ବିଚାରପତି ଜଷ୍ଟିସ ସଙ୍ଗମ କୁମାର ସାହୁ ଓ ବିଚାରପତି ଜଷ୍ଟିସ ଏମ ଏସ ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣୀ କରି ଆବେଦନକୁ ଖାରଜ କରିଛନ୍ତି। ଏହି ଆବେଦନରେ ହସ୍ତକ୍ଷେପ କରିବା ପାଇଁ କୋର୍ଟ ମନା କଲେ। ତେବେ ୧୯ ମେ,୨୦୨୩ ରେ ୨୦୦୦ ଟଙ୍କିଆ ନୋଟ୍ ପ୍ରତ୍ୟାହାର ପାଇଁ ଆରବିଆଇ ଘୋଷଣା କରିଥିଲା। ଯାହାକୁ ବିରୋଧ କରି ହାଇକୋର୍ଟରେ ଜୟନ୍ତୀ ଦାସ ଜନସ୍ବାର୍ଥ ମାମଲା ଦାୟର କରିଥିଲେ।
ଅଧିକ ପଢନ୍ତୁ ଓଡ଼ିଶା ଖବର

ଅର୍ଗସ ବ୍ୟୁରୋ : ରାଜଧାନୀରେ ପୁଣି ବୁଲିଲା ଖଣ୍ଡା । ଭରତପୁର ଥାନା ଅଞ୍ଚଳରେ ଘଟିଛି ଏପରି ଏକ ଅଭାବନୀୟ ଘଟଣା । ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟି ଉଭୟ ପକ୍ଷରୁ ୫ ଜଣ ଆହାତ ହୋଇଛନ୍ତି । ଘଟଣା ସ୍ଥଳରେ ପୋଲିସ ପହଂଚି ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଛି ।

ଭୁବନେଶ୍ବର : ବାହାନଗା ଟ୍ରାଜେଡି. ମୃତକଙ୍କୁ ଚିହ୍ନଟ ପାଇଁ ଏମ୍ସ ଆସିବାକୁ ପରାମର୍ଶ। ଅନ୍ୟ ହସ୍ପିଟାଲ ନ ଯାଇ କେବଳ ଭୁବନେଶ୍ବର ଏମ୍ସ ଆସିବାକୁ ପରାମର୍ଶ ଦିଆଯାଇଛି। ଏନେଇ ପୂର୍ବତଟ ରେଳପଥ ପକ୍ଷରୁ ଗୁରୁତ୍ବପୂର୍ଣ୍ଣ ସୂଚନା ଜାରି ହୋଇଛି। ଦୁର୍ଘଟଣାରେ 1100 ଆହତଙ୍କ ମଧ୍ୟରୁ 160 SCB ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ଏପର୍ଯ୍ୟନ୍ତ 83 ରୁ 85ଟି ମୃତଦେହର ପରିଚୟ ମିଳିପାରିନି।
ଅଧିକ ପଢନ୍ତୁ : ଶବ ଗଦାରେ ପୁଅକୁ ଖୋଜୁଥିଲେ, ଭାଗ୍ୟଭଲ ପୁଅ ବଞ୍ଚିଥିଲା !
52 ଟି ମୃତଦେହ ଏମ୍ସରେ ଅଛି। ମୃତଦେହର ମାର୍କ ଅନୁସାରେ ମୃତ ଦେହ ଚିହ୍ନଟ କରାଯାଉଛି। ସେଥିପାଇଁ ଏବେ DNA ଟେଷ୍ଟ କରାଯାଉଛି। ପରବର୍ତ୍ତୀ ସମୟରେ ଯେମିତି କିଛି ଅସୁବିଧା ନ ହେବ ସେଥିପାଇଁ DNA ସାମ୍ପୁଲ ମଧ୍ୟ ରଖାଯାଇଛି।
ସମ୍ପୂର୍ଣ ପରିଚୟ ଦେଖି ଭେରିଫିକେସନ କରି ଶବ ହସ୍ତାନ୍ତର କରାଯାଇଛି। ବର୍ତ୍ତମାନ କେମିତି ମୃତଦେହ ଫେରାଯାଇପାରିବ ସେ ଉପରେ ଗୁରୁତ୍ବ ଦିଆଯାଉଛି । WHO ଆପ୍ରୋଭ ହୋଇଥିବା କଣ୍ଟେନରରେ ବଡି ଗୁଡିକୁ ରଖାଯାଇଛି।

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ଖିରେଇଟାଙ୍ଗିରୀ ଘାଗରା ବନ୍ଧ ପୋଖରୀରୁ ବିଳମ୍ବିତ ରାତିରେ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ମହିଳା ହେଲେ ଖିରେଇଟାଙ୍ଗିରୀ ପଞ୍ଚାୟତ ର ପୂର୍ବତନ ନାଏବ ସରପଞ୍ଚ ଲକ୍ଷ୍ମୀପ୍ରିୟା ମହାନ୍ତ ।
ଖବର ପାଇ ବିଳମ୍ବିତ ରାତିରେ ତୁରୁମୁଙ୍ଗା ପୋଲିସ ପହଞ୍ଚି ଅଗ୍ନିଶମ ବାହିନୀ ସହାୟତାରେ ପୋଖରୀ ଭିତରୁ ମୃତଦେହ ଉଦ୍ଧାର କରିଛି। ମୃତ ମହିଳା ଙ୍କ ସ୍ଵାମୀ ଗିରିଧାରୀ ମହାନ୍ତଙ୍କୁ ଥାନାରେ ଅଟକ ରଖି ଘଟଣାର ତଦନ୍ତ ଜାରି ରଖିଛି।
ଅଧିକ ପଢନ୍ତୁ ଓଡ଼ିଶା ଖବର
