Argus Super Fast| 8 Feb 2023 | Argus News
ରାଜ୍ୟରେ ଆଉ ୩ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର : ଭୁବନେଶ୍ୱରରେ ଆଉ ୩ ଜଣ କୋରୋନା ଆକ୍ରାନ୍ତଙ୍କୁ ଚିହ୍ନଟ । ଏହି ତିନି ଜଣ ବମିଖାଲର ବୋଲି ଜଣାପଡ଼ିଛି। ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯କୁ ବୃଦ୍ଧି ପାଇଛି। ଏହି ୩ ଜଣଙ୍କ ବିଦେଶ ଗସ୍ତ ବା ରାଜ୍ୟ ବାହାରକୁ ଯାଇଥିଲେ କି ନା ତାହା ଏଯାଏ ସ୍ପଷ୍ଟ ହୋଇନି।
ଏହାର କିଛି ସମୟ ପୂର୍ବରୁ ମଧ୍ୟ କଟକରେ ଜଣେ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିଲା। ଅର୍ଥାତ ଆଜି ଗୋଟିଏ ଦିନରେ ୪ ଜଣ କରୋନା ରୋଗୀ ରାଜ୍ୟରେ ଚିହ୍ନଟ ହୋଇଛନ୍ତି।
ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଟ୍ୱିଟ୍ ଅନୁଯାୟୀ, ଓଡ଼ିଶାରେ ଚିହ୍ନଟ ହୋଇଥିବା ୯ କରୋନା ରୋଗୀଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୨ ଜଣ ସୁସ୍ଥ ହୋଇସାରିଛନ୍ତି। ଅନ୍ୟପକ୍ଷରେ କେବଳ ରାଜଧାନୀ ଭୁବନେଶ୍ୱରରୁ ୭ ଜଣଙ୍କୁ ଚିହ୍ନଟ କରାଯାଇଛି।
Download Argus News App
