ଭଦ୍ରକ: ଭଦ୍ରକ ପୌରପାଳିକା ଏବଂ ଇରେନ୍ ଗ୍ରାମପଞ୍ଚାୟତର ସମସ୍ତ ଅପ୍ଟିକାଲ୍ ଦୋକାନଗୁଡିକୁ ଲକ୍ଡାଉନ୍ ଅବଧିରେ ପ୍ରତିଦିନ ଦିନ 1:00 ପର୍ଯ୍ୟନ୍ତ ଖୋଲିବାକୁ ଅନୁମତି ଦିଆଯାଇଛି | କିନ୍ତୁ ଜିଲ୍ଲାର ଅନ୍ୟାନ୍ୟ ଅଞ୍ଚଳରେ ସେମାନେ ସନ୍ଧ୍ୟା 6:00 ଟା ପର୍ଯ୍ୟନ୍ତ ଖୋଲି ପାରିବେ ବୋଲି ସୂଚନା ଦେଲେ ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ।
ଅନ୍ୟପଟେ ଭଦ୍ରକ ପୌରପାଳିକା ଏବଂ ଇରେନ୍ ଗ୍ରାମପଞ୍ଚାୟତ ବ୍ୟତୀତ ଜିଲ୍ଲାରେ ସନ୍ଧ୍ୟା 6:00 ଟା ପର୍ଯ୍ୟନ୍ତ ସମସ୍ତ ପନିପରିବା ଦୋକାନକୁ ଖୋଲିବା ପାଇଁ ଅନୁମତି ଦିଆଯାଇଛି। ଯାହାକି ଏହା ପୂର୍ବରୁ ଦିନ 1:00 ଯାଏଁ ଖୋଲିବାକୁ ଅନୁମତି ମିଳିଥିଲା।
ଭଦ୍ରକ ଜିଲ୍ଲାରୁ 3 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏଥିପାଇଁ ଏହି ଜିଲ୍ଲାକୁ ଅରେଞ୍ଜ କାଟାଗୋରିରେ ରଖାଯାଇଛି। ତେବେ ଏପ୍ରିଲ 20 ରୁ ଲକଡାଉନ ନିୟମକୁ କିଛି ମାତ୍ରାରେ କୋହଳ କରିବା ପାଇଁ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ଯାହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଏଭଳି ନିଷ୍ପତ୍ତି ନେଉଛନ୍ତି।
