ନବ ଦାସଙ୍କ ହତ୍ୟାକାଣ୍ଡକୁ ନେଇ କ୍ରାଇମବ୍ରାଞ୍ଚର ଚାର୍ଜସିଟକୁ ନେଇ ତେଜିଲା ରାଜନୀତି !
'ମିଥ୍ୟା ଗୁଜବ ପ୍ରଚାରରୁ ନିବୃତ୍ତ ରୁହନ୍ତୁ'
ଅର୍ଗସ ବ୍ୟୁରୋ : ସାରା ଦେଶରେ କୋରୋନା ଭୂତାଣୁର ପ୍ରକୋପ। ଚାରିଆଡେ ହାହାକାର। ଲୋକମାନେ ଭୟଭୀତ ଅବସ୍ଥାରେ ଅଛନ୍ତି। ଏହି ଭୂତାଣୁ ବିରୋଧରେ ସାରା ଦେଶ ଏକାଠି ହୋଇ ଲଢେଇ କରୁଛି। ଏଭଳି ସ୍ଥିତିରେ କୋରୋନା ଭୂତାଣୁକୁ ନେଇ କୌଣସି ମିଥ୍ୟା ଗୁଜବ ପ୍ରଚାର ନକରିବାକୁ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ତାଙ୍କ ବାଲୁକା କଳା ମାଧ୍ୟମରେ ବାର୍ତ୍ତା ପ୍ରେରଣ କରିଛନ୍ତି। ସେ ଏହାକୁ ନେଇ ଏକ ବାଲୁକା କଳା ତିଆରି କରିଛନ୍ତି। ଯେଉଁଥିରେ ଲେଖାଅଛି, ଗୁଜବ ପ୍ରଚାରରୁ ନିବୃତ୍ତ ରୁହନ୍ତୁ ଓ କୋରୋନା ବିରୋଧରେ ଏକାଠି ହୁଅନ୍ତୁ।
Download Argus News App
