍ଦୀ ଅବସ୍ଥାରେ ଫସି ରହିଛନ୍ତି । ଅନେକ NDRF ଟିମ୍ ଫସି ରହିଥିବା ଲୋକଙ୍କ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି l ବିଶେଷ କରି ଛୋଟ ଛୁଆ ଓ ବୟସ୍କଙ୍କୁ ପ୍ରଥମେ ସୁରକ୍ଷିତ ଉଦ୍ଧାର କରାଯାଉଛି । ରାସ୍ତାଘାଟ ସବୁ ଜଳମଗ୍ନ । ହେଲେ ଏହି ଉଦ୍ଧାର କାର୍ଯ୍ୟରେ ଜଣେ ଓଡିଆ ଯବାନଙ୍କ କମାଲ ଦେଖିବାକୁ ମିଳିଛି l ନିଜ ଜୀବନକୁ ବାଜିରେ ଲଗାଇ ପାଣିରୁ ଜୀବନ ଛାଣି ଆଣୁଛନ୍ତି ଯବାନ ।
ସୁଇଟର ପିନ୍ଧିବେ କି ରେନ କୋଟ୍ ବୁଝିପାରୁନାହାନ୍ତି ଲୋକେ
ଯବାନ ଜଣଙ୍କ 10 ଦିନର ଶିଶୁକୁ ଧରି କିପରି ଜଳବନ୍ଦୀରୁ ଉଦ୍ଧାର କରୁଛନ୍ତି ତାହାର ଏକ ଫୋଟ ଏବେ ଭାଇରାଲ୍ ହେବାରେ ଲାଗିଛି । ଏ ଯବାନ ଜଣଙ୍କ ହେଉଛନ୍ତି ରାୟଗଡା ଜିଲ୍ଲା ବିଷମକଟକ ସହରର NDRF ଚତୁର୍ଥ ବାଟାଲିୟନ କାର୍ଯ୍ୟରତ ଥିବା ରାଜେନ୍ଦ୍ର ଗନ୍ତାୟତ ବୋଲି ଜଣାପଡିଛି । ଜଳବନ୍ଦୀ ଅବସ୍ଥାରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ସହ ସେଠାକାର ଲୋକେ କିପରି ସୁରକ୍ଷିତ ଅବସ୍ଥାରେ ଉଦ୍ଧାର ହେବେ ସେଥିପାଇଁ ଭଗବାନଙ୍କୁ ପ୍ରାର୍ଥନା ମଧ୍ୟ ଜଣାଇଛନ୍ତି l
ନିଜ ଟିମ୍ ସହ 25 ଫୁଟ୍ ପାଣି ଭିତରେ ପଶି ଲୋକଙ୍କୁ ଉଦ୍ଧାର କରୁଛନ୍ତି । କିପରି ସମସ୍ତ ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିପାରିବେ ସେଥିପାଇଁ ପୁରା ଚେଷ୍ଟା କରୁଛନ୍ତି ।