ବର୍ଷା ଦିନ ପୂର୍ବରୁ ବାଇ ଚଢେଇ ବାନ୍ଧୁଥିବା ଏହି ବସା ଚାଷୀ କୂଳକୁ ଦେଇଥାଏ ଅନେକ ବାର୍ତ୍ତା। ଚାଷୀ ବାଇ ଚଢେଇ ବସାକୁ ଦେଖି ତାର ଫସଲ କାର୍ଯ୍ୟ ଆଗକୁ ବଢ଼ାଇଥାଏ ବୋଲି ପରିବେଷବିତ କହିଛନ୍ତି। ବଦଳୁଥିବା ଦୁନିଆ ସହ ତାଳ ଦେଇ ଆମ ସଭ୍ୟତା ବଦଳୁଛି । ସାଙ୍ଘାତିକ ଭାବେ ପରିବର୍ତ୍ତନ ହେଉଛି ଜଳବାୟୁ। ଅସନ୍ତୁଳନ ପରିବେଶ ଓ ଜୈବ ବିବିଧତା ମଧ୍ୟରେ ଏଠି ବିପଦରେ ପଡିଛନ୍ତି ବନ୍ୟଜନ୍ତୁଙ୍କ ଠାରୁ ଆରମ୍ଭ କରି ଅନେକ ପ୍ରଜାତିର ଜୀବ ।
ଆଉ ତାହାରି ଭିତରେ ଇତିହାସର ମୁକସାକ୍ଷୀ ହୋଇ ରହିଛି ବାଇଚଢ଼େଇ । ଯେଉଁ ବାଇଚଢେଇର କିଚିରିମିଚିରି ଶବ୍ଦରେ ଫାଟିପଡୁଥିଲା ପରିବେଶ ତାହା ଏବେ ଦିନକୁ ଦିନ ଲୋପ ପାଇବାକୁ ବସିଲାଣି । ଗାଁ ଗଣ୍ଡାରେ ଦୂର ତାଳବଣରେ ଆଉ ଦିଶୁନାହିଁ ବାଇଚଢ଼େଇ ବସା କିମ୍ବା ସେଇ ବସା ଭିତରେ ଓହଳି ରହିଥିବା ଶହ ଶହ ବାଇଚଢ଼େଇଙ୍କ ଚିତ୍ର । ବର୍ତ୍ତମାନର ପରିସ୍ଥିତି ବିଶ୍ବରେ ତାପମାତ୍ରାରେ ଅସ୍ଥିରତା ଓ ବିଭିନ୍ନ ପ୍ରାକୃତିକ ଦୁର୍ବିପାକ ଆଜି ଭାଙ୍ଗି ଦେଇଛି ବାଇ ଚଢେଇର ବସା।
ଅଧିକ ଦେଖନ୍ତୁ :