ଭୁବନେଶ୍ବର ନୀଳାଦ୍ରି ବିହାର, ଚନ୍ଦ୍ରଶେଖରପୁର କଟକ ନରସିଂହପୁର ଭଳି ୬ଟି ସ୍ଥାନରେ ଏକକାଳିନ ଚଢାଉ କରିଛି ଭିଜିଲାନ୍ସ । ଏ ଯାଏଁ ମୋଟ 3 କୋଟି 79 ଲକ୍ଷ ଟଙ୍କା ଜବତ ହୋଇଛି।
ନୀଳାଦ୍ରି ବିହାରରେ ଦୁଇଟି ଦୁଇ ମହଲା ଘର, ଭକ୍ତି ବିହାରରେ ଗୋଟିଏ ମହଲା ଘର ଓ କଟକ ଗୋଡିବନ୍ଧୁରେ ଗୋଟିଏ ମହଲା ଘର ରହିଛି। ଭୁବନେଶ୍ବର, ଖୋର୍ଦ୍ଧା, କଟକ ଓ ପୁରୀରେ 14ଟି ପ୍ଲଟ ରହିଛି। 56 ଲକ୍ଷ ଟଙ୍କାର ବୀମା ରହିଛି।
ନିଜ ଘର ଓ ସମ୍ପର୍କୀୟଙ୍କ ଘରୁ 25 ଲକ୍ଷ ଟଙ୍କା ସହ ଦେଢ଼ କିଲୋ ସୁନା ଜବତ। ଜବତ ସୁନାର ଆନୁମାନିକ ମୂଲ୍ୟ 60 ଲକ୍ଷ ଟଙ୍କା ହେବ। ପୁରୁଣା 500 ଟଙ୍କିଆ, ବିଦେଶୀ ମୁଦ୍ରା ବି ଜବତ ହୋଇଛି।
ସେପଟେ ଚାକିରୀ ପାଇଁ ଆଶାୟୀ ଥିବା ପ୍ରାର୍ଥୀଙ୍କ ଆଡମିଟ୍ କାର୍ଡ ମଧ୍ୟ ଜବତ ହୋଇଛି। ମିଳିଥିବା ସୂଚନା ଅନୁସାରେ ଭିଜିଲାନ୍ସ ବିରଞ୍ଚିଙ୍କୁ ଖୁବଶୀଘ୍ର ଗିରଫ କରିପାରେ ।