ଭୁବନେଶ୍ବର: ରାଜ୍ୟରେ ଏବେ ପ୍ରତିଦିନ 2 ହଜାରରୁ ଅଧିକ କରୋନା ନମୂନା ପରୀକ୍ଷା କରାଯାଉଛି। ନମୂନା ପରୀକ୍ଷା ପାଇଁ ପରୀକ୍ଷା କେନ୍ଦ୍ର ବୃଦ୍ଧି କରାଯାଇଥିବାରୁ ଏଭଳି ପରିଣାମ ହୋଇଛି। ଆଗାମୀ ସମୟରେ ଆହୁରି ଅଧିକ ନମୂନା ପରୀକ୍ଷା ସଂଖ୍ୟା ବୃଦ୍ଧି କରାଯିବ ବୋଲି ସୂଚନା ମିଳିଛି।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଗତ 24 ଘଣ୍ଟାରେ 2141ଟି ନମୂନା ପରୀକ୍ଷା ହୋଇଛି। ତେବେ ବର୍ତ୍ତମାନ ସୁଦ୍ଧା ମୋଟ୍ 20 ହଜାର 599 ନମୂନା ପରୀକ୍ଷା କରାଯାଇଛି। ଗତ 22 ତାରିଖରୁ ପ୍ରତିଦିନ 2 ହଜାରରୁ ଉର୍ଦ୍ଧ୍ୱ କରୋନା ନମୂନା ପରୀକ୍ଷା କରାଯାଉଛି।
ଆରଏମଆରସି, ଏମ୍ସ, ଏସସିବି, ଏମକେସିଜି, ଭୀମସାର, ଆଇଏଲଏସ, ରାଉରକେଲା ଆଇଜିଏଚ ଏବଂ ଆପୋଲୋରେ ବର୍ତ୍ତମାନ ନମୂନା ପରୀକ୍ଷା କରାଯାଉଛି। ଆଗାମୀ ସମୟରେ ଏହାକୁ ଆହୁରି ବୃଦ୍ଧି କରାଯିବ ବୋଲି ସୂତ୍ରରୁ ଖବର ମିଳିଛି।
ତେବେ ରାଜ୍ୟରେ ବର୍ତ୍ତମାନ କରୋନା ସଂକ୍ରମିତଙ୍କ ସଂଖ୍ୟା 94 ରହିଥିବା ବେଳେ 33 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାରି ଭିତରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣଙ୍କର ବିଭିନ୍ନ କୋଭିଡ-19 ହସ୍ପିଟାଲରେ ଚିକିତ୍ସା ଚାଲିଛି।
ନୂଆଦିଲ୍ଲୀ: ମୋହନ ଯାଦବ ହେବେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ। ବିଜେପି ବିଧାୟକ ଦଳ ବୈଠକରେ ମୋହନଙ୍କ ନାରେ ଲାଗିଲା ମୋହର।
ଉଜୈନ ଦକ୍ଷୀଣ ଆସନରୁ ବିଧାୟକ ଅଛନ୍ତି ମୋହନ । ୨୦୨୩ ମସିହାରେ ପ୍ରଥମେ ବିଧାୟକ ନିର୍ବାଚିତ ହୋଇଥିଲେ ମୋହନ ଯାଦବ। ଶିବରାଜ ସରକାରରେ ଉଚ୍ଚଶିକ୍ଷା ମନ୍ତ୍ରୀ ଥିଲେ ମୋହନ ଯାଦବ । ମଧ୍ୟପ୍ରଦେଶରସେହିପରି ନୂଆ ବାଚସ୍ପତି ହେବେ ନରେନ୍ଦ୍ର ତୋମାର ।
ଅଧିକ ପଢନ୍ତୁ ଭାରତ ଖବର
ଅର୍ଗସ ବ୍ୟୁରୋ : ବାପାମା’ଙ୍କ ସହିତ ପୁରୀ ଆସିଥିଲେ ଆର୍ଯ୍ୟନ । ଗତକାଲି ସମୁଦ୍ରରେ ଗାଧୋଉଥିବା ସମୟରେ ନିଖୋଜ ହୋଇଯାଇଥିଲେ । ଆଜି ନାବାଳକ ଆର୍ଯ୍ୟନ ମୃତଦେହ ଉଦ୍ଧାର ହୋଇଛି । ପେଣ୍ଠକଟା ପେଟ୍ରୋଲ ପମ୍ପ ପଛପାର୍ଶ୍ବ ବେଳାଭୂମିରୁ ଉଦ୍ଧାର ହୋଇଛି ମୃତ ଦେହ । ଉଦ୍ଧାର ମୃତ ନାବାଳକ ହେଉଛନ୍ତି ବିହାରର । ଗତକାଲି ଚକ୍ରତୀର୍ଥ ରୋଡ ହୋଟେଲ ଗାନ୍ଧାରା ସମ୍ମୁଖ ବେଳାଭୂମିରେ ଗାଧୋଉଥିବା ସମୟରେ ହୋଇଯାଇଥିଲେ ନିଖୋଜ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ : ଜମିବାଡ଼ି ବିବାଦକୁ ନେଇ ସାନ ଭାଇ ଆକ୍ରମଣରେ ବଡ ଭାଇର ମୃତ୍ୟୁ । ଯାଜପୁର ବରି ରାମଚନ୍ଦ୍ରପୁର ଥାନା ବାଲିବିଲି ପଞ୍ଚାୟତ ବାଲିବିଲି ଗାଁରେ ଘଟିଛି ଏଭଳି ଅଘଟଣ । ମୃତକ ହେଲେ ମନୋଜ କବି । ଏହି ଘଟଣାରେ ଆକ୍ରମଣକାରୀ ସାନ ଭାଇ ସନାତନ କବି ଫେରାର ରହିଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ସୂଚନା ମୁତାବକ ବାଲିବିଲି ଗାଁରେ ଦୀର୍ଘ ଦିନ ହେବ ଦୁଇ ଭାଇଙ୍କ ପରିବାର ମଧ୍ୟରେ ଜମିବାଡ଼ିକୁ କେନ୍ଦ୍ର କରି ବିବାଦ ଲାଗି ରହିଥିଲା । ଆଜି ସକାଳେ ସାନ ଭାଇ ସନାତନ ଏକ ମାରଣାସ୍ତ୍ର ଯୋଗେ ବଡ଼ ଭାଇକୁ ଆକ୍ରମଣ କରିଥିଲେ । ଆକ୍ରମଣରେ ବଡ଼ଭାଇ ମନୋଜଙ୍କ ମୃତ୍ୟୁ ହୋଇଥିଲା । ରାମଚନ୍ଦ୍ରପୁର ପୋଲିସ ମୃତଶରୀରକୁ ବ୍ୟବଚ୍ଛେଦ ପାଇଁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ତଦନ୍ତ ଜାରି ରଖିଛି ।