
କଟକ : କୋରୋନା ମୁକାବିଲା ପାଇଁ ସଙ୍ଘରୋଧ କଟକଣାକୁ ପାଳନ କରି ଆଜିଠାରୁ ବାଦାମବାଡିକୁ ଉଠି ଆସିବ ଛତ୍ରବଜାର ପରିବା ମାର୍କେଟ। ଛତ୍ରବଜାରରେ ସ୍ଥାନ ଅଭାବରୁ ନିର୍ଦ୍ଦିଷ୍ଟ ଦୂରତା ରକ୍ଷା କରିବା କଷ୍ଟକର ହୋଇପଡିଛି, ତେଣୁ ସାମାଜିକ ଦୂରତ୍ଵକୁ ଗୁରୁତ୍ୱ ଦେଇ ପ୍ରଶାସନ ଏଭଳି ନିଷ୍ପତି ନେଇଛି। ଦୁଇଟି ଦୋକାନ ମଧ୍ୟରେ ଅତି କମରେ ୧୦ ଫୁଟର ବ୍ୟବଧାନ ରଖିବାକୁ ଦୋକାନୀଙ୍କୁ କୁହାଯାଇଛି ।
ଆଜିଠାରୁ ବାଦାମବାଡି ପୂଜାମଣ୍ଡପରୁ ମଧୁପାଟଣା ଛକ ପର୍ଯ୍ୟନ୍ତ ଛତ୍ରବଜାରର ସମସ୍ତ ଖୁଚୁରା ବ୍ୟବସାୟୀ ବସିବେ। ରାସ୍ତାର ଗୋଟିଏ ପାର୍ଶ୍ଵ ସମ୍ପୂର୍ଣ୍ଣ ବନ୍ଦ କରି ପରିବା ବିକ୍ରି କରିବାକୁ ବ୍ୟାପାରୀଙ୍କୁ କୁହାଯାଇଛି। ଲୋକମାନେ ଯେମିତି ସାମାଜିକ ଦୂରତ୍ଵ ରକ୍ଷା କରି ଜିନିଷ କିଣିବେ ସେଥିପ୍ରତି ପୌରନିଗମର ବିଶେଷ ଦୃଷ୍ଟି ରହିଛି। ଦୁଇଟି ଦୋକାନ ମଧ୍ୟରେ ୧୦ ଫୁଟର ବ୍ୟବଧାନ ରହିବ। ଦୋକାନ ଆଗରେ ତିନି ଫୁଟ ବ୍ୟବଧାନରେ ଗୋଲେଇ ଚିହ୍ନ କରାଯିବ। ଏହା ମଧ୍ୟରେ ଛିଡା ହୋଇ ଲୋକମାନେ ଜିନିଷ କିଣିବେ। ତେବେ ଏଠାରେ କେବଳ ଖୁଚୁରା ବ୍ୟବସାୟୀ ବସି ପାରିବେ। ଆଳୁ, ପିଆଜ ଓ ପରିବା ଗୋଦାମ ଗୁଡିକ ପୂର୍ବ ପରି ଛତ୍ରବଜାରରେ ରହିବ। ଏନେଇ ପୌର ନିଗମ ପକ୍ଷରୁ ସୂଚନା ଦିଆଯାଇଛି ।
