ପ୍ଲାଷ୍ଟିକ ଚାଉଳ ବାହାରିବା ଘଟଣା ଗାଁରେ ପ୍ରସାରିତ ହେବା ପରେ ଗ୍ରାମବାସୀ ସ୍କୁଲରେ ପହଂଚି ଅଲଗା ଚାଉଳ ରୋଷେଇ କରି ପିଲାଙ୍କୁ ଖାଇବାକୁ ଦେବା ପାଇଁ ଦାବି କରିଛନ୍ତି I ରୋଷେଇ ପରେ ଚାଉଳ ଭାତ ଆକାର ନ ହୋଇ ମୁଢ଼ି ସଦୃଶ୍ୟ ଦେଖାଯାଉଛି ଓ ତାକୁ ଛୁଇଁଲେ ଅଠାଳିଆ ଲାଗୁଛି I ଏହା ପ୍ଲାଷ୍ଟିକ ଚାଉଳ ନା ଭିଟାମିନ୍ ଯୁକ୍ତ ଚାଉଳ ତାହା ଜଣାପଡିନଥିବା ବେଳେ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟକୁ ନେଇ ଅଭିଭାବକ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି I
ପୂର୍ବରୁ ପ୍ଲାଷ୍ଟିକ ଅଣ୍ଡାକୁ ନେଇ ଆତଙ୍କ ଦେଖାଦେଇଥିବାବେଳେ ଏବେ ପ୍ଲାଷ୍ଟିକ ଚାଉଳକୁ ନେଇ ଅଭିଭାବକଙ୍କ ଗହଣରେ ଅସନ୍ତୋଷ ପ୍ରକାଶ ପାଇଛି ।