ଭୁବନେଶ୍ବର: ରାଜ୍ୟ ସରକାର ପୁରାପୁରି ଭାବେ ପ୍ରସ୍ତୁତ ହୋଇ କରୋନା ମୁକାବିଲା କରୁଛନ୍ତି। ଏଥିପାଇଁ ଉଚିତ ସମୟରେ ଉଚିତ ପଦକ୍ଷେପ ନେଉଛନ୍ତି ରାଜ୍ୟ ସରକାର। ତେବେ କରୋନା ମୁକାବିଲା ପାଇଁ ସ୍ୱାସ୍ଥ୍ୟ କ୍ଷେତ୍ରରେ ରାଜ୍ଯରେ ପର୍ଯ୍ୟାପ୍ତ ମାତ୍ରାରେ ଔଷଧ ଓ ଉପକରଣ ଅଛି ବୋଲି ଆଜି ଟ୍ୱିଟ଼ ଯୋଗେ ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ। ବର୍ତ୍ତମାନ ରାଜ୍ୟରେ 5 ମାସ ବ୍ୟବହାର ପାଇଁ ଆଣ୍ଟିବାୟୋଟିକ୍, ଆନାଲେଜିକ୍ସ, ଆଣ୍ଟି-ଇନ୍ଫ୍ଲାମେଟୋରୀ ଇତ୍ୟାଦି ଅତ୍ୟାବଶ୍ୟକ ଔଷଧ ଉପଲବ୍ଧ ଅଛି |
ଏହାସହ ତିନୋଟି ସ୍ତରର ସର୍ଜିକାଲ୍ ମାସ୍କ, N-95 ମାସ୍କ, ବ୍ୟକ୍ତିଗତ ପ୍ରତିରକ୍ଷା ଉପକରଣ, PPE ଏବଂ ହ୍ୟାଣ୍ଡ ସାନିଟାଇଜର ଇତ୍ୟାଦିର ଯଥେଷ୍ଟ ଷ୍ଟକ୍ ଅଛି | ତେବେ ରାଜ୍ୟବାସୀଙ୍କୁ କୌଣସି ମୁହୂର୍ତ୍ତରେ ଭୟଭୀତ ନହେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସରକାର।
ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ବର୍ତ୍ତମାନ ରାଜ୍ୟରେ 56ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ଭିତରୁ 18ଜଣ ସୁସ୍ଥ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି। ତେବେ ବାକି 37 ଜଣଙ୍କର ରାଜ୍ୟର ବିଭିନ୍ନ କୋଭିଡ-19 ହସ୍ପିଟାଲରେ ଚିକିତ୍ସା ଚାଲିଛି।
କନ୍ଦୁଝର: ଯାତ୍ରା ଦେଖି ଯାଇଥିବାବେଳେ ଘରୁ ଚୋରି। ଆନନ୍ଦପୁର ଥାନା ଚମର୍ଦା ଗାଁର ରମେଶ ଚନ୍ଦ୍ର ସାହୁଙ୍କ ପରିବାର ଗାଁ ରେ ଚାଲିଥିବା ଯାତ୍ରା ଦେଖିବାକୁ ଯାଇଥିବା ସମୟରେ ତାଙ୍କ ଘରୁ ନଗଦ ଟଙ୍କା ସହିତ ସୁନା ଓ ରୁପା ଅଳଙ୍କାର ଚୋରି ହୋଇଥିବା ଅଭିଯୋଗ କରିଛନ୍ତି।
ଅଭିଯୋଗ ଅନୁଯାୟୀ ରମେଶ ପଦ୍ମପୁର ଗାଁରେ ଏକ ଅଳଙ୍କାର ଦୋକାନ କରି ଜୀବନ ଜୀବିକା ଚଳାଇଥାନ୍ତି। ତେବେ ଗତକାଲି ରାତିରେ ଚୋର ମାନେ ତାଙ୍କ ଘରୁ ୯ହଜାର ଟଙ୍କା ସମେତ ୮୦ ଗ୍ରାମ ରୁପା ଓ ୧୦ ଗ୍ରାମ ର ସୁନା ଗହଣା ଚୋରି ହୋଇଯାଇଛି। ଯାତ୍ରା ଅଧାରୁ ରମେଶ ଙ୍କ ବାପା ଘରକୁ ଆସିବାରୁ ଘର ର ଚାବି ଭଙ୍ଗା ହୋଇ ଚୋରି ହୋଇଯାଇଥିବା ଦେଖିବାକୁ ପାଇଥିଲେ। ଘଟଣା ର ଲିଖିତ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ହଷ୍ଟେଲରେ ଖାଇବାକୁ ମିଳୁନି, ଅସଭ୍ୟ ଭାଷାରେ ଗାଳିଗୁଲଜ କରୁଛନ୍ତି । ଏମିତି ଅଭିଯୋଗ କରି ଜଣାଇବାକୁ 15 କିମି ଚାଲି ଚାଲି ଜିଲ୍ଲାପାଳଙ୍କ ଅଫିସ୍ ଗଲେ ୧୪ ଛାତ୍ରଛାତ୍ରୀ । ରାୟଗଡା ଜିଲ୍ଲା ବଡରାଇସିଙ୍ଗ ଅଞ୍ଚଳରୁ ଆସିଛି ଏଭଳି ଅଭାବନୀୟ ଚିତ୍ର ।
ବଡ଼ରାଇସିଙ୍ଗ ଆଶ୍ରମ ସ୍କୁଲ ଆବାସିକ ବିଦ୍ୟାଳୟର 14 ଜଣ ପିଲା ଚାଲି ଚାଲି ଯାଉଥିବାର ଦେଖାଯାଇଥିଲା । ସ୍କୁଲର ପ୍ରଧାନ ଶିକ୍ଷକ ଦୀର୍ଘ ଦିନ ହେବ ହଷ୍ଟେଲରେ ରହୁଥିବା ପିଲାମାନଙ୍କୁ ଖାଇବା ପିଇବାରେ ଅବହେଳା କରୁଥିବା ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ । ଯାହାର ପ୍ରତିବାଦରେ ଆଜି ରାତି 4ଟାରୁ ଦୀର୍ଘ 15 କିମି ଚାଲି ଚାଲି ଜିଲ୍ଲାପାଳଙ୍କ ଅଫିସରେ ଅଭିଯୋଗ ଦେବା ନିମନ୍ତେ ଆସିଛନ୍ତି ପିଲା। ତେବେ ଆଶ୍ଚର୍ଯ୍ୟକର କଥା ହେଉଛି ରାତି ତମାମ ଛାତ୍ରମାନେ ହଷ୍ଟେଲ ଛାଡ଼ି ରାସ୍ତାରେ ଯାଇଥିଲେ। ବାଘ ଭୟ ଭିତରେ ରାତି ତମାମ ଜଙ୍ଗଲରେ ଚାଲିଥିଲେ ୧୪ଜଣ ଛାତ୍ର। ହଷ୍ଟେଲ ଛାଡ଼ି ୨୫ କିଲୋମିଟର ଦୂର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଲେ ଛାତ୍ରମାନେ।
ଉକ୍ତ ହଷ୍ଟେଲରେ 100 ଜଣ ବାଳକ ଏବଂ 140 ବାଳିକା ହଷ୍ଟେଲରେ ରହି ପାଠ ପଢ଼ୁଥିବା ନେଇ କହିଛନ୍ତି ହଷ୍ଟେଲ ଛାତ୍ରଛାତ୍ରୀ । ସମସ୍ତ ଛାତ୍ରଛାତୀ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଅଟନ୍ତି। ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ ସେଠାରେ ରହୁଛନ୍ତି। ସେମାନଙ୍କ ଉପରେ ନିର୍ଯାତନା ଅସହ୍ୟ ହେବାରୁ ହଷ୍ଟେଲ ଛାଡ଼ି ଜିଲ୍ଲାପାଳଙ୍କୁ ଜଣାଇବା ପାଇଁ ଆସିଥିବା କହିଛନ୍ତି। ଜିଲ୍ଲାପାଳ ଆସିବା ପରେ ଆମେ ଆମ କଥା ଜଣାଇବୁ ବୋଲି ପ୍ରକାଶ କରିଛନ୍ତି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର