ମାତୃଭାଷା ଓ ରାଷ୍ଟ୍ରଭାଷା ସହିତ ଅନ୍ୟ ଭାଷା କୁ ଆଦର କରିବା ସହ ନିଜ ଭାଷାରେ ଦୃଢ଼ ହେବା ଫଳରେ ବଢିଥାଏ ଯୋଗ୍ୟତା । ଏହାଛଡା ସମୟାନୁବର୍ତ୍ତି ହୋଇ ଆଗକୁ ବଢିବାକୁ ଆହ୍ୱାନ ଦେଇଛନ୍ତି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ପୂଜ୍ୟ ପରମହଂସ ପ୍ରଂଜ୍ଞାନା ନନ୍ଦ ଜୀ ମହାରାଜା ।
ସେପଟେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା କାର୍ଯ୍ୟକର୍ତା ମାନେ ରାଜ୍ୟର ଶିକ୍ଷା ସ୍ଥିତି ସହ ଆନୁସଙ୍ଗିକ ପ୍ରସଙ୍ଗରେ କାମ କରିବେ ବୋଲି କହିଛନ୍ତି । ବିଶେଷ ଭାବେ ରାଷ୍ଟ୍ରୀୟ ଶିକ୍ଷା ନୀତି କୁ ରାଜ୍ୟ ସରକାର ଏହା କୁ କ୍ରିୟାନୁୟନ କରିବାକୁ ଆହ୍ୱାନ ଦେବା ସହ ଓଡିଶାକୁ ଆତ୍ମନିର୍ଭରଶୀଳ ହେବା ପାଇଁ ଆବଶ୍ୟକ ଥିବା କହିଛନ୍ତି ଏବିଭିପି ର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ।
ସେହିପରି କାର୍ଯ୍ୟକ୍ରମ ର ଦ୍ୱିତୀୟ ସତ୍ର ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ପୂର୍ବରୁ ଆୟୋଜିତ ପ୍ରଦର୍ଶନୀ କୁ ବିଧିବଦ୍ଧ ଭାବେ ଉଦଘାଟନ କରିଥିଲେ ବିକାଶ ଫାଉଣ୍ଡେସନ ର ଅଧ୍ୟଖ୍ୟା ଶ୍ରୀମତୀ ମୃଦୁଳା ଠାକୁର ପ୍ରଧାନ । ପରେ ପରେ ଦ୍ୱିତୀୟ ସତ୍ର ରେ ରାଜ୍ୟ ପ୍ରସ୍ତାବ ଓ ଶିକ୍ଷା ପ୍ରସ୍ତାବ ପାରିତ ହୋଇଥିଲା। ପରିବେଶ ସୁରକ୍ଷା ,ନାରୀ ସୁରକ୍ଷା ଉପରେ ବିଶେଷ ଆଲୋଚନା କରିଥିଲେ ପଦାଧିକାରୀ ।
ଛାତ୍ର ଶକ୍ତି ହେଉଛି ରାଷ୍ଟ୍ର ଶକ୍ତି । ଏହାକୁ ପାଥେୟ କରି ଆଜି ଠାରୁ ଅନୁଗୁଳ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ରେ ଆରମ୍ଭ ହୋଇଛି ଏବିଭିପି ୪୭ ତମ ରାଜ୍ୟ ଅଧିବେଶନ । ଏହି କ୍ରମରେ ଓଡିଶା ପ୍ରଦେଶ ଏବିଭିପି ର ନବ ନିର୍ବାଚିତ ସଭାପତି ଗାର୍ଗୀ ବାନାର୍ଜୀ ଓ ସମ୍ପାଦକ ଅର୍ଜିତ ପଟ୍ଟନାୟକ ଙ୍କ ନାମ ଘୋଷଣା କରିଛନ୍ତି ଅଧିକାରୀ । ସେପଟେ ଆଜି ସକାଳୁ ଧ୍ବଜା ରୋହଣ ପରେ ପରେ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଥିଲା ଅଧିବେଶନ ।