ନୂଆଦିଲ୍ଲୀ : ମହାନଦୀ ଜଳ ବିବାଦ ମାମଲାରେ ଟ୍ରିବୁନାଲରେ ଆଜିର ଶୁଣାଣି ଶେଷ ହୋଇଛି। ଟ୍ରିବୁନାଲର ଅଧକ୍ଷ ବିଚାରପତି ଏ ଏମ ଖାନୱିଲଙ୍କ ଅଧକ୍ଷତାରେ ଶୁଣାଣି ହୋଇଛି। ଆଜିର ଶୁଣାଣିରେ ଓଡିଶା, ଛତିଶଗଡ଼ର ଆବେଦନ ଉପରେ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଛନ୍ତି ଟ୍ରିବୁନାଲ୍ । କେନ୍ଦ୍ର ସରକାରଙ୍କ 3 ଟି ସଂସ୍ଥା ଯଥା ସିଡବ୍ଲୁସି, ଆଇଏମଡି ଏବଂ ଗ୍ରାଉଣ୍ଡ ୱାଟର ବୋର୍ଡ଼ରୁ କିଛି ତଥ୍ୟ ପାଇଁ ଓଡିଶା ଆବେଦନ କରିଥିଲା । ଏହାକୁ ଭିତ୍ତି କରି ନୋଟିସ କରିଛନ୍ତି ଟ୍ରିବୁନାଲ୍ ।
ସେହିପରି କାବେରୀ ଓ କ୍ରିଷ୍ଣା ଜଳ ବିବାଦକୁ ଆଧାର କରି ମହାନଦୀ ଜଳ ବିବାଦର ସମସ୍ତ ନଥିପତ୍ର, ତଥ୍ୟକୁ ଗୋଟିଏ ସାଧାରଣ ଫର୍ମାଟରେ ପଞ୍ଜିକୃତ କରାଯିବ ବୋଲି ଟ୍ରିବୁନାଲ୍ କହିଛନ୍ତି। ଏହାସହ ଓଡ଼ିଶାର ଦାବି ଅନୁସାରେ ଛତିଶଗଡ଼ ଆହୁରି କିଛି ନଥିପତ୍ର ଦେଇ ନଥିବା ଓଡିଶା ଅଭିଯୋଗ କରିବାରୁ ଛତିଶଗଡ଼କୁ ମଧ୍ୟ ଟ୍ରିବୁନାଲ୍ ନୋଟିସ କରିଛନ୍ତି। ତେବେ ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ 29 ରେ ହେବ।
ପ୍ରସଙ୍ଗ ଚୁଡାନ୍ତ ହେବାପରେ ଆଜି ମମାଲର ପ୍ରଥମ ଶୁଣାଣି ହୋଇଥିଲା। ଆଉ ମାତ୍ର ଦୁଇ ମାସ ପରେ ଟ୍ରିବୁନାଲର ପ୍ରଥମ ଶୁଣାଣିକୁ ଦୁଇ ବର୍ଷ ପୂରିବ ହେଲେ ଏ ପର୍ଯ୍ୟନ୍ତ ଛତିଶଗଡ଼ର କୌଣସି ନିର୍ମାଣଧୀନ ବ୍ୟାରେଜ ଉପରେ ରୋକ ଲାଗିନାହିଁ।

