କଟକ : ସଟ୍ ଡାଉନ ଭିତରେ ସିଲ୍ ହୋଇଛି କଟକର ପଟ୍ଟାପୋଲ ଅଞ୍ଚଳ । ପଟ୍ଟାପୋଲ ଅଂଚଳରୁ ଜଣେ କୋରନା ରୋଗୀ ଚିହ୍ନଟ ହେବା ପରେ ଚାରିପାଖ ଅଞ୍ଚଳକୁ ସିଲ୍ କରିଛି କଟକ ମହାନଗର ନିଗମ । ଏହି ଅଞ୍ଚଳରେ ସାନିଟାଇଜ ସହିତ କୋରନା ବ୍ୟକ୍ତି କାହା ସଂସ୍ପର୍ଶରେ ଆସିଛନ୍ତି ସେ ନେଇ ସର୍ଭେ କାର୍ଯ୍ୟ କରାଯାଉଛି । ସେହିପରି ଦ୍ୱିତୀୟ ଦିନରେ ମଧ୍ୟ କଟକ ସହର ରାଜରାସ୍ତାରେ ଲୋକ ଶୂନ୍ୟ ରହିଥିଲା । ପ୍ରଥମ ଦିନ ତୁଳନାରେ ଆଜି ସହରରେ ଅଧିକ ପୋଲିସ ରହିଥିବା ଦେଖିବାକୁ ମିଳିଛି । ନିୟମ ଭାଙ୍ଗିବାରେ ଆଜି ବି ସେ ଭଳି କୌଣସି ବ୍ୟକ୍ତି ଚିହ୍ନଟ ହୋଇନାହାନ୍ତି ।
ସେହିପରି ବକ୍ସିବଜାରରୁ ଷ୍ଟୁଆର୍ଟ ସାଇନସ୍ କଲେଜ, ତିନିକୋଣିଆ ବଗିଚାରୁ ବକ୍ସିବଜାର, ସୂତାହାଟ ମତ୍ସଜିଦ ଛକଠାରୁ ତିନିକୋଣିଆ ବଗିଚା ସମ୍ପୂର୍ଣ୍ଣ ଅଞ୍ଚଳକୁ ସିଲ୍ କରାଯାଇଛି । ଏହି ସମସ୍ତ ଅଞ୍ଚଳ ମଧ୍ୟ ଭାଗରେ ଥିବା ପଟ୍ଟାପୋଲ ଅଞ୍ଚଳରୁ କୋରନା ରୋଗୀ ଚିହ୍ନଟ ହେବା ପରେ ଏ ଭଳି ପଦକ୍ଷେପ ନିଆୟାଇଛି । ଗତାକାଲି ସଂଧ୍ୟାରେ ସି.ଏମ.ସି ଘୋଷଣା ପରେ ଆଜି ସକାଳେ ସିଲ୍ ହୋଇଥିବା ଅଞ୍ଚଳର ସମସ୍ତ ଏଣ୍ଟ୍ରି ଓ ଏକଜିଟ ପଏଣ୍ଟରେ ବ୍ୟାରିକେଟ କରାଯାଇଛି । ସି.ଏମ.ସିର ୩ ଜଣ ଅଧିକାରୀଙ୍କୁ ଦାୟିତ୍ୱ ଦେବା ସହିତ ପରିମଳ, ଖାଦ୍ୟ ସାମଗ୍ରୀ ଓ ସ୍ୱାସ୍ଥ୍ୟ ପରୀକ୍ଷା ଆଦି ଉପରେ ଗୁରୁତ୍ୱ ଦିଆଯାଉଛି । ଏଥିସହିତ କୋରନା ଆକ୍ରାନ୍ତ ବ୍ୟକ୍ତି ଜଣଙ୍କ ଆଉ କାହା କାହା ସଂସ୍ପର୍ଶରେ ଆସିଛନ୍ତି ସେ ବାବଦରେ ମଧ୍ୟ ଟ୍ରାକିଂ ଓ ଷ୍ଟ୍ରେସିଂ କାର୍ଯ୍ୟ ଜାରି ରହିଥିବା କହିଛନ୍ତି ସିଏମସି ଡେପୁଟି କମିଶନର ।
ଗୋଟିଏ ପଟେ ପଟ୍ଟାପୋଲ ପାଖ ଅଞ୍ଚଳ ସମ୍ପୂର୍ଣ୍ଣ ସିଲ ରହିଥିବା ବେଳେ ସେଠାରେ ପୋଲିସ ଫୋର୍ସଙ୍କୁ ମଧ୍ୟ ମୁତୟନ କରାଯାଇଛି । କେବଳ ଯେ ପଟ୍ଟାପୋଲ ଅଞ୍ଚଳ ତା ନୁହଁ, ସଟ୍ ଡାଉନର ଆଜି ଦ୍ୱିତୀୟ ଦିନରେ ବି ସାରା ସହରରେ ପୋଲିସ ଫୋର୍ସଙ୍କୁ ମୃତୟନ କରାଯାଇଛି । ସରକାରୀ ନୀୟମକୁ ସମସ୍ତେ କଡାକଡି ଭାବେ ପାଳନ କରୁଛନ୍ତି । ତେବେ ସରକାରଙ୍କର ଯଦି କୌଣସି ପରବର୍ତ୍ତି ନିର୍ଦ୍ଦେଶ ନ ଆସେ ତେବେ ଆଜି ରାତି ୮ ଟାରେ ସଟ୍ ଡାଉନ ସମୟ ଶେଷ ହେବ । ତେବେ ସଟଡ଼ାଉନ ସମୟ ଅତିକ୍ରାନ୍ତ ହେବା ପରେ , ଲୋକେ ଯେପରି ଦୋକାନ ବ ଜାରରେ ଭିଡ ନ ଜମାନ୍ତି, ସେଥିପାଇଁ ସରକାରଙ୍କ ପକ୍ଷରୁ ଅନୁରୋଧ କରାଯାଇଛି । ସାମାଜିକ ଦୂରତା ବଜାୟ ରଖିବା ସହ ଲୋକେ ଯେପରି ଆଜି 8ଟା ପରେ ଏବଂ ଆସନ୍ତା କାଲି ସକାଳେ ଘରରୁ ନ ବାହାରିବା ପାଇଁ କଟକ ଡିସିପି ଲୋକମାନଙ୍କୁ ଅନୁରୋଧ କରିଛନ୍ତି ।
ସଜାଗ ଓ ସଚେତନତା ହେଉଛି କୋରନା ମୁକାବିଲାର ମୂଳ ମନ୍ତ୍ର । ସାମାଜିକ ଦୂରତ୍ୱ ବଜାୟ ରଖିଲେ ହିଁ ଆମେ କରୋନାଠାରୁ ଦୂରେଇ ରହିବା । ସରକାରଙ୍କ ନିର୍ଦେଶକରେ ହେଉ କିମ୍ବା ପୋଲିସ ବଳ ପୂର୍ବକ ମାଡମାରି, ଜୋରିମାନା ଆଦାୟ କରି ତଡିବା ଅପେକ୍ଷା ନିଜେ ସଜାଗ ଓ ସଚେତନ ହୋଇ ଘରେ ଲକଡାଉନରେ ରହିବା ବୁଦ୍ଧିମାନର କାମ ବୋଲି ବୁଦ୍ଧିଜୀବୀମାନେ ମତବ୍ୟକ୍ତ କରିଛନ୍ତି । ସାମାଜିକ ଦୂରତ୍ୱ ରଖିରେ ହିଁ କୋରୋନାକୁ ଜିତିବାର ଏକମାତ୍ର ବାଟ ବୋଲି ଡାକ୍ତରମାନେ ମଧ୍ୟ ଲଗାତର ସତର୍କ କରିଆସୁଛନ୍ତି ।
ଅର୍ଗସ ବ୍ୟୁରୋ: ଜାଭେଲିନରେ ଭାରତର ଦମଦାର ପ୍ରଦର୍ଶନ । ପୁଣି ସ୍ବର୍ଣ୍ଣ ଜିତିଲେ ନୀରଜ ଚୋପ୍ରା । ଚତୁର୍ଥ ଥ୍ରୋରେ 88.88 ମିଟର ଫିଙ୍ଗି ସ୍ବର୍ଣ୍ଣ ପଦକ ହାସଲ କଲେ ନୀରଜ । କିଶୋର ଜିତିଲେ ରୌପ୍ୟ ପଦକ । କିଶୋର ଜେନାଙ୍କ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ । ଚତୁର୍ଥ ଥ୍ରୋରେ 87.54 ମିଟର ଫିଙ୍ଗିଲେ କିଶୋର । ଓଡ଼ିଶା ପାଇଁ ଗୌରବର ମୁହୂର୍ତ୍ତ । ଏହାସହ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିଛନ୍ତି କିଶୋର ଜେନା ।
Historic GOLD & SILVER for India 🔥🔥🔥
Neeraj Chopra wins Gold & Kishore Jena wins Silver medal in Javelin Throw.
Neeraj with SB: 88.88m
Kishore with PB: 87.54m (Also qualifies for Paris Olympics. #AGwithIAS | #IndiaAtAsianGames #AsianGames2022 pic.twitter.com/CRxQN9ZxL0 — India_AllSports (@India_AllSports) October 4, 2023
ଆହୁରି ପଢନ୍ତୁ ଖେଳ ଖବର...
କଟକ : ଡ୍ରାଇଭର ଙ୍କୁ ମାଡ଼ ମାରି ୧ଲକ୍ଷ ୨୦ ହଜାର ଜରିମାନା ଗଣିଲେ ବାଲିଘାଟ ମାଲିକ। ସୋମବାର ଦିନ ନୂଆପାଟଣା ଗ୍ରାମର ଡ଼୍ରାଇଭର ପିତାମ୍ବର ନାୟକଙ୍କୁ ବିନା କାରଣ ରେ ବ୍ରହ୍ମପୁରା ବାଲିଘାଟ ନିକଟରେ ମାଡ଼ ହୋଇଥିଲା। ଡ୍ରାଇଭର ବ୍ରହ୍ମପୁରା ବାଲିଘାଟକୁ ବାଲି ଆଣିବା ପାଇଁ ଯାଇଥିବା ବେଳେ ଆକ୍ରମଣର ଶିକାର ହୋଇଥିଲେ। ଏହାର ପ୍ରତିବାଦରେ ମଙ୍ଗଳବାର ବ୍ରହ୍ମପୁରା ବାଲିଘାଟ ନିକଟରେ ନରସିଂହପୁର ଡ୍ରାଇଭର ମହାସଂଘ ପକ୍ଷରୁ ଶହେରୁ ଉର୍ଦ୍ଧ୍ବ ଡ୍ରାଇଭର ବାଲିଘାଟ କୁ ବନ୍ଦ କରି ରଖିଥିଲେ।
ଅଧିକ ପଢନ୍ତୁ ଓଡିଶା ଖବର
ଆଜି ନିଜିଗଡ଼ ସ୍ଥିତ ଡ୍ରାଇଭର ସଙ୍ଘ ମୁଖ୍ୟ କାର୍ଯ୍ୟାଳୟରେ ବାଲିଘାଟ ପରିଚାଳକ, ମାଲିକ ଓ ଆହତ ଡ୍ରାଇଭରଙ୍କ ସହ ନରସିଂହପୁର ଡ୍ରାଇଭର ମହାସଙ୍ଘ ର ସଭାପତି, ଉପସଭାପତି ଙ୍କ ସମେତ ପଚାଶରୁ ଉର୍ଦ୍ଧ୍ବ ଡ୍ରାଇଭର ଏକଜୁଟ ହୋଇ ବାଲିଘାଟ ଉପରେ ୧ଲକ୍ଷ ୨୦ ହଜାର ଟଙ୍କାର ଜୋରିମାନା ଆଦାୟ ସହ ଭବିଷ୍ୟତରେ କୌଣସି ଡ୍ରାଇଭରଙ୍କୁ ଆକ୍ରମଣ ନ କରିବାକୁ ଉପଦେଶ ଦେଇଛନ୍ତି।
ଭୁବନେଶ୍ୱର: ଭଣ୍ଡ ତ୍ରିକାଳ ଦର୍ଷୀ ବାବା ଓ ମାତାଙ୍କ କଳା କାରନାମା । ଘର ଭାଙ୍ଗିଲେ ସମ୍ପତ୍ତି ଲୁଟିନେଲେ । ମହିଳାଙ୍କ ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ ନେଲା ପୋଲିସ । ପୂର୍ବରୁ ସ୍ୱାମୀକୁ ଗିରଫ କରିଥିଲା ଏବେ ସ୍ତ୍ରୀକୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ ।
ଅଭିଯୋଗ ଅନୁସାରେ ଘରର ସମସ୍ୟା ଦୂର ପାଇଁ ନିଜକୁ ମାତା ବୋଲାଉଥିବା ରିନି ନାମକ ଜଣେ ମହିଳାଙ୍କୁ ଭେଟିଥିଲେ ଅଭିଯୋଗକାରୀ । ବିଭିନ୍ନ କଥା କହି ଅଭିଯୋଗକାରୀ ମହିଳାଙ୍କ ମନରେ ବିଶ୍ୱାସ ଜନ୍ମାଇଥିଲେ ମାତା ରିନି । ଏପରିକି ପୂଜା କଲେ ସମସ୍ୟାର ସମାଧାନ ହେବ ତାହାର ବାଟ ବତାଇ 5 ଲକ୍ଷ ଟଙ୍କା ନେଇ ଯାଇଥିଲେ ।
ପରେ ମହିଳାଙ୍କୁ କିଛି ସୁଫଳ ନମିଳିବାରୁ ଠକେଇ ନେଇ ବଡଗଡ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ରିନି ସାହୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏବେ ଖୋଜା ଚାଲିଛି ପବନରେ ହୁକୁମ ଦେଉଥିବା ବାବା କେଉଁଠି ।
ଆହୁରି ପଢନ୍ତୁ ଅପରାଧ ଖବର...