ଲକଡାଉନ ଯୋଗୁଁ, ଆନ୍ଧ୍ରପ୍ରଦେଶରେ ଅଟକି ଯାଇଥିବା ନିଜ ପୁଅକୁ ଆଣିବା ପାଇଁ ଅଣ୍ଟା ଭିଡିଥିଲେ ମାଆ । ତେଲେଙ୍ଗାନା ନିଜାମାବାଦ ଜିଲ୍ଲାରେ ରହୁଥିବା 50 ବର୍ଷର ରେଜିଆ ବେଗମ ସୋମବାର ସକାଳେ ସ୍ଥାନୀୟ ପୋଲିସ୍ର ଅନୁମତି ନେଇ ସୋଲୋ ରାଇଡ୍ ପାଇଁ ଆନ୍ଧ୍ରପ୍ରଦେଶର ନେଲ୍ଲୋରକୁ ବାହାରିଥିଲେ ।ଯାହାର ଦୂରତ୍ୱ ପାଖାପାଖି 700 କିଲୋମିଟର ।
ହାଇଓ୍ୱେର ନିଛାଟିଆ ରାସ୍ତାରେ ସ୍କୁଟର ଚଲାଇ ରେଜିଆ ନିଲ୍ଲୋରଠାରେ ପହଞ୍ଚିଲେ । ଆଉ ସେଠାରୁ ନିଜ ପୁଅକୁ ସ୍କୁଟି ପଛରେ ବସାଇ ବାହାରି ପଡିଲେ ନିଜ ଗାଁ ଅଭିମୁଖେ । ବୁଧବାର ସନ୍ଧ୍ୟାରେ ନିଜାମାବାଦର ଜିଲ୍ଲାରେ ଥିବା ନିଜ ଘରେ ପହଞ୍ଚିଥିଲେ । ଏହି ପ୍ରକାରେ ତାଙ୍କର ପୁରା ଯାତ୍ରା ପାଖାପାଖି 1400 କିଲୋମିଟର ସମ୍ପୂର୍ଣ୍ଣ ହୋଇଛି । ସେ ଦୈନିକ ପାଖାପାଖି 470 କିଲୋମିଟର ବାଇକ ଚଲାଇ ଯାଇଛନ୍ତି । ଏହି ଖବର ଏବେ ଗଣମାଧ୍ୟମରେ ବେଶ ଚର୍ଚ୍ଚିତ ହୋଇଛି ।