ଭୁବନେଶ୍ୱର: କୋରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଯଥାସମ୍ଭବ ପ୍ରଚେଷ୍ଟା ଜାରି ରଖିଛନ୍ତି । ଏଭଳି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ବାସହରା, ଅସହାୟଙ୍କୁ ଖାଦ୍ୟ ଯୋଗାଇବା ପାଇଁ ଅଣ୍ଟାଭିଡ଼ିଛି ବିଏମସି । ବିଭିନ୍ନ ଛକଗୁଡ଼ିକରେ ଲୋକମାନଙ୍କୁ ବିଏମସି ପକ୍ଷରୁ ରନ୍ଧା ଖାଦ୍ୟ ବଣ୍ଟନ କରାଯାଉଛି । ମାଷ୍ଟର କ୍ୟାଣ୍ଟିନ୍ ଛକ, ରେଲୱେ ଷ୍ଟେସନ, ଫ୍ଲାଏ ଓଭର ତଳେ ଅସହାୟ ଲୋକମାନଙ୍କୁ ବିନା ମୂଲ୍ୟରେ ଆଧାର ମିଲ୍ ବଣ୍ଟନ କରାଯାଉଛି ।
ଅନ୍ୟପଟେ ଗରିବମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ 2200 କୋଟର ପ୍ୟକେଜ୍ ଘୋଷଣା କରିଛନ୍ତି । ଲକ୍ ଡାଉନ ଘୋଷଣା ପରଠୁ ଦିନ ମଜୁରିଆ, ନିର୍ମାଣ ଶ୍ରମିକ ପାଇଁ ସ୍ୱତନ୍ତ୍ର ପ୍ୟକେଜ୍ ଘୋଷଣା ପାଇଁ ଦାବି ହୋଇଆସୁଥିଲା । ତେବେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଗରିବଙ୍କୁ ଆଶ୍ୱସ୍ତି ଦେବ ବୋଲି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି ।
