ବିଶ୍ୱାସ : ଆଜିର ଦିବ୍ୟବାଣୀରେ "ବୈରାଗ୍ୟ"
ବୁଦା ମୂଳରୁ ନବଜାତ ଉଦ୍ଧାର
କେଉଁଝର : ପୁଣି ବୁଦା ମୂଳରୁ ନବଜାତ ଉଦ୍ଧାର। କେଉଁଝର ଟାଉନ ଥାନା ସିଲୁଆଁ ଛକ ନିକଟରେ ଆଜି ଏକ ସଦ୍ୟ ନବଜାତ ଶିଶୁ ପୁତ୍ରକୁ ଉଦ୍ଧାର କରାଯାଇଛି।
ସୂଚନାନୁଯାୟୀ, ସିଲୁଆଁ ଛକ ନିକଟରେ କେହି ଜଣେ ଏକ ସଦ୍ୟ ନବଜାତ ଶିଶୁପୁତ୍ରକୁ ଫିଙ୍ଗି ଚାଲି ଯାଇଥିଲା। ଫଳରେ ଆଜି ସକାଳୁ ପ୍ରାତଃ ଭ୍ରମଣରେ ଯାଉଥିବା ଲୋକମାନେ ନବଜାତର କାନ୍ଦ ଶୁଣି ଉଦ୍ଧାର କରିଛନ୍ତି। ଏହାପରେ ଆଶା ଦିଦି ସେଠାରେ ପହଞ୍ଚି ଶିଶୁ ପୁତ୍ରକୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶିଶୁ ବିଭାଗରେ ଭର୍ତ୍ତି କରିଛନ୍ତି। ତେବେ ରାତି ସାରା ନବଜାତ ବୁଦା ମୂଳରେ ପଡି ରହିଥିବାରୁ ତାକୁ ପିମ୍ପୁଡ଼ି କାମୁଡ଼ି ଦେଇଥିବା ଦେଖିବାକୁ ମିଳିଛି। ବର୍ତ୍ତମାନ ଶିଶୁପୁତ୍ରଟି ଚିକିତ୍ସାଧୀନ ଅବସ୍ଥାରେ ଅଛି।
Download Argus News App
