ଅର୍ଗସ ବ୍ୟୁରୋ : ଲୋକଙ୍କୁ ମେଳି କରି ପିଡିଏସ ଚାଉଳ ବଣ୍ଟନ । ଚାଉଳ ବଣ୍ଟନ କେନ୍ଦ୍ର ଭିତରେ ଓ ବାହାରେ ଲାଗିଛି ଲୋକଙ୍କ ଗହଳିଚହଳି । କୋରୋନା ମହାରୀ ସମୟରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଂଜ ଜିଲ୍ଲା ବଡସାହି ଅଞ୍ଚଳରେ । ଏଠାରେ ସରକାରୀ ସହାୟତା ବଣ୍ଟନ ବେଳେ ସାମାଜିକ ଦୂରତାକୁ ସଂପୂର୍ଣ୍ଣ ଭାବେ ଭୁଲି ଯାଇଛନ୍ତି ଲୋକେ . ସାମାଜିକ ଦୁରତ୍ୱ ବଜାଇ ରଖିବା ପାଇଁ ଏଠାରେ ବନ୍ଦୋବସ୍ତ କରାଯାଇଛି ସତ କିନ୍ତୁ ତାହାକୁ ମାନୁଛି କିଏ । ଲୋକମାନେ ବେଧଡକଭାବେ ଏକାଠି ହୋଇ ଚାଉଳ ନେଇଛନ୍ତି । ଏହି ଦୃଶ୍ୟ ସ୍ପଷ୍ଟ କରୁଛି ଯେ ଲକଡାଉନ ସମୟରେ ନିୟମକୁ ଭାଙ୍ଗୁଛନ୍ତି ସରକାରୀ ଅଧିକାରୀ । କୋରୋନା ପାଇଁ ସବୁଆଡେ ସଚେତନତା ସୃଷ୍ଟି କରାଯାଉଥିବା ବେଳେ ଏଭଳି ନିୟମ ଭଙ୍ଗ ଅଧିକାରୀଙ୍କ ସାମାଜିକ ଦାଯିତ୍ବବୋଧ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଲକଡାଉନ ସମୟରେ ସମାଜିକ ଦୂରତା ବଜାୟ ରଖିବା ପାଇଁ ସରକାର ବାରମ୍ବାର ବିଭିନ୍ନ ଗଣମାଧ୍ୟମ ଜରିଆରେ ପ୍ରଚାର ପ୍ରସାର କରୁଥିଲେ ମଧ୍ୟ, ସରକାରୀ ଅଧିକାରୀ କିପରେ ସେଥିପ୍ରତି ସଚେତନ ହେଉ ନାହାଁନ୍ତି, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି .
