ଭୁବନେଶ୍ୱର: ପ୍ରତିଦିନ ପରି ଆଜି ମଧ୍ୟ କରୋନା ସମ୍ପର୍କିତ ଖବର ଦେଇଛନ୍ତି ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ । ସେ କହିଛନ୍ତି ଯେ ଓଡ଼ିଶାର ଜନସଂଖ୍ୟାର ପ୍ରାୟ ୧୦ପ୍ରତିଶତ ବୟସ୍କ ନାଗରିକ । ବୟସ୍କ ବ୍ୟକ୍ତିମାନଙ୍କ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବାକୁ ହେବ । ଏଥିସହିତ କୋରୋନାକୁ ନେଇ ଶିଶୁମାନଙ୍କ ସୁରକ୍ଷା ସମ୍ପର୍କରେ ଆମକୁ ଅଧିକ ସତର୍କ ହେବାକୁ ପଡ଼ିବ ବୋଲି ବାଗଚି ପରାମର୍ଶ ଦେଇଛନ୍ତି। କ୍ୱାରେଣ୍ଟିନ୍ ମାନୁନଥିବା ବ୍ୟକ୍ତି ବୟସ୍କ ଓ ଶିଶୁଙ୍କ ପାଇଁ ବିପଦ ଆଣୁଛନ୍ତି ।
ବିବେକହୀନ ଭାବେ ଆମ୍ବୁଲାନ୍ସର ବ୍ୟବହାର କରନ୍ତୁ ନାହିଁ ବୋଲି ସେ କହିଛନ୍ତି । ରାଜ୍ୟରେ ଏପର୍ଯ୍ୟନ୍ତ ୩୩ଟି କୋଭିଡ଼ ହସ୍ପିଟାଲ କାର୍ଯ୍ୟ କରୁଛି । ବିଶ୍ୱରେ ଏପର୍ଯ୍ୟନ୍ତ ୨୭ଲକ୍ଷ ୩୪ହଜାର ୧୦୨ଜଣ କରୋନା ଆକ୍ରାନ୍ତ ଥିବା ବେଳେ ସେମାନଙ୍କ ମଧ୍ୟରୁ ୧ଲକ୍ଷ ୯୧ହଜାର ୮୯ଜଣ କରୋନାରେ ମୃତ୍ୟୁବରଣ କରିସାରିଲେଣି ।
ଏହି କରୋନାରେ ଦେଶରେ ମଧ୍ୟ ୭୧୮ଜଣଙ୍କର ମୃତ୍ୟୁ ହୋଇସାରିଲାଣି । ଆଜି ରାଜ୍ୟରେ ୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବାସାଙ୍ଗକୁ ଆକ୍ରାନ୍ତଙ୍କ ସଂଖ୍ୟା ୯୪କୁ ବୃଦ୍ଧି ପାଇଛି । ଏହାସହ ରାଜ୍ୟରେ ମୋଟ ପଜିଟିଭ୍ ସଂଖ୍ୟାର ୧୨ପ୍ରତିଶତ ଆକ୍ରାନ୍ତ ୬୦ବର୍ଷର ଅଧିକ ବୟସ୍କ ବ୍ୟକ୍ତି । ସେହିପରି ମୋଟ୍ ପଜିଟିଭ୍ ସଂଖ୍ୟାର ୪୭% ଆକ୍ରାନ୍ତ ୧୫ରୁ ୪୦ବର୍ଷ, ୧୧% ଆକ୍ରାନ୍ତ ୦-୧୪ ବର୍ଷ, ୩୦% ଆକ୍ରାନ୍ତ ୪୧-୬୦ ବର୍ଷ ବୟସ ଭିତରେ ହୋଇଥିବା ଜଣାପଡ଼ିଛି ।
ଅର୍ଗସ ବ୍ୟୁରୋ : କ୍ୟାପିଟାଲ ହସ୍ପିଟାଲରେ ପିଲା ଅଦଳବଦଳ ଅଭିଯୋଗ । କହିଲେ ପୁଅ ଜନ୍ମ ହୋଇଛି ଦେଲେ ଝିଅ । ଆଜି ସକାଳୁ ପ୍ରାଣକୃଷ୍ଣ ନାମକ ଜଣେ ବ୍ୟକ୍ତି ତାଙ୍କ ପତ୍ନୀ ସମିତାଙ୍କ ଗର୍ଭ ଯନ୍ତ୍ରଣା ହେବାରୁ କ୍ୟାପିଟାଲ ହସ୍ପିଟାଲକୁ ଆଣିଥିଲେ । ହସ୍ପିଟାଲରେ ପୁତ୍ର ସନ୍ତାନ ଜନ୍ମ ହେଇଥିବା ପରିବାର ଲୋକଙ୍କୁ ଜଣାଇଥିଲେ ହସ୍ପିଟାଲର ନର୍ସ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
କିନ୍ତୁ କିଛି ସମୟରେ ପରେ କନ୍ୟା ସନ୍ତାନ ଆଣି ଦେଇଥିଲେ । ପ୍ରାଣ କୃଷ୍ଣ ନିଜ ପୁତ୍ର ସନ୍ତାନ କୁଆଡେ ଗଲା ପଚାରି ଥିଲେ । କିନ୍ତୁ ଭୁଲରେ ପୁତ୍ର ସନ୍ତାନ ଜନ୍ମ ହେଇଥିବା କୁହାଯାଇଥିଲା ବୋଲି କହିଥିଲେ ହସ୍ପିଟାଲ କର୍ତ୍ତୃପକ୍ଷ । ଏନେଇ କ୍ୟାପିଟାଲ ଥାନାରେ ଅଭିଯୋଗ କରିଛନ୍ତି ପ୍ରାଣକୃଷ୍ଣ ।
ଅସ୍ତ୍ରୋପଚାର ସମୟର ଥିବା ସମସ୍ତ ଡ଼ାକ୍ତର, ଅନ୍ୟ ଷ୍ଟାଫକୁ ତଦନ୍ତ ପରିସରଭୁକ୍ତ କରିବା ସହ ସିସିଟିଭିକୁ ଯାଞ୍ଚ କରାଯାଉ ଓ ଡିଏନଏ ଟେଷ୍ଟ କରାଯାଉ ବୋଲି ସେ ଦାବି କରିଛନ୍ତି । ତେବେ ଅଭିଯୋଗ ପରେ ହସ୍ପିଟାଲ ପକ୍ଷରୁ ଆରମ୍ଭ ହୋଇଛି ତଦନ୍ତ
।
ଅର୍ଗସ ବ୍ୟୁରୋ: ବଲିଉଡର ଭେଟେରାନ ଅଭିନେତ୍ରୀ ଓ୍ବାହିଦା ରେହମାନଙ୍କୁ ଦାଦାସାହେବ ଫାଲକେ ପୁରସ୍କାରରେ ସମ୍ମାନିତ କରାଯିବ। ଓ୍ବାହିଦା ସେ ସମୟରେ ଜଣେ ଲିଡିଂ ଅଭିନେତ୍ରୀ ଥିଲେ। ଫିଲ୍ମ ପ୍ୟାସା, କାଗଜ କେ ଫୁଲ, ଚୌଦବୀ କା ଚାନ୍ଦ ଏବଂ ଗାଇଡ ଭଳି ଫିଲ୍ମରେ ଲିଡ ରୋଲରେ କାମ କରିଥିଲେ।
I feel an immense sense of happiness and honour in announcing that Waheeda Rehman ji is being bestowed with the prestigious Dadasaheb Phalke Lifetime Achievement Award this year for her stellar contribution to Indian Cinema.
Waheeda ji has been critically acclaimed for her… — Anurag Thakur (@ianuragthakur) September 26, 2023
ଏନେଇ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଏହି ଘୋଷଣା କରିଛନ୍ତି ଏବଂ ନିଜ ଖୁସି ଜାହିର କରିଛନ୍ତି। ଅନୁରାଗ ଲେଖିଛନ୍ତି ଚଳିତବର୍ଷ ଦାଦା ସାହେବ ଫାଲକେ ଲାଇଫଟାଇମ ଆଚିଭମେଣ୍ଟ ପୁରସ୍କାର ଦିଆଯିବ କାରଣ ଓ୍ବାହିଦାଜୀଙ୍କର ବଲିଉଡ ତଥା ହିନ୍ଦୀ ସିନେମା ପ୍ରତି ଥିଲା ଅନନ୍ୟ ଯୋଗଦାନ। ମୁଁ ଏହି ପୁରସ୍କାରର ଘୋଷଣା କରିଥିବାରୁ ଅତ୍ୟନ୍ତ ଖୁସି।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର