୧୫ ଦିନର ଶିଶୁପୁତ୍ରକୁ ୧୦ ହଜାର ଟଙ୍କାରେ ବିକ୍ରି
ସାନିଟାଇଜ୍ ହେଲା ଖାରବେଳ ଭବନ
ଅର୍ଗସ ବ୍ୟୁରୋ : ରାଜ୍ୟରେ ଦିନକୁ ଦିନ କୋରୋନା ଭୂତାଣୁ ମାଡ଼ିଚାଲିଛି। କୋରୋନା ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାର ତତ୍ପରତା ଦେଖାଇବା ସହ ବ୍ୟାପକ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏପରିକି ଅତ୍ୟାଧୁନିକ ଉପାୟରେ ବିଭିନ୍ନ ଅଞ୍ଚଳକୁ ସାନିଟାଇଜ୍ କରାଯାଉଛି। ନିକଟରେ ରାଜଧାନୀରେ ଡ୍ରୋନ ସାହାଯ୍ୟରେ ବିଭିନ୍ନ ଅଞ୍ଚଳ ସାନିଟାଇଜ୍ କରାଯାଉଥିବା ଦେଖିବାକୁ ମିଳିଥିଲା। ତେବେ ଏହି କ୍ରମରେ ଆଜି ସକାଳେ ଭୁବନେଶ୍ଵରର ଖାରବେଳ ଭବନକୁ ସାନିଟାଇଜ୍ କରାଯାଇଛି। 2 ଟି ଦମକଳ ଗାଡ଼ି ଯୋଗେ ଭୂତାଣୁନାଶକ ଔଷଧ ବ୍ୟବହାର କରାଯାଇ ଖାରବେଳ ଭବନକୁ ସାନିଟାଇଜ୍ କରାଯାଇଛି। ଖରବେଳ ଭବନକୁ ସଂକ୍ରମଣ ମୁକ୍ତ ରଖିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ରହିଛି।
Download Argus News App
