ଗଞ୍ଜାମ: କୋରୋନା ଭାଇରସ ସାରା ବିଶ୍ୱକୁ ଚିନ୍ତାରେ ପକେଇଦେଇଥିବା ବେଳେ ସରକାର ଙ୍କ ପକ୍ଷରୁ ଲକଡାଉନ କରାଯାଇଛି । ଏହି ଲକଡାଇନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି ଲେବରକାର୍ଡ ଧାରୀଙ୍କୁ ୧୫ ଶହ ଟଙ୍କା ସହାୟତା ଯୋଗାଇ ଦିଆଯିବ। କିନ୍ତୁ ଏହାର ବିପର୍ଯ୍ୟୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ବନ୍ଥପଲ୍ଲୀ ପଞ୍ଚାୟତର ବନ୍ଥପଲ୍ଲୀ ଗ୍ରାମରେ ।
ପ୍ରାୟ ୫୦୦୦ ଲେବରକାର୍ଡ ଥିବା ବେଳେ ୪୧୭ ଜଣକୁ ଆଜି ପଞ୍ଚାୟତ ନିର୍ବାହୀ ଅଧିକାରୀ ୧୫ଶହ ଟଙ୍କା ବଣ୍ଟନ କରୁଥିବା ବେଳେ ଲୋକମାନେ ଅନ୍ୟ କାର୍ଡ ଧାରୀକୁ କାହିଁକି ମିଳୁନଥିବା ପ୍ରଶ୍ନ କରିଥିଲେ। ଏହି ଘଟଣାକୁ ନେଇ ଟଙ୍କା ପାଇ ନଥିବା ହିତାଧିକାରୀମାନେ ଅସନ୍ତୋଷ ହୋଇ ଅଭିଯୋଗ କରିଛନ୍ତି।
ଯେଉଁ ଶ୍ରମିକ ମାନଙ୍କୁ ସରକାରୀ ସହାୟତା ରାଶି ମିଳିନଥିବା ବେଳ ସେମାନଙ୍କୁ ଯୋଗାଇଦେବାକୁ ନିର୍ମାଣ ଶ୍ରମିକ ଜିଲ୍ଲା ସଭାପତି ଦଣ୍ଡପାଣି ସାମଲ ଦାବି କରିଛନ୍ତି।
ଅନ୍ୟପଟେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ କହିଛନ୍ତି ଯେଉଁମାନଙ୍କୁ ଦିଆଯାଇନି ସେମାନଙ୍କ ରିପୋର୍ଟ ତଦନ୍ତ କରି ଯୋଗାଇ ଦିଆଜିବ ବୋଲି କହିଛନ୍ତି।
