ନୂଆଦିଲ୍ଲୀ: ଆଜି ପୁଣି ତୃତୀୟ ଥର ପାଇଁ ଦେଶକୁ ସମ୍ବୋଧିତ କରିଛନ୍ତି ମୋଦି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସକାଳ 9ଟାରେ ଦେଶବାସୀଙ୍କୁ ଭିଡିଓ କନ୍ଫରେନ୍ସ ମାଧ୍ୟମରେ ବାର୍ତ୍ତା ଦେଇଛନ୍ତି । ମୋଦି କହିଛନ୍ତି ମହାମାରୀ କୋରୋନା ବିରୋଧରେ ଲକ୍ଡାଉନ୍ ଆଜିକୁ 9 ଦିନ ପୁରିଲା । ଏହି ସମୟରେ ଦେଶବାସୀ ଅନୁସାଶନ ଓ ସେବା ମନୋଭାବର ପରିଚୟ ଦେଇଛନ୍ତି । ଶାସନ-ପ୍ରଶାସନ ଏବଂ ଜନତା ଜନାର୍ଦ୍ଦନ ଏହି ପରିସ୍ଥିତିକୁ ବହୁତ ସୁନ୍ଦର ଭାବେ ସମ୍ଭାଳି କାର୍ଯ୍ୟ କରିଛନ୍ତି ।
ଦେଶକୁ ସମ୍ବୋଧିତ କରି ମୋଦି ପୁଣି ଅପିଲ କରିଛନ୍ତି ରବିବାର (ଏପ୍ରିଲ 5) ରାତି 9ଟାରେ ନିଜ ଘର ବାହାରେ ଦୀପ, ଟର୍ଚ୍ଚ ବା ମହମବତୀ ଜଳାଇବେ । ଏହି ଏକତା ବାର୍ତ୍ତା ଦେଇ ଆମେ କୋରୋନାର ଅନ୍ଧାରକୁ ଦୂରେଇପାରିବା ବୋଲି ଦେଶବାସୀଙ୍କୁ ମୋଦି ଆହ୍ୱାନ ଦେଇଛନ୍ତି ।
22 ମାର୍ଚ୍ଚ ରବିବାର ଦିନ ଯେଉଁ ପ୍ରକାରେଏହି କୋରୋନା ଯୁଦ୍ଧକୁ ଲଢିଥିବା ସମସ୍ତଙ୍କୁ ବ୍ୟକ୍ତିଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୋଦି । ଆଜି ବହୁ ଦେଶ ଆମର ଜନତା କର୍ଫ୍ୟୁ କୁ ସମର୍ଥନ ଜଣାଇ ଏହାର ଅନୁକରଣ କରୁଛନ୍ତି ଏବଂ ସାରା ବିଶ୍ୱ ପାଇଁ ଏହା ମିଶାଲ ହୋଇଗଲା ବୋଲି ମୋଦି କହିଛନ୍ତି ।
