ଅର୍ଗସ ବ୍ୟୁରୋ : ଭୁବନେଶ୍ୱରରେ ସଫଳତା ପାଇବା ପରେ ରାଜ୍ୟ ସରକାର 3 ଜିଲ୍ଲାକୁ 60 ଘଣ୍ଟା ପାଇଁ ସଟ୍ ଡାଉନ୍ ଘୋଷଣା କରିଛନ୍ତି । ସେହି ଜିଲ୍ଲାଗୁଡିକ ହେଲା ବାଲେଶ୍ୱର, ଭଦ୍ରକ ଓ ଯାଜପୁର । 60 ଘଣ୍ଟା ମଧ୍ୟରେ ସରକାର ତିନୋଟି ଜିଲ୍ଲାର ବିଭିନ୍ନ ଅଂଚଳରେ ଟ୍ରାକିଂ, ଟ୍ରେସିଂ ଓ ଟେଷ୍ଟିଂ କାମ ଶେଷ କରିଦେବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ସର୍ଟ ଡାଉନ ଯୋଗୁଁ ଭୁବନେଶ୍ୱରରେ ସଫଳତା ମିଳିଥିବା ବେଳେ ସେହି ପୁରୁଣା ଫର୍ମୁଲାକୁ ଆପଣେଛନ୍ତି ରାଜ୍ୟ ସରକାର । ତେଣୁ ଗତକାଲି ରାତି 10ଟାରୁ ଏହି ଟାର୍ଗେଟ ଆରମ୍ଭ ହୋଇଛି । 26 ତାରିଖ ସକାଳ 10ଟା ଯାଏଁ ଏହି 3ଟି ଜିଲ୍ଲା ସମ୍ପୂର୍ଣ୍ଣ ବନ୍ଦ ରହିବ । ଏହି 3ଟି ଜିଲ୍ଲାରେ କାରୋନା ସ୍ଥିତି ସଙ୍ଗୀନ ରହିଛି । ଗତ କିଛି ଦିନ ମଧ୍ୟରେ ଏହି 3ଟି ଜିଲ୍ଲାରୁ 29ଟି ନୂଆ ମାମଲା ସାମ୍ନାକୁ ଆସିବା ପରେ ସରକାର ସଟ ଡାଉନ ନିଷ୍ପତ୍ତି ନେଇଛନ୍ତି ।
ତିନୋଟି ଜିଲ୍ଲାକୁ ସଂପୂଣ୍ଣ ସଟଡାଉନ ଘୋଷଣା କରାଯାଇଛି । ଏହି ସମୟରେ 3 ଜିଲ୍ଲାରେ ସବୁ କିଛି ବନ୍ଦ ରହିବ । କେହି ଘରୁ ଗୋଡ କାଢି ପାରିବେ ନାହିଁ । ସମସ୍ତ ଦୋକାନ ବଜାର ବନ୍ଦ ରହିବ । ଏମିତିକି ପନିପରିବା, କ୍ଷୀର, ରାସନ ସାମଗ୍ରୀ ଦୋକାନ ମଧ୍ୟ ବନ୍ଦ ରହିବ । ଏଇ 60 ଘଂଟା ଭିତରେ ଔଷଧ ଦୋକାନ ଖୋଲିବା ଉପରେ ମଧ୍ୟ କଟକଣା ଲଗାଯାଇଛି । ସ୍ଥାନୀୟ ଅଂଚଳର ପ୍ରଶାସିନକ ଅଧିକାରୀଙ୍କ ନିର୍ଦେଶ କ୍ରମେ ଖୁବ୍ କମ୍ ଔଷଧ ଦୋକାନ ଖୋଲା ରଖାଯାଇଛି । କରୋନା ମୁକାବିଲା ପାଇଁ କରୋନା ଆକ୍ରାନ୍ତ ଟ୍ରେସିଂ କରିବା ସହ ନମୁନା ପରୀକ୍ଷା କରାଯିବ । ତିନୋଟି ଜିଲ୍ଲା ପାଇଁ ତିନିଜଣ ସଚିବଙ୍କୁ ଦାୟୀତ୍ୱ ଦିଆଯାଇଛି । ଭଦ୍ରକ ଜିଲ୍ଲା ପାଇଁ କରୋନା ପର୍ଯ୍ୟବେକ୍ଷକ ଭାବେ ଜିଲ୍ଲାର ଦାୟିତ୍ୱରେ ଅଛନ୍ତି ସୁଶିଲ କୁମାର ଲୋହାନୀ । ସେ ଜିଲ୍ଲାର କରୋନା ସ୍ଥିତି ଉପରେ ନଜର ରଖିବେ । ସେହିଭଳି ବାଲେଶ୍ୱର ଜିଲ୍ଲାରେ ଏସ.କେ. ବଶିଷ୍ଠଙ୍କୁ ନିଯୁକ୍ତି ଦିଆଯାଇଛି । ଯାଜପୁର ଜିଲ୍ଲାରେ ରାଜ୍ୟପାଳଙ୍କ ସଚିବ ପି.କେ ମେହର୍ଦ୍ଦା କରୋନା ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ ହୋଇଛନ୍ତି । ଦାୟୀତ୍ୱରେ ଥିବା ସଚିବମାନେ ନିଜ ନିଜ ଜିଲ୍ଲାର ତଥ୍ୟ ରାଜ୍ୟ ସରକାରଙ୍କୁ ପ୍ରଦାନ କରିବେ । ଜିଲ୍ଲାରେ ସଟ୍ ଡାଉନ ନିୟମ କଡାକଢା ଭାବେ ପାଳନ କରିବାକୁ ପୋଲିସ ଡିଜିପି ଜିଲ୍ଲାବସୀଙ୍କୁ ଅନୁରୋଧ କରିଛନ୍ତି । ପୂର୍ବରୁ ମଧ୍ୟ ଭୁବନେଶ୍ୱର, କଟକ ଓ ଭଦ୍ରକ ସହରରେ ସଟ୍ ଡଉନ ଘୋଷଣା କରାଯାଇଥିଲା । ସଟ୍ ଡାଉନ ଫଳରେ ରାଜଧାନୀ ଭୁବନେଶ୍ୱରରେ କରୋନା ସଂକ୍ରମଣ ରୋକିବାରେ ବେଶ ସହାୟକ ହୋଇଛି । ତେଣୁ ସେହି ଫର୍ମୁଲାକୁ ରାଜ୍ୟ ସରକାର ବାଲେଶ୍ୱର, ଭଦ୍ରକ ଓ ଯାଜପୁରରେ ଆପଣେଇଛନ୍ତି ।
ଅର୍ଗସ ବ୍ୟୁରୋ : ପୁଣି ରାଜଧାନୀରୁ ବେଙ୍ଗଲୀ ବ୍ୟୁଟି । ମସାଜ ପାର୍ଲର ନାଁ ଚାଲୁଥିଲା ଦେହ ବେପାର । ଦେହ ବେପାର ପାଇଁ ଡିଲ୍ ଚାଲିଥିବା ବେଳେ ମାଡ଼ି ବସିଛି କମିଶନରେଟ୍ ପୁଲିସ୍ । ୩ ଯୁବତୀଙ୍କୁ ଉଦ୍ଧାର କରିବା ସହିତ ୨ ଗ୍ରାହକଙ୍କୁ ପୁଲିସ୍ ଅଟକ ରଖିଛି । ହେଲେ ଚମ୍ପଟ ମାରିଛି ସେକ୍ସ ରାକେଟ୍ ଚଳାଉଥିବା ଦଲାଲ୍ । ଏଭଳି ଘଟଣା ଦେଖିବାକୁ ମିଳିଛି ଖାରବେଳନଗର ଥାନା ସତ୍ୟନଗର ଅଞ୍ଚଳରେ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ସତ୍ୟନଗର ଅଞ୍ଚଳରେ ଥିବା ଏକ ମସାଜ ପାର୍ଲରରେ ଦୀର୍ଘ ଦିନ ଦରି ଚାଲିଥିଲା ସେକ୍ସ ରାକେଟ୍ । ମସାଜ ନାଁରେ ସେଠାରେ ହୋଉଥିଲା ଦେହ ବେପାର । ହେଲେ ଟେର ପାଉନଥିଲା କମିଶନରେଟ୍ ପୋଲିସ । ଆଜି କମିଶନରେଟ୍ ପୋଲିସ୍ର ଜଣେ କର୍ମଚାରୀ ଗ୍ରାହକ ହୋଇ ସେହି ମସାଜ ପାର୍ଲରକୁ ଯାଇଥିଲେ । ଡିଲ୍ ପରେ ରେଟ୍ ଛିଡ଼ିଥିଲା । ତା’ପରେ ଦେହ ବେପାରରେ ନିୟୋଜିତ ପାଇଁ ଯୁବତୀଙ୍କୁ ଡ଼କାଯାଇଥିଲା ।
ଯୁବତୀମାନେ ମସାଜ ପାର୍ଲରରେ ପହଞ୍ଚିବା ପରେ ଅପରାହ୍ନରେ କମିଶନରେଟ୍ ପୋଲିସ୍ ଚଢ଼ଉ କରିଥିଲା । ସେଠାରୁ ୩ ଯୁବତୀଙ୍କୁ ଉଦ୍ଧାର କରିଥିବା ବେଳେ ୨ ଜଣ ଯୁବକ ଅଟକ ରଖି ପଚରା ଉଚରା କରୁଛି ପୋଲିସ୍ । ତେବେ ଚଢ଼ଉ ପୂର୍ବରୁ ସେକ୍ସ ରାକେଟ୍ ଚଳାଉଥିବା ଯୁବକ ଫେରାର ହୋଇଯାଇଥିଲା । ମସାଜ ନାଁରେ ସେଠାରେ କେତେଦିନ ଧରି ଦେହ ବେପାର ଚାଲୁଥିଲା, ତାହା ଜଣାପଡ଼ିନାହିଁ । କମିଶନରେଟ୍ ପୋଲିସ୍ ବିଭିନ୍ନ ଦିଗରୁ ତଦନ୍ତ ଚଳାଛି । ବର୍ତ୍ତମାନ ସୁଦ୍ଧା ଅଭିଯୁକ୍ତଙ୍କ ପାଖରେ ପହଞ୍ଚିପାରି ନାହିଁ ।
ଅର୍ଗସ ବ୍ୟୁରୋ: ଧାନ ଖରିରେ ନିଆଁ ଲଗାଇଦେଲେ ଦୁବୁତ୍ତ । ସମ୍ବଲପୁର ଶାସନ ଥାନା ଅନ୍ତର୍ଗତ ତବଲା ପଞ୍ଚାୟତ ଖୁଲିଆ ଗ୍ରାମର ରାଜେଶ ମୁଣ୍ତା ନାମକ ଜଣେ ଚାଷୀଙ୍କ ଧାନ ଖରିରେ ନିଆଁ ଲଗାଇଦେଇଛନ୍ତି।
ଖବର ପାଇ ଘଟଣା ସ୍ଥଳକୁ ସମ୍ବଲପୁର ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ତେବେ ରାଜେଶ ମୁଣ୍ତା ଜଣେ ଗରିବ ଚାଷୀ ହୋଇଥିବା ବେଳେ ଏଥିରେ ସାଢେ ୩ ଏକର ଧାନ ପୋଡି ପାଉଁଶ ହୋଇଛି । ଆଜି ସକାଳୁ ଏହି ଘଟଣା ଘଟିଥିବା ବେଳେ କିଭଳି ନିଆଁ ଲାଗିଲା ନାଁ କିଏ ଲଗାଇଦେଲା ତାହା ଜଣାପଡ଼ିନି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର