ଅର୍ଗସ ବ୍ୟୁରୋ : ମୁଁ ୯ ତାରିଖ ଦିନ ଆପଣମାନଙ୍କ ସହ କଥା ହୋଇଥିଲି। ସେଦିନ ବିଶ୍ୱରେ ଆକ୍ରାନ୍ତଙ୍କ ସଂଖ୍ୟା ୧୫ ଲକ୍ଷରୁ ଅଧିକ ଥିଲା। ଏବେ ତାହା ବୃଦ୍ଧି ପାଇ ୨୩ ଲକ୍ଷରେ ପହଞ୍ଚିଲାଣି। ଏହି ସମୟରେ ଆମ ଦେଶରେ ୩ ଗୁଣ ବଢି ୧୫ ହଜାରରେ ପହଞ୍ଚିଲାଣି। ମୃତ୍ୟୁ ସଂଖ୍ୟା ଦୁଇଗୁଣରୁ ଅଧିକ ହୋଇଗଲାଣି। ଦେଶରେ ମୃତ୍ୟୁ ସଂଖ୍ୟା 2 ଶହରୁ ୫ ଶହରେ ପହଞ୍ଚିଲାଣି . ଗତ ୯ ତାରିଖ ଦିନ ଆମ ରାଜ୍ୟରେ ପଜେଟିଭ ସଂଖ୍ୟା ଥିଲା ୪୨ . ମୃତ୍ୟୁ ସଂଖ୍ୟା ୧ ଥିଲା . ଆଜି ସୁଦ୍ଧା ପଜେଟିଭ ସଂଖ୍ୟା ୬୧ରେ ପହଞ୍ଚିଛି। ଆମର ଟେଷ୍ଟ ତିନିଗୁଣା କରାଯାଇଛି। ଆମର ଆକ୍ଟିଭ କେସ ମଧ୍ୟ କମିଛି। ଏଥିପାଇଁ ସମସ୍ତଙ୍କର ଭୂମିକା ରହିଛି।
ବିଦେଶରୁ ଆସୁଥିବା ଲୋକଙ୍କ ପାଇଁ ରେଜେଷ୍ଟ୍ରିକରଣ ବାଧ୍ୟତାମୂଳକ କରାଯାଇଛି। ସେମାନଙ୍କୁ ୧୪ ଦିନିଆ କ୍ୱାରେଣ୍ଟାଇନରେ ରଖିବା ଗୁରୁତ୍ୱପୂର୍ଣ୍ଣ ଭୂମିକା। ଅନ୍ୟରାଜ୍ୟର ୧ ଲକ୍ଷରୁ ଅଧିକ ଲୋକ ଆଣ ରାଜ୍ୟରେ ରହିଛନ୍ତି। ଆମେ ସେମାନଙ୍କର ଯତ୍ନ ନେଉଛୁ। ଅନ୍ୟରାଜ୍ୟରେ ମଧ୍ୟ ଆମ ରାଜ୍ୟର ଲକ୍ଷ ଲକ୍ଷ ଲୋକ ରହିଛନ୍ତି। ତୀର୍ଥ ଯାତ୍ରୀ, ଛାତ୍ରଛାତ୍ରୀ, ଶ୍ରମିକ, ବୃତ୍ତିଧାରୀ ଆଦି ଫସି ରହିଛନ୍ତିସେମାନଙ୍କ ଅବସ୍ଥା ମୋତେ ଦୁଃଖ ଦେଇଛି। କଟକଣା ଉଠିବା ପରେ ଆମେ କେନ୍ଦ୍ର ଓ ଅନ୍ୟ ରାଜ୍ୟଗୁଡିକ ସହ ଆଲୋଚନା କରିବୁ। ଆମ ଲୋକମାନେ ଯେପରି ସୁବିଧାରେ ଫେରିବେ ସେଥିପାଇଁ ବ୍ୟବସ୍ଥା କରିବୁ। ସମସ୍ୟା ବହୁତ ବଡ, ତେଣୁ ଆମକୁ ବିକେନ୍ଦ୍ରୀକରଣ ପଦ୍ଧତି ଗ୍ରହଣ କରିବାକୁ ପଡିବ। ମାନବିକତା ଦୃଷ୍ଟିରୁ ନିଷ୍ପତ୍ତି ନେବାକୁ ହେବ। ଏଥିପାଇଁ କମ୍ୟୁନିଟର ସହଯୋଗ ଦରକାର . ସରପଞ୍ଚ ଓ ସହରାଞ୍ଚଳ କର୍ମୀଙ୍କୁ ସଂଗରେ ନେଇ କାମ କରିବା ଦରକାର . ପ୍ରତି ପଞ୍ଚାୟତରେ ରେଜିଷ୍ଟ୍ରେସନ ବ୍ୟବସ୍ଥା ରହିବ।
ଅନ୍ୟ ରାଜ୍ୟରୁ ଫେରୁଥିବା ଲୋକଙ୍କ ପାଇଁ ପଞ୍ଚିକରଣ ବାଧ୍ୟତାମୂଳକ କରାଯ।ଇଛି। ସେମାନଙ୍କର ବନ୍ଧୁ ଓ ପରିବାର ରେଜିଷ୍ଟ୍ରେସନ କରାଇପାରିବେ। ସେମାନଙ୍କୁ ୧୪ ଦିନ ପଞ୍ଚାୟତରେ କ୍ୱରେଣ୍ଟାଇନରେ ରଖାଯିବ। ସେମାନଙ୍କର ଖାଇବା, ପିଇବା ଓ ଚିକିତ୍ସା ସବୁ ମାଗଣାରେ କରାଯିବ। କ୍ୱରେଣ୍ଟାଇନ ପରିଅଡ ସରିବା ପରେ ୨ ହଜାର ଟଙ୍କା ଦିଆଯିବ। ରେଜିଷ୍ଟ୍ରେସନ ଏବଂ କ୍ୱାରେଣ୍ଟାଇନ ତାଙ୍କର, ପରିବାର, ସମାଜ ଓ ରାଜ୍ୟ ପାଇଁ ଗୁରୁତ୍ୱପୂର୍ଣ୍ଣ। ମାନବିକତା ଦୃଷ୍ଟି କୋଣରୁ ଏହାର ସଠିକ ଭାବରେ କାର୍ଯ୍ୟକାରିତା ପାଇଁ ଐତିହାସିକ ପଦକ୍ଷେପ ନେଇଛନ୍ତି। କୋଭିଡ ୧୯ ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାର ସରପଞ୍ଚମାନଙ୍କୁ ଜିଲ୍ଲାପାଳଙ୍କ କ୍ଷମତା ଦେଇଛନ୍ତି। ଏଥିପାଇଁ ଆଇନଗତ ପଦକ୍ଷେପ ନିଆଯାଇଛି। ଅସାଧାରଣ ପରିସ୍ଥିତି ଅସାଧାରଣ ସମାଧାନର ଆବଶ୍ୟକ କରେ।
ପଞ୍ଚାୟତ ଓ ପୌରାଞ୍ଚଳକୁ ସଶକ୍ତିକରଣ କରିବା ଦ୍ୱାରା ଆମେ ପରିସ୍ଥିତିକୁ ଠିକ ଭାବେ ମୁକାବିଲା କରିପାରିବା। କୋଭିଡ ୧୯ ବିରୋଧରେ ଆମର ଲଢେଇକୁ ଆହୁରି ମଜବୁତ କରିପାରିବା। ମୋ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ ଏବଂ ସମ୍ମାନ ଜନକ ଭାବେ ପ୍ରତିଟି ଜୀବନର ସୁରକ୍ଷା ଗୁରୁତ୍ୱପୂର୍ଣ୍ଣ। ପଞ୍ଚାୟତ ରାଜ ଅନୁଷ୍ଠାନ ତୃଣମୂଳ ସ୍ତରରେ ଲୋକମାନଙ୍କ ଅନୁଷ୍ଠାନ। ମୋର ବିଶ୍ୱାସ କୋଭିଡ ୧୯ ଲଢେଇରେ ପଞ୍ଚାୟତ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ।
