ଭଦ୍ରକ-ନୟାଗଡ଼ ମେମୁ ଟ୍ରେନର ଶୁଭାରମ୍ଭ
ବେଳାଭୂମିରେ ଲାଗିଲା ମୃତ ତିମି
ପୁରୀ: ବାଲି ହରଚଣ୍ଡି ବେଳାଭୂମିରେ ପୁଣି ଲାଗିଲା ତିମି ମାଛ । ବ୍ରହ୍ମଗିରି ରେଞ୍ଜର ବାଲିହରଚଣ୍ଡି ବିଟ୍ ହାଉସ ବେଳାଭୂମିରେ ଏକ ବିଶାଳ ତିମି ମାଛ ମୃତ ଶରୀର ଆସିଲାଗିଥିଲା । ତିମିର ଲମ୍ବା ୩୦ଫୁଟ ହୋଇଥିବା ବେଳେ ଗୋଲେଇ ୧୦ଫୁଟ ଓ ଓଜନ ୧୦ଟନ ରହିଛି । ମାଛଟି ପଚି ସଢ଼ି ଯାଇଥିବାବେଳେ ମୃତ୍ୟୁର କାରଣ ଜଣାପଡିନି । ସୂଚନାଯୋଗ୍ୟ ମୋଟ ଗ୍ରାମର କେତେକ ମତ୍ସ୍ୟଜୀବୀ ଜାଲ ନେଇ ସମୁଦ୍ର ଭିତରକୁ ଯିବା ସମୟରେ ତିମି ମାଛ ଭାସୁଥିବା ଦେଖିବାକୁ ପାଇଥିଲେ । ଖବର ବ୍ରହ୍ମଗିରି ବନବିଭାଗ ଅଧିକାରୀ ମାନେ ଘଟଣାସ୍ଥଳରେ ପହିଛନ୍ତି ମୃତ ତିମି ଶରୀର ଜବତ କରିଛନ୍ତି । ସମୁଦ୍ରରେ ଅବୈଧ ମାଳମାଳ ଟ୍ରଲର ଚଳାଚଳ ଯୋଗୁଁ ଏଭଳି ସମସ୍ୟା ସୃଷ୍ଟି ହେଉଛି।
Download Argus News App
