ଭୁବନେଶ୍ୱର: ରାଜ୍ୟରେ ବଢୁଛି ତାତି । ଦିନକୁ ଦିନ ସୂର୍ଯ୍ୟଙ୍କ ପ୍ରକୋପ ବୃଦ୍ଧି ପାଇବାରେ ଲାଗିଛି । ଗୁଳୁଗୁଳି ହେବା ସହ ପ୍ରଚଣ୍ଡ ଖରା ଅସହ୍ୟ ହେବାରେ ଲାଗିଛି । ତେବେ ଆଗାମୀ ଦିନରେ ତାପମାତ୍ରା ଆହୁରି ବଢ଼ିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଆସନ୍ତା ୨ ତାରିଖ ପର୍ଯ୍ୟନ୍ତ ତାପମାତ୍ରା ବଢ଼ିବ। ରାତିର ତାପମାତ୍ରା ପୂର୍ବଭଳି ରହିବ।
ପାଣିପାଗ ବିଶେଷଜ୍ଞଙ୍କ ସୂଚନାନୁସାରେ, ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ପୂର୍ବ ଭଳି ଜାରି ରହିବ। ଏପ୍ରିଲ ୨ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବର ଓ ଦକ୍ଷିଣ ଉପକୂଳ ଅଞ୍ଚଳରେ ସର୍ବୋଚ୍ଚ ତାପମାତ୍ରା ଅପରିବର୍ତ୍ତିତ ରହିବ। ୨ ତାରିଖ ଦିନ ରାଜ୍ୟର କେତେକ ସ୍ଥାନରେ ତାପମାତ୍ରା ୪୨ ଡିଗ୍ରି ଛୁଇଁପାରେ। କିନ୍ତୁ ଅଧିକାଂଶ ସ୍ଥାନରେ ୪୦ ଡିଗ୍ରି ରହିବ। ୬ ତାରିଖ ପରେ ଉପକୂଳ ଓ ତା’ର ସଲଂଗ୍ନ ଅଞ୍ଚଳରେ ପାଗର ପରିବର୍ତ୍ତନ ହେବା ।
