ନୟାଗଡ଼: ରାଜ୍ୟରେ ପୁଣି ଜଣେ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ଆକ୍ରାନ୍ତ ଜଣଙ୍କ ନୟାଗଡର । ଏହା ପୂର୍ବରୁ ଗଞ୍ଜାମର ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଉଭୟ ଆକ୍ରାନ୍ତ ସୁରତ ଫେରନ୍ତା ଓ କ୍ୱାରେନଟିନରେ ରହିଥିଲେ । ତେବେ ନୟାଗଡ଼ରୁ ପ୍ରଥମଥର ପାଇଁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତ ଜଣକ ୪୦ ବୟସ୍କ ପୁରୁଷ । ସେହିଭଳି ଗଞ୍ଜାମରେ ଚିହ୍ନଟ ହୋଇଥିବା ଆଉ ଜଣେ ଆକ୍ରାନ୍ତ ୨୬ ବର୍ଷୀୟ ଯୁବକ ।
ତେବେ ନୂଆ କରୋନା ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ୨୮୯ରେ ପଂହଚିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆଉ ନୟାଗଡ଼କୁ ମିଶାଇ ଏବେ ରାଜ୍ୟର ମୋଟ୍ ୧୯ ଜିଲ୍ଲାକୁ କରୋନା କବଜା କରିଛି । ସେହିପରି ଗଂଜାମ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୮୪ରେ ପହଂଚିଛି । ଆଜି ସକାଳେ ୧୪ ଜଣଙ୍କ ଠାରେ କରୋନା ପଜିଟିଭ ଚିହ୍ନଟ ହୋଇଥିଲା ।
